Asset Declaration / ସରକାରୀ ବାବୁଙ୍କୁ ସମ୍ପତ୍ତି ଛାଟ; ପ୍ରପର୍ଟି ତାଲିକା ଦେଇ ନଥିଲେ ପଦୋନ୍ନତି ବନ୍ଦ
·8 months ago·2 min read

Key Points
ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ଥିବା ନିୟମକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଭୁବନେଶ୍ଵର: ସମ୍ପତ୍ତି ତାଲିକା ଦେଇ ନଥିଲେ ମିଳିବନି ପଦୋନ୍ନତି । ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ଥିବା ଏହି ନିୟମକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଯେଉଁଥିରେ ଉଲ୍ଲେଖ ରହିଛି, "ଦେଖା ଯାଉଛି ଅନେକ ସରକାରୀ କର୍ମଚାରୀ ବାର୍ଷିକ ସମ୍ପତ୍ତି ତାଲିକା ୨୦୨୪ ବର୍ଷ ଲାଗି HRMS ପୋର୍ଟାଲରେ ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ କରିନାହାନ୍ତି । ତାରିଖ ବଢ଼ାଇବା ଲାଗି ଏକାଧିକ ନିବେଦନ ଆସିଥିବା ବେଳେ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି ।"
ଏଥିସହ ପଢ଼ନ୍ତୁ: ଆବଶ୍ୟକତାଠୁ ଅଧିକ ନିଯୁକ୍ତି କରିଥିଲା Amazon; ଏବେ ୩୦ ହଜାର କର୍ମଚାରୀଙ୍କୁ କରିବ ବିଦା
ଉଚ୍ଚସ୍ତରୀୟ ଆଲୋଚନା ପରେ ଦୀର୍ଘକାଳୀନ ପ୍ରଶାସନିକ ଶୃଙ୍ଖଳାକୁ ଦୃଷ୍ଟିଟିରେ ରଖି ତାରିଖ ବୃଦ୍ଧି କରାଯାଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ୨୦୨୪ ବର୍ଷର ବାର୍ଷିକ ସମ୍ପତ୍ତି ତାଲିକା HRMS ପୋର୍ଟାଲରେ ଦାଖଲ କରିନଥିବା ଅଧିକାରୀଙ୍କ ଲାଗି ଆଉ ପୋର୍ଟାଲ ଖୋଲିବ ନାହିଁ ।
ଫଳରେ, ୨୦୨୪ ବର୍ଷ ଠାରୁ ସମ୍ପତ୍ତି ତାଲିକା ଦେଇ ନ ଥିଲେ ଅଧିକାରୀ ଓ କର୍ମଚାରୀ ମାନଙ୍କର ପଦୋନ୍ନତି ହେବ ନାହିଁ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ । କୌଣସି ପରିସ୍ଥିତିରେ ଆଉ ଅଧିକ ସମୟ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି ।
ଏଥିସହ ପଢ଼ନ୍ତୁ: ସମୁଦ୍ରରେ ବଳ ଗୋଟାଉଛି 'ମୋନ୍ଥା', ନେଲା ଭୀଷଣ ବାତ୍ୟାର ରୂପ
ଏଥିସହ ୨୦୨୫ ବର୍ଷରେ ସମ୍ପତ୍ତି ତାଲିକା ୨୦୨୬ ଜାନୁଆରୀ ୧ରୁ ୩୧ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ବର୍ଷ ଗୁଡ଼ିକରେ ମଧ୍ୟ ଏହି ତାରିଖକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଏଥିସହ ବିଭାଗରେ କାର୍ଯ୍ୟରତ ଶତପ୍ରତିଶତ କର୍ମଚାରୀ କିଭଳି ବାର୍ଷିକ ସମ୍ପତ୍ତି ତାଲିକା ଦେବେ ତାହା ବିଭାଗୀୟ ମୁଖ୍ୟ ନିଶ୍ଚିତ କରିବେ ।
ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣରେ ସ୍ଵାଗତ କରାଯାଇଛି । ସମ୍ପତ୍ତି ତାଲିକା ଦେବା ଦ୍ଵାରା ଅସାଧୁ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପଦୋନ୍ନତି ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି । ଭିଜିଲାନ୍ସ ରେଡ୍ ବେଳେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ଆୟ ଠାରୁ ବହୁଗୁଣ ସମ୍ପତ୍ତି ଠାବ ହେଉଥିବା ବେଳେ ଏହି ପଦକ୍ଷେପ ବ୍ୟବସ୍ଥାରେ ସ୍ଵଚ୍ଛତା ଆଣିବା ଆଶା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories