Financial Powers of Officers / ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ଖର୍ଚ୍ଚ ଅନୁମୋଦନ କ୍ଷମତା ବୃଦ୍ଧି
·3 months ago·2 min read

Key Points
ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି
ବଢ଼ିଲା ଅଫିସରଙ୍କ ଆର୍ଥିକ କ୍ଷମତା
କ୍ୟାବିନେଟ୍ ବା ମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷା ନାହିଁ
ବିଭାଗୀୟ ସଚିବ ଓ ଜିଲ୍ଲାପାଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରିବେ

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି । ବଢ଼ିଲା ଅଫିସରଙ୍କ ଆର୍ଥିକ କ୍ଷମତା । ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଗତିଶୀଳତା ଆଣିବା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । 1978 ମସିହାର ଆର୍ଥିକ କ୍ଷମତା ପ୍ରତିନିଧିତ୍ଵ ନିୟମାବଳୀ ରେ ସଂଶୋଧନ କରାଯାଇ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦାଧିକାରୀଙ୍କ ଖର୍ଚ୍ଚ କରିବାର କ୍ଷମତାକୁ ବହୁଗୁଣିତ କରାଯାଇଛି । ଏଣିକି କ୍ୟାବିନେଟ୍ ବା ମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷା ନକରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନେ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରିବେ।
ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଜଳସମ୍ପଦ, ପୂର୍ତ୍ତ ଏବଂ ଶକ୍ତି ଭଳି ବିଭାଗଗୁଡ଼ିକୁ ଯୋଗାଯୋଗ, ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷମତା ପ୍ରଦାନ କରାଯାଇଛି । ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅଧିକ ଶକ୍ତିଶାଳୀ କରାଯାଇଛି । ଏବେ ଜିଲ୍ଲାପାଳମାନେ ଅଣ-ଆବାସିକ ଗୃହ ନିର୍ମାଣ ପାଇଁ ୮ କୋଟି ଏବଂ ପାନୀୟ ଜଳ ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଅନୁମୋଦନ କରିପାରିବେ । ଏହି ପରିବର୍ତ୍ତନ ଫଳରେ ସରକାରୀ ସେବା ପ୍ରଦାନ ପ୍ରକ୍ରିୟା ଅଧିକ ସହଜ ଓ ତ୍ୱରାନ୍ୱିତ ହେବ ବୋଲି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଜଣାଇଛନ୍ତି ।
ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ତ୍ରୀମାନେ ସାମଗ୍ରୀ କ୍ରୟ ପାଇଁ 50 କୋଟି ଟଙ୍କା ଏବଂ ପରାମର୍ଶ ଏବଂ ଆଉଟସୋର୍ସିଂ ପାଇଁ 10 କୋଟି ଟଙ୍କା ମଞ୍ଜୁର କରିପାରିବେ। ସଚିବ ସ୍ତରୀୟ ଅଧିକାରୀମାନେ ସାମଗ୍ରୀ ପାଇଁ 20 କୋଟି ଟଙ୍କା ଏବଂ ପରାମର୍ଶ ଏବଂ ଆଉଟସୋର୍ସିଂ ପାଇଁ 5 କୋଟି ଟଙ୍କା ଅନୁମୋଦନ କରିପାରିବେ। ବିଭାଗୀୟ ମୁଖ୍ୟମାନେ ସାମଗ୍ରୀ ପାଇଁ 10 କୋଟି ଟଙ୍କା ଏବଂ ପରାମର୍ଶ ଏବଂ ଆଉଟସୋର୍ସିଂ ପାଇଁ 1 କୋଟି ଟଙ୍କା ଅନୁମୋଦନ କରିପାରିବେ। ପ୍ରଶାସନିକ ବିଭାଗ ସଚିବମାନଙ୍କୁ କୌଣସି ସର୍ବୋଚ୍ଚ ସୀମା ଜାରି ନକରି ପୂର୍ଣ୍ଣ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ପାଇଁ, ଖର୍ଚ୍ଚ ସୀମା ସ୍ଥିର କରାଯାଇଛି । ରାଜସ୍ୱ ବୋର୍ଡ ସଦସ୍ୟ, PCCF, ଏବଂ ପୋଲିସ ଡିଜି/ଆଇଜି ଯଥାକ୍ରମେ 80 ଲକ୍ଷ ଟଙ୍କା ଏବଂ 4 କୋଟି ଟଙ୍କା (ବର୍ଗ ଅନୁସାରେ)। RDC ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ 40 ଲକ୍ଷ ଟଙ୍କାରୁ 2 କୋଟି ଟଙ୍କା ମଧ୍ୟରେ ଅନୁମୋଦନ କରିପାରିବେ ।
ଆବାସିକ କୋଠା ନିର୍ମାଣ ପାଇଁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ। ଅଣ-ଆବାସିକ କୋଠା ପାଇଁ ୨୪ କୋଟି ଟଙ୍କା।ଯୋଗାଯୋଗ, ଜଳସେଚନ, ଜନସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ସେବା ପାଇଁ ୧୦। କୋଟି ଟଙ୍କା। ପରିମଳ କାର୍ଯ୍ୟ ପାଇଁ ୧.୫ କୋଟିରୁ ୩ କୋଟି ଟଙ୍କା। ପାନୀୟ ଜଳ ଯୋଗାଣ ପାଇଁ ୧୦ କୋଟି ଟଙ୍କା ଅନ୍ୟାନ୍ୟ ବିବିଧ ଖର୍ଚ୍ଚ ପାଇଁ ୧ କୋଟି ଟଙ୍କା ବିଭାଗୀୟ ମୁଖ୍ୟମାନେ ଏହି କାର୍ଯ୍ୟଗୁଡ଼ିକୁ ମଞ୍ଜୁର କରିପାରିବେ।
ଏଥିସହ ପଢ଼ନ୍ତୁ: ଆଉ ବୋଝ ସାଜିବନି ବକେୟା ଇ-ଚାଲାଣ,ଇ-ଚାଲାଣ ଉପରେ ୫୦% ପର୍ଯ୍ୟନ୍ତ ଛାଡ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories