Odisha Flood Update / ଉତ୍ତର ଓଡ଼ିଶାକୁ ପିଛା ଛାଡ଼ୁନି ବନ୍ୟା, ଟିକିଏ ପାଗ ବିଗିଡ଼ିଲେ ଭାସୁଛି ଉତ୍ତର ଠୁ ଉପକୂଳ
·1 hour ago·3 min read

Key Points
ଛାନିଆ କଲାଣି ନଈ ବଢ଼ି
ଉତ୍ତର ଓଡ଼ିଶାକୁ ମାଡ଼ି ଆସୁଛି ବନ୍ୟା ବିପଦ
ବାଲି ବସ୍ତା ଧରି ଦୁର୍ବଳ ନଦୀ ବନ୍ଧରେ ଉଜାଗର ବସିଛି ପ୍ରଶାସନ
ଉତ୍ତର ଓଡ଼ିଶାକୁ ମାଡ଼ି ଆସୁଛି ବନ୍ୟା ବିପଦ
ବାଲି ବସ୍ତା ଧରି ଦୁର୍ବଳ ନଦୀ ବନ୍ଧରେ ଉଜାଗର ବସିଛି ପ୍ରଶାସନ
ଛାନିଆ କଲାଣି ନଈ ବଢ଼ି । ଯେତେ ଥର ଉପର ମୁଣ୍ଡରେ ବର୍ଷା ହେଉଛି, ସେତେ ଥର ମାଡ଼ି ଆସୁଛି ବନ୍ୟା । ସିଧା କହିବାକୁ ଗଲେ ଉତ୍ତର ଓଡ଼ିଶାକୁ ପିଛା ଛାଡ଼ୁନି ବନ୍ୟା ଡର । ଉପରମୁଣ୍ଡରେ ବର୍ଷା ଯୋଗୁ ଏବେ ଉଛୁଳିଲାଣି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ସୋନ, ବୈତରଣୀ ଓ ସାଳନ୍ଦୀ । ଫୁଲୁଛି ନଦୀ, ରାତି ଅନିଦ୍ରା ନଈ କୂଳିଆ ଆଉ ସଜାଗ ପ୍ରଶାସନ । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଆସୁଛି ଚତୁର୍ଥ ବନ୍ୟା । ସଜାଗ ପାଇଁ ପ୍ରଶାସନ ପକ୍ଷରୁ କରାଯାଉଛି ସଚେତନ । ସେପଟେ ହୀରାକୁଦର ୨୦ ଗେଟ ଖୋଲା ଥିବାରୁ ଆସନ୍ତାକାଲି ରାତିରେ ମୁଣ୍ଡଳୀ ଅତିକ୍ରମ କରିବ ୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ।
ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଛେଚିଲା । ମୁଣ୍ଡ ଉପରୁ କଳା ବାଦଲ ସିନା ହଟିଛି, ଦେଲେ ନଦୀ ନାଳ ଫୁଲୁଥିବାରୁ ନଈ କୂଳିଆଙ୍କ ଛାତି ଧଡ଼ଧଡ଼ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ସୋନ, ବୈତରଣୀ ଓ ସାଳନ୍ଦୀ ଉପରେ ଏବେ ନଜର । ଫୁଲୁଛି ନଦୀ, ରାତି ଅନିଦ୍ରା ନଈ କୂଳିଆ ଆଉ ସଜାଗ ରହିଛି ପ୍ରଶାସନ । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଆସୁଛି ଚତୁର୍ଥ ବନ୍ୟା । ପୂର୍ବ ତିନି ବନ୍ୟା ଠାରୁ ଏଥର ଅଧିକ ପାଣି ଆସିବ ବୋଲି ଆକଳନ ପରେ ସଜାଗ ରହିଛି ଜଳ ସମ୍ପଦ ବିଭାଗ । ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିବା ସହ ମହଜୁଦ ରଖାଯାଇଛି ବାଲିବସ୍ତା । ପୂର୍ବ ଥର ଯେଭଳି ଘାଇ ଘାଇଲା କଲା ଏଥର ଯେମିତି ସେଭଳି ସ୍ଥିତି ନ ଉପୁଜେ ସେଥିପ୍ରତି ରହିଛି କଡ଼ା ନଜର । ସୁବର୍ଣ୍ଣରେଖା ବିପଦସଂକେତ ଉପରେ ଥିବାରୁ ତଳିଆ ଅଞ୍ଚଳରେ ଉପୁଜିପାରେ ବନ୍ୟାସ୍ଥିତି । ଦୁର୍ବଳ ନଦୀବନ୍ଧ ସ୍ଥାନରେ ପ୍ରାୟ ୫ରୁ ୭ ହଜାର ବାଲିବସ୍ତା ଷ୍ଟକ୍ ରଖାଯାଇଛି ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଫଳରେ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ବୁଢ଼ାବଳଙ୍ଗ ବି ବିପଦ ସଂକେତ ଉପରେ ରହିଛି । ଆଜି ରାତିରେ ବୁଢାବଳଙ୍ଗ ଜଳସ୍ତର କ୍ରମଶଃ ହ୍ରସ ପାଇବ । ବୈତରଣୀ, ଜଳକା ଓ ସାଳନ୍ଦୀରେ ପାଣି ବଢ଼ୁଛି । ଆନନ୍ଦପୁର ବ୍ୟାରେଜ୍ର ୩୧ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସିତ ହେଉଛି ।
ସେହିପରି ମହାନଦୀରେ ବି ବଢିବ ପାଣି । ମୋଟ ୨୦ଟି ଗେଟରେ ଦେଇ ଜଳ ନିଷ୍କାସନ ଜାରି ରହିଛି । ୨୦ ଗେଟରେ ସେକେଣ୍ତ ପ୍ରତି ୩ ଲକ୍ଷରୁ ଅଧିକ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡଳୀଠାରେ ୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉପରେ ବର୍ଷା, ଫୁଲୁଛି ତଳମୁଣ୍ଡ । ସତର୍କ ରହିବାକୁ ଡାକବାଜୀ ଯନ୍ତ୍ରରେ କରାଯାଉଛି ସତର୍କ । ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳର ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି ଏବଂ କୋଚିଳାରେ ବନ୍ୟା ଆସିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦୁର୍ବଳ ହେଉଛି ଅବପାତ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବେ । ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୨୮ରୁ ରାଜ୍ୟରେ ପାଗ ବଦଳିବା ସହ ବର୍ଷା କମିବ । ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା ମୟୂରଭଞ୍ଜର ନବନାରେ ୧୨୪.୪ ମିଲିମିଟର ରେକର୍ଡ ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା ଟିକିଏ ଆଶ୍ବସ୍ତ ଆଣିଥିଲେ ବି ଉପର ମୁଣ୍ଡରେ ବର୍ଷା ଯୋଗୁ ଫୁଲୁଥିବା ନଦୀ ନାଳ ଯୋଗୁ ଉତ୍ତର ଓ ଉପକୂଳିଆଙ୍କ ଛାତି ଧଡ଼ଧଡ଼ ।

Related Topics
Explore more stories