|
logo
Live
Argus News App
GET APP

Argus News - AIକୁ ଓଡ଼ିଶା ସରକାରଙ୍କ ଗୁରୁତ୍ଵ; ପ୍ରାରମ୍ଭିକ ପର୍ଯ୍ୟାୟର ୫ଟି ବିଭାଗରେ କରାଯିବ କାର୍ଯ୍ୟକାରୀ

Odisha

Artificial Intelligence / AIକୁ ଓଡ଼ିଶା ସରକାରଙ୍କ ଗୁରୁତ୍ଵ; ପ୍ରାରମ୍ଭିକ ପର୍ଯ୍ୟାୟର ୫ଟି ବିଭାଗରେ କରାଯିବ କାର୍ଯ୍ୟକାରୀ

Sushanta Sahoo
Browse all articles by Sushanta Sahoo
·3 months ago·2 min read
AIକୁ ଓଡ଼ିଶା ସରକାରଙ୍କ ଗୁରୁତ୍ଵ; ପ୍ରାରମ୍ଭିକ ପର୍ଯ୍ୟାୟର ୫ଟି ବିଭାଗରେ କରାଯିବ କାର୍ଯ୍ୟକାରୀ
Odisha to Implement AI in Education

Key Points

ସରକାରଙ୍କ ବଡ଼ ଯୋଜନା ସୁଭଦ୍ରାରେ ବ୍ୟବହାର ହେବ AI ମଡ୍ୟୁଲ୍ ଟୁଲ୍ । ଏଥିପାଇଁ ଟ୍ରାଏଲ୍ ଟେଷ୍ଟ ସରିଛି । ଓଡ଼ିଶା AI ସମ୍ମିଳନୀ-୨୦୨୫ ଅବସରରେ ଏନେଇ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।
ଭୁବନେଶ୍ଵର: ଲୋକକୈନ୍ଦ୍ରିକ ସେବା ଯୋଗାଇବା ପାଇଁ AIର ବ୍ୟବହାର କରିବେ ସରକାର । ସରକାରଙ୍କ ବଡ଼ ଯୋଜନା ସୁଭଦ୍ରାରେ ବ୍ୟବହାର ହେବ AI ମଡ୍ୟୁଲ୍ ଟୁଲ୍ । ଏଥିପାଇଁ ଟ୍ରାଏଲ୍ ଟେଷ୍ଟ ସରିଛି । ଓଡ଼ିଶା AI ସମ୍ମିଳନୀ-୨୦୨୫ ଅବସରରେ ଏନେଇ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।

ମନ୍ତ୍ରୀ କହିଛନ୍ତି, "ଆତ୍ମନିର୍ଭର ଭାରତରେ ସୁଭଦ୍ରା ଅର୍ଥ କେଉଁଠି ବ୍ୟବହାର କରିପାରିବେ ହିତାଧିକାରୀ । କେତେ ବୟସର କେତେ ହିତାଧିକାରୀ ଅଛନ୍ତି ସେ ଦିଗରେ AIର ବ୍ୟବହାର କରାଯାଇ ପାରିବ । ଏନେଇ ସରକାର 3Pକୁ ଗୁରୁତ୍ଵ ଦେଉଛନ୍ତି । P- ପିପୁଲ୍ (People), P- ପ୍ଲାନେଟ୍ (Planet), P- ପ୍ରୋଗ୍ରେସ୍ (Progress) ।"

ଏଥିସହ ପଢ଼ନ୍ତୁ: ସିଲ୍ ହେଲା ଓଡ଼ିଶାକୁ ଲାଗି ରହିଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମା

ଆଗକୁ ସରକାର ଭାଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏହାଦ୍ଵାରା ବିଶ୍ଵର ଯେ କୌଣସି ସ୍ଥାନରେ ଥାଇ ଲୋକେ ଓଡ଼ିଆ ଭାଷାର ଉପଯୋଗ କରିପାରିବେ । ବିଦ୍ୟାଳୟ ପାଠ୍ୟକ୍ରମରୁ ନେଇ ପି.ଏଚ୍‌ଡି ପର୍ଯ୍ୟନ୍ତ AIକୁ ସାମିଲ୍ କରାଯିବ । ଏନେଇ ସରକାର ଚିନ୍ତା କରୁଥିବା କହିଛନ୍ତି ଆଇଟି ମନ୍ତ୍ରୀ ।

କେଉଁ ହେଡ୍‌ରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଜାଲି ହିତାଧିକାରୀ ଚୟନ ଦିଗରେ ବି କାମ କରିବ AI । କେବଳ ସୁଭଦ୍ରା ଯୋଜନା ନୁହେଁ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡ଼ିକରେ ସଫଳ ରୂପାୟନ ଓ ତୃଣମୂଳ ସ୍ତରରେ ଯୋଜନା କାର୍ଯ୍ୟକାରୀ ଓ ହିତାଧିକାରୀ ଜାଲିଆତି ରୋକିବାରେ AI ସହାୟତା ନିଆଯିବ ।

ଏଥିସହ ପଢ଼ନ୍ତୁ: ବଜାରରେ ମାଡ଼ିଗଲା ଟ୍ରକ୍; ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା, ବିଦ୍ୟୁତ୍ ଖୁଣ୍ଟ ବି ଭାଙ୍ଗିଲା

AI ଉପଯୋଗ କରି ଶାସନ ଏବଂ ନାଗରିକ ସେବାକୁ ସରଳୀକରଣ କରାଯିବ । ସରକାରୀ ବ୍ୟବସ୍ଥାରେ କାର୍ଯକାରୀ ହେବ AI । ପ୍ରାରମ୍ଭିକ ଭାବେ ୫ଟି ବିଭାଗରେ AI କାର୍ଯକାରୀ କରାଯିବ । ଶିକ୍ଷା, ସ୍ଵାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗରେ AI ଉପଯୋଗ ଉପରେ ଗୁରୁତ୍ଵ ଦିଆଯାଉଛି । ପରବର୍ତ୍ତୀ ସମୟରେ ୪୧ ବିଭାଗରେ AI ବ୍ୟବହାର ହେବ ।

ବିଭିନ୍ନ ବିଭାଗରେ ପୂର୍ବରୁ କ'ଣ କରାଯାଇଥିଲା, ଏବେ କ'ଣ କରାଯାଉଛି ? ସବୁ ତଥ୍ୟ ରହିବା ସହ ନିଷ୍ପତ୍ତି ଗ୍ରହଣରେ AI ନେବ ପ୍ରମୁଖ ଭୂମିକା । ଫେବ୍ରୁଆରୀ ମାସରେ ଦିଲ୍ଲୀରେ AI ସମ୍ମିଳନୀ ହେବାକୁ ଥିବା ବେଳେ ଏହା ପୂର୍ବରୁ ଓଡ଼ିଶା ସମେତ ୮ ରାଜ୍ୟରେ AI ଇମ୍ପାକ୍ଟ ରିଜିଓନାଲ ସମ୍ମିଳନୀ ଆୟୋଜନ କରାଯାଉଛି । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ AI ନୀତି ଆଣିବା ସହ ବଜେଟ୍‌ରେ ବ୍ୟବସ୍ଥା କରିଛି । ଆଗାମୀ ଦିନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବ ବୋଲି କହିଛନ୍ତି ଆଇଟି ମନ୍ତ୍ରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Artificial Intelligence: AIକୁ ଓଡ଼ିଶା ସରକାରଙ୍କ ଗୁରୁତ୍ଵ; ପ୍ରାରମ୍ଭିକ ପର୍ଯ୍ୟାୟର ୫ଟି ବିଭାଗରେ କରାଯିବ କାର୍ଯ୍ୟକାରୀ | Argus News