Videos
|
Odisha

Alimony Rules / ଛାଡ଼ପତ୍ର ପରେ ଭରଣପୋଷଣ ନ ଦେଲେ ସିଧା ଦରମାରୁ ଟଙ୍କା କାଟିବେ ସରକାର

Sushanta Sahoo
Browse all articles by Sushanta Sahoo
·44 mins ago·2 min read
ଛାଡ଼ପତ୍ର ପରେ ଭରଣପୋଷଣ ନ ଦେଲେ ସିଧା ଦରମାରୁ ଟଙ୍କା କାଟିବେ ସରକାର
No Alimony Payment ?

Key Points

ଅନେକ ପୁରୁଷ କର୍ମଚାରୀ ସେମାନଙ୍କର ସ୍ତ୍ରୀ ବା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା ଦେଉନାହାନ୍ତି । ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ମଧ୍ୟ ଦେଉନାହାନ୍ତି ।
ଭୁବନେଶ୍ଵର: କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଉ ନଥିବା ମହିଳା ଏବଂ ସନ୍ତାନ ସନ୍ତତିଙ୍କ ଚିନ୍ତା ଦୂର ହୋଇଛି । ଏଭଳି ପୁରୁଷ ସରକାରୀ କର୍ମଚାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ଅନେକ ପୁରୁଷ କର୍ମଚାରୀ ସେମାନଙ୍କର ସ୍ତ୍ରୀ ବା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା (Maintenance Grant) ଦେଉନାହାନ୍ତି । ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ (Alimony) ମଧ୍ୟ ଦେଉନାହାନ୍ତି । ଏଥିପାଇଁ ବିଭିନ୍ନ କୋର୍ଟରେ ବିଚାର ହୋଇ, କୋର୍ଟ ତରଫରୁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ଵେ ପୁରୁଷ କର୍ମଚାରୀ ଏହି ଭରଣପୋଷଣ ଦେବାରେ ଅବହେଳା କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ମୋବାଇଲ୍‌ ନିଶାରୁ ମୁକ୍ତି ପାଇଁ ନୂଆ ଅଭିଯାନ... ''୧ ଘଣ୍ଟା ବିନା ଫୋନ୍‌ରେ ରୁହନ୍ତୁ'' 

ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଅଭିଯୋଗ ଶୁଣାଣି ସମୟରେ ଏ ସମ୍ପର୍କିତ ହାରାହାରି ୨ରୁ ୩ଟି ମାମଲା ଅଭିଯୋଗ ପ୍ରକୋଷ୍ଠକୁ ଆସୁଛି । ତେଣୁ, ମୁଖ୍ୟମନ୍ତ୍ରୀ ଏହା ଉପରେ କଡ଼ା ଆଭିମୁଖ୍ୟ ନେଇ ଏହି ଅର୍ଥକୁ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ କାଟି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ରାଜ୍ୟର ସରକାରୀ କର୍ମଚାରୀ ହୋଇ ଅଦାଲତର ଅବମାନନା କରିବା ଏବଂ ତା’ସହିତ ପତ୍ନୀ ଓ ପିଲାମାନଙ୍କ ପ୍ରତି ଏଭଳି ଅବିଚାର କରିବା ରାଜ୍ୟ ସରକାରଙ୍କ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ ।"

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ସମ୍ପୃକ୍ତ ମହିଳା ଓ ସନ୍ତାନସନ୍ତତିଙ୍କ ଭରଣପୋଷଣ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଭରଣପୋଷଣ (Alimony) ପ୍ରଦାନ ପାଇଁ ଅଦାଲତଙ୍କ ନିର୍ଦ୍ଦେଶନାମା ପାଇବା ପରେ ବିଭାଗୀୟ DDO (Drawing & Disbursement Officer) ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମା ବିଲ୍ ପ୍ରସ୍ତୁତ କରିବା ସମୟରେ ଭରଣପୋଷଣ ପାଇଁ ଅଦାଲତ ଯେଉଁ ପରିମାଣର ଅର୍ଥ ନିର୍ଦ୍ଧାରିତ କରିଛନ୍ତି, ସେହି ପରିମାଣର ଅର୍ଥକୁ ଦରମାରୁ କାଟି ସମ୍ପୃକ୍ତ କର୍ମଚାରୀଙ୍କ ପତ୍ନୀ ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଇଲୋକ୍ଟୋନିକ୍ ସୂତ୍ରରେ ଜମା କରିବେ ।

ଏଥିସହ ପଢ଼ନ୍ତୁ: ନବୀନଙ୍କ ଚିଠିର କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, କହିଲେ- ‘ତଥ୍ୟ ଲୁଚାଇ ଭୟ ସୃଷ୍ଟି କରିବା ଠିକ୍ ନୁହେଁ’ 

ଆଗାମୀ ଦିନରେ ଏହିପରି ଅଦାଲତଙ୍କ ନିର୍ଦ୍ଦେଶିତ ଭରଣପୋଷଣ ସମ୍ପର୍କିତ ବିଷୟକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥା (HRMS)ରେ ଯୋଡ଼ାଯାଇ ଏହି ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶର ଅନୁପାଳନ ହେବା ସହିତ ସମ୍ପୃକ୍ତ ମହିଳା ବା ସେମାନଙ୍କ ସନ୍ତାନସନ୍ତତିଙ୍କ ଦୁର୍ଦ୍ଦଶା ମଧ୍ୟ ଅନେକ ପରିମାଣରେ ଦୂର ହୋଇପାରିବ ।