Cyclone Akvan / ୧୯୯୫ ପରେ ନଭେମ୍ବର ମାସରେ ବାତ୍ୟା ଦେଖିଲା ଗୋପାଳପୁର
·1 day ago·2 min read

Key Points
ନଭେମ୍ବର ମାସରେ ଶେଷ ଥର ୧୯୯୫ରେ ଗୋପାଳପୁର ପାଖାପାଖି ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟା । ୧୯୯୫ ନଭେମ୍ବର ୯ରେ ଆସିଥିବା ବାତ୍ୟାର ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୧୪୦କିମି ଥିଲା ।
ଭୁବନେଶ୍ଵର: ବଙ୍ଗୋପସାଗର ଉପକୂଳରେ ରହିଛି ଓଡ଼ିଶାର ତଟୀୟ ଅଞ୍ଚଳ । ଯେଉଁଠି ପ୍ରତିବର୍ଷ ପ୍ରାୟତଃ ବାତ୍ୟା ଆସେ । ଓଡ଼ିଶା ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା କରିବା ସହ ମୁଣ୍ଡ ଟେକି ପୁଣି ଛିଡ଼ା ହୋଇଛି । ପୂର୍ବରୁ ପ୍ରାୟତଃ ବାତ୍ୟା ମୌସୁମୀ ଋତୁ ପୂର୍ବରୁ ମେ ମାସ କିମ୍ବା ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଅକ୍ଟୋବର ଆସିଥାଏ ।
କିନ୍ତୁ ଚଳିତ ବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ବଙ୍ଗୋପସାଗରରେ ୩ଟି ବାତ୍ୟା ଆସିଛି । ୨ଟି ବାତ୍ୟା ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ବେଳେ 'ଅକଭାନ' ଦୁର୍ବଳ ହୋଇ ଦକ୍ଷିଣ ଓଡ଼ିଶାର ଗୋପାଳପୁରରେ ସ୍ଥଳଭାଗ ଛୁଇଁଛି ।
ଏହା ପୂର୍ବରୁ ନଭେମ୍ବର ମାସରେ ଶେଷ ଥର ୧୯୯୫ରେ ଗୋପାଳପୁର ପାଖାପାଖି ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟା । ୧୯୯୫ ନଭେମ୍ବର ୯ରେ ଆସିଥିବା ବାତ୍ୟାର ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୧୪୦କିମି ଥିଲା । ଏବେ ୩୦ ବର୍ଷ ପରେ ଗୋପାଳପୁରରେ 'ଅକଭାନ' ଲ୍ୟାଣ୍ଡ ଫଲ୍ କରିଛି ।
ଏଥି ସହ ପଢନ୍ତୁ: ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ଵ; ବାତ୍ୟା ‘ଅକ୍ଵାନ୍’ ସମୟରେ ଆମ ବସ୍ ସେବା ସୁନିଶ୍ଚିତ କଲା CRUT

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନଭେମ୍ବରରେ ଆସିଥିବା ବାତ୍ୟା
୧୯୦୧ ରୁ ୨୦୨୫ ମଧ୍ୟରେ ନଭେମ୍ବର ମାସରେ ଅର୍ଥାତ ୧୨୫ ବର୍ଷ ଇତିହାସରେ ବଙ୍ଗୋପସାଗରରେ ମୋଟ ୪ଟି ବାତ୍ୟା ଆସି ଓଡ଼ଶା ଉପକୂଳ ଅତିକ୍ରମ କରିଛି । ୧୯୧୬, ୧୯୨୪, ୧୯୭୩ ଏବଂ ୧୯୯୫ରେ ନଭେମ୍ବର ମାସରେ ବାତ୍ୟା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ।
୧୯୯୯ରୁ ଏବେ ସୁଦ୍ଧା ଓଡ଼ିଶାରେ ମାଡ଼ ହୋଇଥିବା ବାତ୍ୟା
୧୯୯୯ ଅକ୍ଟୋବର ୨୯ । ଜଗତସିଂହପୁର ଜିଲ୍ଲାର ପାରାଦୀପ ନିକଟରେ ମାଡ଼ ହୋଇଥିଲା ମହାବାତ୍ୟା । ଯାହାର ପବନର ବେଗ ଘଣ୍ଟାପ୍ରତି ୨୬୦ରୁ ୨୭୦ କିଲୋମିଟର ରହିଥିଲା । ମହାବାତ୍ୟାରେ ଅର୍ଦ୍ଧାଧିକ ଓଡ଼ିଶା ଛାରଖାର୍ ହୋଇ ଯାଇଥିଲା ।
ମହାବାତ୍ୟାର ଅନେକ ବର୍ଷ ପରେ ୨୦୧୩ରେ ଆସିଥିଲା ଶକ୍ତିଶାଳୀ ବାତ୍ୟା ଫାଇଲିନ୍ । ୧୨ ଅକ୍ଟୋବରରେ ଫାଇଲିନ୍ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଥିଲା । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୨୦୦ରୁ ୨୧୯ କିଲୋମିଟର ଥିଲା ।
୨୦୨୮ ମସିହା ସେପ୍ଟେମ୍ବର ୨୧ ତାରିଖରେ ସେହି ଗୋପାଳପୁପର ନିକଟରେ ଘଣ୍ଟାପ୍ରତି ୬୦ରୁ ୭୦ କିମି ବେଗରେ ପବନ ସହ ମାଡ଼ ହୋଇଥିଲା ଆଉ ଏକ ବାତ୍ୟା ଡାଏ ।

୨୦୧୯ ମେ ୩ ତାରିଖରେ ପୁରୀ ଉପକୂଳରେ ବାତ୍ୟା ଫନି ମାଡ଼ ହୋଇଥିଲା । ପବନର ବେଗ ଘଣ୍ଟାପ୍ରତି ୧୭୫ରୁ ୧୮୫ କିମି ରହିଥିଲା । ଏହି ବାତ୍ୟାରେ ପୁରୀ ସହ ଖୋର୍ଦ୍ଧା, କଟକ, ନୟାଗଡ଼ ଆଦି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।
୨୦୨୧ ମେ ୨୬ରେ ବାଲେଶ୍ଵରର ବାହାନଗା ନିକଟରେ ବାତ୍ୟା ୟାସ୍ ମାଡ଼ ହୋଇଥିଲା । ୧୩୦ରୁ ୧୪୦ କିମି ବେଗରେ ଘଣ୍ଟାପ୍ରତି ପବନ ବହିଥିଲା । ୨୦୨୪ ଅକ୍ଟୋବର ୨୫ରେ ହାବେଳିଖଟି ଏବଂ ଧାମରା ମଧ୍ୟରେ ବାତ୍ୟା ଦାନା ମାଡ଼ ହୋଇଥିଲା । ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦କରୁ ୧୧୦ କିଲୋମିଟର ।
ଏବେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ସହ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା 'ଅକଭାନ' ।
ପଡ଼ିଶାରେ ମାଡ଼, ଓଡ଼ିଶାରେ ପ୍ରଭାବ
୨୦୧୪ରେ ହୁଡହୁଡ (ଆନ୍ଧ୍ର), ୨୦୨୧୮ରେ ତିତଲି (ଆନ୍ଧ୍ର), ୨୦୧୯ରେ ବୁଲବୁଲ (ପଶ୍ଚିମବଙ୍ଗ), ୨୦୨୦ରେ ଅମ୍ଫାନ (ପଶ୍ଚିମବଙ୍ଗ), ୨୦୨୧ରେ ଗୁଲାବ (ଆନ୍ଧ୍ର), ୨୦୨୨ରେ ଅସାନି (ଆନ୍ଧ୍ର), ୨୦୨୬ରେ ଅର୍ଣ୍ଣବ, ମୁରାସୁ (ଆନ୍ଧ୍ର)ରେ ମାଡ଼ ହୋଇଥିବା ବେଳେ ଓଡ଼ିଶା ଉପରେ ପ୍ରଭାବ ପଡ଼ିଥିଲା ।