Videos
|
Odisha

ସୀମା ସୁରକ୍ଷାରେ ଫେଲ୍ ଓଡ଼ିଶା ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
ସୀମା ସୁରକ୍ଷାରେ ଫେଲ୍ ଓଡ଼ିଶା ସରକାର

କୋରାପୁଟ:  କୋଟିଆରେ ପୁଣି ପଶିଲା ଆନ୍ଧ୍ର । ଫଗୁଣସିନେରିରେ ଓଡ଼ିଶା ମାଟିରେ ଆନ୍ଧ୍ର ନିର୍ମାଣ କରୁଛି ରାସ୍ତା ଓ ଡ୍ରେନ୍ । 23 ବର୍ଷର ଆଞ୍ଚଳିକ ଦଳ ଶାସନରେ ଅବହେଳିତ ସୀମା! । ଭାଷା, ଓଡ଼ିଆ ସଂସ୍କୃତି ପ୍ରତି ବିଜେଡିର ନାହିଁ ସମ୍ମାନ! । ସୀମା ସୁରକ୍ଷାରେ ଫେଲ୍ ରାଜ୍ୟ ସରକାର । ରାଜ୍ୟରେ 23 ବର୍ଷ ହେଲା କ୍ଷମତାସୀନ ଆଞ୍ଚଳିକ ଦଳର ରାଜ୍ୟର ସୀମା, ଭାଷା, ଓଡ଼ିଆ ସଭ୍ୟତା, ସଂସ୍କୃତି ପ୍ରତି ସମ୍ମାନ କେତେ ତାହା କୋଟିଆରୁ ଜଳ ଜଳ ଦିଶୁଛି । ପୁଣି କୋଟିଆରେ ପଶିଲା ଆନ୍ଧ୍ର।। ଦେଖାଇଲା ଦାଦାଗିରି। ଓଡ଼ିଶାରେ ପଶି ରାସ୍ତା ନିର୍ମାଣ କରୁଛନ୍ତି ଆନ୍ଧ୍ର ସରକାର ।  ୫୦ ମିଟର କି  ୧୦୦ ମିଟର ନୁହେଁ ଗାଁକୁ ଯୋଡୁଥିବା ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗାଁ ଭିତରେ ରାସ୍ତାକୁ ନିର୍ମାଣ କରୁଛି ଆନ୍ଧ୍ର। ପଟ୍ଟାଙ୍ଗି ବ୍ଲକ ଫଗୁଣସିନେରି ଗାଁରେ  ଉଭୟ ପାର୍ଶ୍ବରେ ଓଡ଼ିଶା ପକ୍ଷରୁ ତିଆରି ହୋଇଥିବା ଡ୍ରେନ ଉପରେ ପୁଣି ଥରେ ଡ୍ରେନ କରିବା ସହ ନିର୍ମାଣ କରୁଛି ଫ୍ଲଡ୍ ୱାଲ୍।  ଇଏ ସେହି ଜାଗା ଯେଉଁଠି ପୂର୍ବରୁ ଓଡ଼ିଶା ସରକାରଙ୍କ ପିଚୁ ରାସ୍ତା ରହିଛି। ଓଡ଼ିଶା ସରକାରଙ୍କ ଭଲ ରାସ୍ତା, ଡ୍ରେନ୍ ଓ ଗାର୍ଡ ୱାଲ ରହିଥିବା ବେଳେ କାହିଁକି ପୁଣି ସେଠାରେ ଆନ୍ଧ୍ର ନିର୍ମାଣ କରୁଛି ରାସ୍ତା ? 

କୋଟିଆରେ ଆନ୍ଧ୍ରର ଉଗ୍ରରୂପ। ଏପଟେ କୁମ୍ଭକର୍ଣ୍ଣ ନିଦ୍ରାରେ ଓଡ଼ିଶା ସରକାର।  ଆନ୍ଧ୍ରର ସୀମା ଓ ସାଂସ୍କୃତିକ ଆକ୍ରମଣ ପାଇଁ ସତେ ଯେମିତି ବିଜେଡି ସରକାରଙ୍କ  ସାହାଣ ମେଲା।  ଥରେ କି ଦୁଇଥର ନୁହେଁ ବିବାଦୀୟ କୋଟିଆରେ ଅନେକ ଥର ଧସେଇ ପଶୁଛି ଆନ୍ଧ୍ର। ଫେବୃଆରୀ 8, 2023। ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ରାଜନ ପୁଣି କୋଟିଆର ଧୂଳିପଦରରେ ଗ୍ରାମସଭା କରି କୋଟିଆବାସୀଙ୍କୁ ବାଣ୍ଟିଲେ ଆନ୍ଧ୍ର ଭତ୍ତା । ଅଗଷ୍ଟ 26, 2022  ।  କୋଟିଆରେ ଆନ୍ଧ୍ରର ରାସ୍ତା ନିର୍ମାଣ । ଫାଟୁସିନେରିରୁ କୋଡମ ଗାଁକୁ ରାସ୍ତା । ସୀମାନ୍ତର ପ୍ରାୟ ୨୦ ଆଦିବାସୀ ଗାଁ ପାଇଁ ପକ୍କା ରାସ୍ତା ନିର୍ମାଣ କଲା ଆନ୍ଧ୍ର ।  ଓଡ଼ିଶା ସରକାର ରାସ୍ତା ନିର୍ମାଣ କରିନପାରିବାରୁ ରାସ୍ତା ତିଆରି କଲେ ଆନ୍ଧ୍ର ସରକାର।   କିଛି ମାସ ପୂର୍ବରୁ ଓଡିଶା ସରକାର ଓ କୋରାପୁଟ ପ୍ରଶାସନକୁ ଖୋଲା ଚ୍ୟାଲଞ୍ଜ କରିଥିଲେ ଆନ୍ଧ୍ର ସରକାର।  କୋଟିଆ ଉପରେ ଓଡ଼ିଶାର ଯେତିକି ଅଧିକାର ଅନ୍ଧ୍ରର ମଧ୍ୟ ସେତିକି ଅଧିକାର  ଅଛି କହି ହାଟକୁ ଆସିଥିବା ଲୋକଙ୍କୁ ଡାକି ଏମିତି ଫଟୋ ସେସନ କରିଥିଲେ ଆନ୍ଧ୍ର ନେତା  ଆଉ ଏ ଦୃଶ୍ୟ  ବି ଦେଖନ୍ତୁ ନେରିଡିୱାଲସାରେ ଲୋକଙ୍କୁ ବାଣ୍ଟିବାକୁ ବସ୍ତା ବସ୍ତା ଚାଉଳ ପହଁଞ୍ଚାଇଛି ଆନ୍ଧ୍ର ସରକାର  ଏ ଚାଉଳ ଲୋକଙ୍କ ପାଖରେ ପହଁଞ୍ଚାଇବାରେ ପ୍ରଶାସନ ବାଧା ସୃଷ୍ଟି କଲେ ସୁପ୍ରିମକୋର୍ଟ ଯିବେ ବୋଲି ବି ଧମକାଉଛନ୍ତି ଆନ୍ଧ୍ର ନେତା ।  ଏତେସବୁ ପରେ ବି ଓଡ଼ିଶା ସରକାରଙ୍କ ନିରବତାର ସୁଯୋଗ  ନେଉଛି ଆନ୍ଧ୍ର।  କୋଟିଆ ସମେତ ଗଜପତି ସୀମାର କିଛି ଗାଁକୁ ବି ନିଜ କବଜାକୁ ନେବାକୁ ପ୍ରୟାସ କରୁଛି ଆନ୍ଧ୍ର ସରକାର। 

କେବଳ ସୀମା ନୁହେଁ ବିଜେଡି ଶାସନରେ ବିପଦରେ ପଡ଼ିଛି ଓଡ଼ିଷାର ସଭ୍ୟତା ଓ ସଂସ୍କୃତି । ଶାବର ଶ୍ରୀକ୍ଷେତ୍ରରେ ସୀମା ଟପିଲାଣି ଆନ୍ଧ୍ରର କ୍ରସ ମିଶନ । ସୀମାନ୍ତ ଗାଁ ଗୁଡ଼ିକରେ ଛତୁ ଫୁଟିଲା ଭଳି ଗଢି ଉଠୁଛି ଗଣ୍ଡା ଗଣ୍ଡା ଚର୍ଚ୍ଚ । କେତେବେଳେ ଧମକଚମକ ତ ଆଉ କେତେବେଳେ ଓଡ଼ିଶା ସୀମାନ୍ତବର୍ତ୍ତୀ ଲୋକଙ୍କୁ ପ୍ରଲୋଭନ ଦେଖାଇ ଓଡ଼ିଶା ମାଟିରେ ହକ୍ ଜମେଇବାକୁ ଚାଲ୍ ଚଳାଇଛି ଆନ୍ଧ୍ର। । ବଡ ପ୍ରଶ୍ନ, କାହିଁକି ଚୁପ୍ ରାଜ୍ୟ ସରକାର ? ଆନ୍ଧ୍ରକୁ କୋଟିଆ ଟେକି ଦେବାକୁ ମସୁଧା କରିନାହାଁନ୍ତି ତ ରାଜ୍ୟ ସରକାର ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha government failed in border security | Argus News