100 Loans On Fake Gold / ୨.୧୨ କୋଟିର ସୁନା ଋଣ ଜାଲିଆତି, ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର
·26 mins ago·3 min read

Key Points
ନକଲି ସୁନାରେ ୧୦୦ଟି ଗୋଲ୍ଡ ଲୋନ୍ ଦେଇ ନେଇ ଯାଇଥିଲେ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା । ଏଭଳି ଏକ ମାମଲାରେ EOW ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି ।
ଭୁବନେଶ୍ଵର: ବାଡ଼ ଖାଉଥିଲା ଫସଲ । ସୁରକ୍ଷା ଦାୟିତ୍ଵରେ ରହି କରୁଥିଲେ ଲୁଟ୍ । ନକଲି ସୁନାରେ ୧୦୦ଟି ଗୋଲ୍ଡ ଲୋନ୍ ଦେଇ ନେଇ ଯାଇଥିଲେ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା । ଏଭଳି ଏକ ମାମଲାରେ ଓଡ଼ିଶା ଆର୍ଥିକ ଅପରାଧ ଶାଖା (EOW) ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଆଜି ବାଲେଶ୍ୱରସ୍ଥିତ OPID ଆଇନ ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଅଦାଲତରେ ହାଜର କରାଯାଇଛି । ଅଭିଯୋଗ ଅନୁଯାୟୀ, ଜୁନ୍ ୨୦୨୩ରୁ ଜୁନ୍ ୨୦୨୪ ମଧ୍ୟରେ ସତ୍ୟବ୍ରତ ଭୋଇ ଯୋଡ଼ାସ୍ଥିତ ୟୁନିୟନ୍ ବ୍ୟାଙ୍କ ଶାଖାର ଶାଖା ପରିଚାଳକ ଥିଲେ ।
ଏଥିସହ ପଢ଼ନ୍ତୁ: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା, ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ସେହି ସମୟରେ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଜାଲି ଓ ନକଲି ସୁନା ଅଳଙ୍କାର ରଖି ଏବଂ ଆବଶ୍ୟକ ଦସ୍ତାବିଜ ବିନା ୧୦୦ଟି ସୁନା ଋଣ ଜାଲିଆତିପୂର୍ବକ ମଞ୍ଜୁର ଓ ବିତରଣ କରିଥିଲେ । ଏହି ଋଣଗୁଡ଼ିକର ମୋଟ ମୂଲ୍ୟ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା ଥିଲା । ପରେ ଏହି ଋଣ ଅର୍ଥ ହଡ଼ପ କରାଯାଇ ବ୍ୟାଙ୍କକୁ ସତ୍ୟବ୍ରତ ବିପୁଳ ଆର୍ଥିକ କ୍ଷତି ପହଞ୍ଚାଯାଇଥ ଅଭିଯୋଗ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯାହାକୁ ନେଇ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବାଲେଶ୍ୱର ରିଜିଓନାଲ୍ ଅଫିସର ରିଜିଓନାଲ୍ ହେଡ୍ ଆଶୁତୋଷ ସୁଶୀଲ କୁମାର ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ କରିଥିଲେ । ସତ୍ୟବ୍ରତ ଭୋଇ ୧୨.୦୯.୨୦୨୨ରୁ ଯୋଡ଼ା ଶାଖାର ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଥିଲେ ।
ଶାଖାର ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ପରିଚାଳନା ସହ ପଣବନ୍ଧକ ରଖାଯାଇଥିବା ସୁନା ଅଳଙ୍କାରର ମୂଲ୍ୟାଙ୍କନ ଓ ଯାଞ୍ଚ, ଋଣଗ୍ରହୀତାଙ୍କ ଯୋଗ୍ୟତା ଓ KYC ଯାଞ୍ଚ, ଆବଶ୍ୟକ ଦସ୍ତାବିଜ ଯାଞ୍ଚ, ସୁନା ଋଣ ମଞ୍ଜୁର ଓ ବିତରଣ, ଋଣ ଦସ୍ତାବିଜର ସୁରକ୍ଷିତ ସଂରକ୍ଷଣ ଏବଂ ପଣବନ୍ଧକ ସୁନାର ଯୁଗ୍ମ ହେପାଜତ ଭଳି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା ।
ତଦନ୍ତ ବେଳେ ଜଣାପଡ଼ିଛି ଯେ, ଅଭିଯୁକ୍ତ ଶାଖା ପରିଚାଳକ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟାକୁ ଉଲ୍ଲଂଘନ କରି ନକଲି ସୁନା ଅଳଙ୍କାର ରଖି ୧୦୦ଟି ସୁନା ଋଣ ମଞ୍ଜୁର କରିଥିଲେ ।
ଋଣ ଫାଇଲ୍ଗୁଡ଼ିକରେ ଆବଶ୍ୟକ ଦସ୍ତାବିଜ, KYC ଏବଂ ପ୍ରକୃତ ଋଣଗ୍ରହୀତାଙ୍କ ଦସ୍ତଖତ ନଥିବା ତଦନ୍ତରୁ ଜଣାପଡ଼ିଛି । ଏଥିସହ Gold Pouch In-Out Register ମଧ୍ୟ ରକ୍ଷଣାବେକ୍ଷଣ କରାଯାଇନଥିଲା । ଯାହା ଜାଲିଆତିପୂର୍ବକ ଋଣ ବିତରଣକୁ ଜାଣିଶୁଣି ସହଯୋଗ କରାଯାଇଥିବାର ସୂଚନା ଦେଉଛି ।
ମୋଟ ୧୦୦ଟି ସୁନା ଋଣ ଖାତା ମଧ୍ୟରୁ ୨୩ଟି ଖାତା ବନ୍ଦ ହୋଇଥିବା ବେଳେ ୭୬ଟି ଖାତାର ଋଣ ଏବେବି ବକେୟା ରହିଛି । ୨୦୨୬ ଅଗଷ୍ଟ ୧୮ ସୁଦ୍ଧା ଏହି ୭୬ଟି ସକ୍ରିୟ ଖାତାର ମୋଟ ବକେୟା ରାଶି ୧୯୭,୫୦,୬୩୬.୭୧ ଟଙ୍କା ରହିଛି ।
ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତ ଶାଖା ପରିଚାଳକ ଜାଣିଶୁଣି ମଞ୍ଜୁର ହୋଇଥିବା ଋଣ ରାଶିକୁ ସମ୍ପୃକ୍ତ ଋଣଗ୍ରହୀତାଙ୍କ ଖାତାରେ ଜମା କରାଇଥିଲେ । ପରବର୍ତ୍ତୀ ସମୟରେ ଋଣଗ୍ରହୀତାଙ୍କ ଅଜାଣତରେ ଓ ବିନା ସମ୍ମତିରେ ସେହି ଅର୍ଥକୁ ଅନ୍ୟ ଖାତାକୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ଏହି ଅର୍ଥ ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନଙ୍କ ସହ ସମ୍ପର୍କିତ ଖାତାଗୁଡ଼ିକୁ ପଠାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ; ୨୦ ହଜାର ଲାଞ୍ଚରୁ ମିଳିଲା ନଗଦ ₹୭ ଲକ୍ଷ ଟଙ୍କା
ଏଭଳି ଭାବେ ସମଗ୍ର ଋଣ ରାଶିକୁ ହଡ଼ପ କରିବା ସହ ପ୍ରକୃତ ଅର୍ଥ କାରବାରର ଟ୍ରେଲ୍କୁ ଲୁଚାଇବା ପାଇଁ ଯୋଜନାବଦ୍ଧ ଭାବେ ଅର୍ଥ ସ୍ଥାନାନ୍ତର କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଋଣ ମଞ୍ଜୁର, ବିତରଣ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ସ୍ଥାନାନ୍ତର ପ୍ରକ୍ରିୟାରୁ ଅଭିଯୁକ୍ତ ଶାଖା ପରିଚାଳକ ଓ ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମନ୍ୱିତ ଭୂମିକା ଥିବା ଜଣାପଡ଼ିଛି ।
ଏନେଇ EOW PS Case No.12, BNS ଧାରା ୩୧୬(୫)/୩୧୮(୪)/୩୩୬(୩)/୩୩୮/୩୪୦(୨)/୩୪୪/୬୧(୨) ସହିତ IT Actର ଧାରା ୬୬(C) ଓ ୬୬(D) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ରବିବାର ସତ୍ୟବ୍ରତଙ୍କୁ ଭୁବନେଶ୍ଵର ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରାଯାଇଛି ।

Related Topics
Explore more stories