Odisha Will Begin SIR / ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୩୪ ଲକ୍ଷ ଭୋଟର, ୯ ଲକ୍ଷ ୮୦ ହଜାର ଭୋଟର ବାଦ୍
·1 hour ago·2 min read

Key Points
ମେ ୩୦ରୁ ଓଡ଼ିଶାରେ SIR
ରାଜ୍ୟରେ ୩ କୋଟି ୩୪ ଲକ୍ଷ ଭୋଟର
୯ ଲକ୍ଷ ୮୦ ହଜାର ଭୋଟର ବାଦ୍
ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ.ଗୋପାଳନଙ୍କ ସୁଚନା

ଭୁବନେଶ୍ବର, ୧୫/୦୫: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଛନ୍ତି ୩କୋଟି ୩୪ଲକ୍ଷ ଭୋଟର୍ । ବାଦ୍ ପଡ଼ିଲେ ୯ଲକ୍ଷ ୮୦ହଜାରରୁ ଅଧିକ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାସହ ଯେଉଁ ମାନେ ଭାରତୀୟ ନାଗରିକ ନୁହନ୍ତି, ସେମାନଙ୍କୁ ବାହାର କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି।
ଓଡ଼ିଶାରେ ମେ’ ୩୦ ତାରିଖରୁ ଆରମ୍ଭ ହେବ ଏସ୍ଆଇଆର୍ । ଓଡ଼ିଶା ସମେତ ୧୬ ରାଜ୍ୟରେ ହେବ SIR। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ୍ । ମେ 20 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ। ମେ’ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଘର ବୁଲିବେ ବିଏଲଓ । ଜୁନ୍ ୨୮ ତାରିଖ ସୁଦ୍ଧା ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କରାଯିବ। ଜୁଲାଇ ୫ ତାରିଖ ସୁଦ୍ଧା ଖସଡା ଭୋଟର ତାଲିକା ପ୍ରକାଶ ପାଇବ। ସେହିପରି ଜୁଲାଇ ୫ ତାରିଖରୁ ଅଗଷ୍ଟ ୪ ତାରିଖ ଭିତରେ ଦାବି ଓ ଆପତ୍ତି ଦାଖଲ ସମୟସୀମା ରହିଛି । ସେହିପରି ସେପ୍ଟେମ୍ବର ୬ ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ।
ରାଜ୍ୟରେ ବର୍ତ୍ତମାନ ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି। ୯୪.୬୧ ମ୍ୟାପିଂ ସରିଛି। ଏସଆଇଆର ଶେଷ ହେବା ବେଳେ ୪୫ ହଜାର ୨୫୫ ବୁଥ ହେବ। ପ୍ରତି ବୁଥରେ ୧୨୦୦ ଭୋଟର ରହିବେ। ନୂଆ ଭୋଟର ଆଡ଼ ପାଇଁ ବ୍ଲାକ 6 ଫର୍ମ ଅଛି। ଘର ଘର ବୁଲି ଏହି ସର୍ଭେ ହେବାକୁ ଥିବା ବେଳେ କୌଣସି ଡକୁମେଣ୍ଟ ଆବଶ୍ୟକ ନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ.ଗୋପାଳନ।
ପଢନ୍ତୁ ଏହି ଖବର: ଯାଞ୍ଚ ବେଳେ ୧୧ଟି ଡକ୍ୟୁମେଣ୍ଟ ନଥିଲେ କଟିବ ନାଁ !
SIR କଣ ଏବଂ ଏହାର ଲକ୍ଷ୍ୟ ?
ସ୍ୱତନ୍ତ୍ର ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି ଯୋଗ୍ୟ ନୂଆ ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବା । ଏହି ପ୍ରକ୍ରିୟାରେ ମୃତ ବା ସ୍ଥାନାନ୍ତରିତ ହୋଇଥିବା ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ହଟାଯିବ । ଭୋଟର କାର୍ଡରେ ଥିବା ଯେକୌଣସି ଭୁଲ୍ ତଥ୍ୟକୁ ମଧ୍ୟ ସଠିକ୍ କରାଯିବ । ଆଗାମୀ ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ । ଏହି ପ୍ରକ୍ରିୟା ଦ୍ୱାରା ପ୍ରକୃତ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories