Odisha DA Hike / ଦରଦାମ ବୃଦ୍ଧି ଭିତରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଆଶ୍ଵସ୍ତି; ୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
·1 hour ago·2 min read

Key Points
- ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା
- ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ମହଙ୍ଗା ଭତ୍ତା ୫୮ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି । ଉପକୃତ ହେବେ ସରକାରୀ କର୍ମଚାରୀ । ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରି ସରକାରୀ କର୍ମଚାରୀଙ୍କୁ ଆଶ୍ଵସ୍ତି ଦେଇଛନ୍ତି । ଦରଦାମ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି ।
ଏଥିସହ ପଢ଼ନ୍ତୁ: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୩୪ ଲକ୍ଷ ଭୋଟର, ୯ ଲକ୍ଷ ୮୦ ହଜାର ଭୋଟର ବାଦ୍
ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ଜାନୁଆରୀ ପହିଲାରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ସହିତ ପେନସନ ଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ବଢ଼ାଯାଇଛି । ରାଜ୍ୟ ସରକାର ପେନସନଭୋଗୀଙ୍କ ଟି.ଆଇ ଦୁଇ ପ୍ରତିଶତ ବୃଦ୍ଧି କରିଛନ୍ତି । ସେମାନେ ମଧ୍ୟ ଅନୁରୂପ ଭାବେ ମେ ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ,ଲୋକଙ୍କ ଭିଡ଼ ଯୋଗୁଁ 50 ପ୍ରତିଶତ ଚାହିଦା ବଢିଛି: ଯୋଗାଣ ମନ୍ତ୍ରୀ
ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ ବୋଲି ସରକାର ସୂଚନା ଦେଇଛନ୍ତି । ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ୁଥିବା ବେଳେ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବା ସରକାରୀ ଚାକିରିଆଙ୍କୁ ବଡ଼ ଆଶ୍ଵସ୍ତି ଦେଇଛି ।

#ମହଙ୍ଗା_ଭତ୍ତା_ବୃଦ୍ଧି_କଲେ_ରାଜ୍ୟ_ସରକାର
— Argus News (@ArgusNews_in) May 15, 2026
ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବୃଦ୍ଧି
ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୁଦାୟ ମହଙ୍ଗା ଭତ୍ତା ୫୮ରୁ ୬୦ ପ୍ରତିଶତକୁ ବୃଦ୍ଧି
ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ
ପେନସନ୍ଭୋଗୀଙ୍କ ଟି.ଆଇରେ ମଧ୍ୟ ବୃଦ୍ଧି
ମେ' ମାସ ପେନ୍ସନରେ ବର୍ଦ୍ଧିତ ଟି.ଆଇ ପାଇବେ… pic.twitter.com/tRVyyZMHrF
ଏହା ସହିତ ପେନସନ ଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ବଢ଼ାଯାଇଛି । ରାଜ୍ୟ ସରକାର ପେନସନଭୋଗୀଙ୍କ ଟି.ଆଇ ଦୁଇ ପ୍ରତିଶତ ବୃଦ୍ଧି କରିଛନ୍ତି । ସେମାନେ ମଧ୍ୟ ଅନୁରୂପ ଭାବେ ମେ ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ,ଲୋକଙ୍କ ଭିଡ଼ ଯୋଗୁଁ 50 ପ୍ରତିଶତ ଚାହିଦା ବଢିଛି: ଯୋଗାଣ ମନ୍ତ୍ରୀ
ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ ବୋଲି ସରକାର ସୂଚନା ଦେଇଛନ୍ତି । ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ୁଥିବା ବେଳେ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବା ସରକାରୀ ଚାକିରିଆଙ୍କୁ ବଡ଼ ଆଶ୍ଵସ୍ତି ଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories