Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରଣଜୀ ଟ୍ରଫିରେ ପ୍ରଥମ ବିଜୟ ହାସଲ କଲା ଓଡିଶା 

Odisha

ରଣଜୀ ଟ୍ରଫିରେ ପ୍ରଥମ ବିଜୟ ହାସଲ କଲା ଓଡିଶା 

Manini Pattanayak
Browse all articles by Manini Pattanayak
·2 years ago·2 min read
ରଣଜୀ ଟ୍ରଫିରେ ପ୍ରଥମ ବିଜୟ ହାସଲ କଲା ଓଡିଶା 

କଟକ: ରଣଜୀ ଟ୍ରଫି ରେ ପ୍ରଥମ ବିଜୟ ହାସଲ କଲା ଓଡିଶା।  ହିମାଚଳ ପ୍ରଦେଶକୁ 238 ରନରେ ହରାଇ ଟ୍ରାକକୁ ଫେରିଛି  ଓଡିଶା ଟିମ । ରାଜେଶ ମହାନ୍ତିଙ୍କ ବ୍ୟକ୍ତିଗତ 5 ୱେକେଟ ଓ ସନ୍ଦୀପ ପଟ୍ଟନାୟକଙ୍କ  ଧୂଆଁଦାର ଶତକ ବଳରେ ଓଡିଶା ରଣଜୀ ସିଜିନ ରେ ତାର ପ୍ରଥମ ବିଜୟ ହାସଲ କରିଛି । ଡ୍ରିମ୍ସ ଗ୍ରାଉଣ୍ଡ ରେ ଖେଳାଯାଇଥିବା ଏହି ମୁକାବିଲା ରେ ହିମାଚଳ ପ୍ରଥମେ ଟସ ଜିତି ବୋଲିଂ ନିସ୍ପତ୍ତି ନେଇଥିଲା।

ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡିଶା ପ୍ରଥମ ପାଳି ରେ 138 ରନ କରିଥିଲା। ଦଳ ପକ୍ଷରୁ ନବାଗତ ଆଶ୍ରିବାଦ ସ୍ୱାଇଁ ସର୍ବାଧିକ ବ୍ୟକ୍ତିଗତ 37 ରନ କରିଥିଲେ। ଜବାବ ରେ ଭ୍ରମଣକାରୀ ଦଳ ହିମାଚଳ 176 ରନ କରିବା ପାଇଁ ସକ୍ଷମ ହୋଇଥିଲା ଓଡିଶା ପକ୍ଷରୁ ରାଜେଶ ମହାନ୍ତି ବିପ୍ଳବ ସାମନ୍ତରାୟ 3 ଟି ଲେଖାଏଁ ୱେକେଟ ନେଇ ବିପକ୍ଷ ହିମାଚଳ କୁ ବଡ଼ ସ୍କୋର କରିବାରେ ବ୍ରେକ ଲଗାଇଥିଲେ। ଜବାବ ରେ ଅଗ୍ରଣୀ ରନ କୁ ଟ୍ରାଏଲ କରି ଓଡିଶା ତାର ଦ୍ୱିତୀୟ ପାଳି ରେ 8 ୱେକେଟ ରେ ବିଶାଳ 425 ରନ କରି ପାଳି ଘୋଷଣା କରିଥିଲା । ସନ୍ଦୀପ ପଟ୍ଟନାୟକ 150 ଜରିଆରେ ଏହି ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା ଓଡ଼ିଶା। ତେବେ ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ମାତ୍ର 149 ରନରେ ଅଲ ଆଉଟ ହୋଇଯାଇଥିଲା ହିମାଚଳ। ଦ୍ୱିତୀୟ ଇନିସ ରେ 5 ଟି ୱେକେଟ ନେଇ ଥିଲେ ରାଜେଶ । ତେବେ ଚଳିତବର୍ଷ ରଣଜୀ ଟ୍ରଫି ରେ ଓଡିଶା ଏଯାବତ 4 ଟି ମ୍ୟାଚ ଖେଳିଛି ଓଡିଶା । ସେଥରୁ 2 ଟି ମ୍ୟାଚ ପରାଜୟ ଗୋଟିଏ ଅମୀମାଂସିତ ଓ ଗୋଟିଏ ବିଜୟ ହାସଲ କରିଛି ଟିମ ଓଡିଶା। ତେବେ ଆଗାମୀ 3 ମ୍ୟାଚ ପଣ୍ଡିଚେରୀ, ଉତ୍ତରାଖଣ୍ଡ ଓ ଦିଲ୍ଲୀ ବିପକ୍ଷରେ ଖେଳିବ ଟିମ ଓଡିଶା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha got their first win in Ranji Trophy | Argus News