Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରକାର ଆଣିଲେ ନୂଆ ଯୋଜନା 'ସ୍ଵୀକୃତି'; ସ୍ଵାବଲମ୍ବୀ ହେବେ କିନ୍ନର, ମିଳିବ ସାମାଜିକ ନ୍ୟାୟ

Odisha

Transgender / ସରକାର ଆଣିଲେ ନୂଆ ଯୋଜନା 'ସ୍ଵୀକୃତି'; ସ୍ଵାବଲମ୍ବୀ ହେବେ କିନ୍ନର, ମିଳିବ ସାମାଜିକ ନ୍ୟାୟ

Sushanta Sahoo
Browse all articles by Sushanta Sahoo
·4 months ago·1 min read
ସରକାର ଆଣିଲେ ନୂଆ ଯୋଜନା 'ସ୍ଵୀକୃତି'; ସ୍ଵାବଲମ୍ବୀ ହେବେ କିନ୍ନର, ମିଳିବ ସାମାଜିକ ନ୍ୟାୟ
Odisha Government Rolls Out Sweekruti Scheme for Kinnars

Key Points

ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଯୋଜନା 'ସ୍ଵୀକୃତି' । ଯାହାଦ୍ଵାରା- ରାଜ୍ୟର କିନ୍ନରମାନଙ୍କୁ ସାମାଜିକ ନ୍ୟାୟ ମିଳିବ ।
ଭୁବନେଶ୍ଵର: କିନ୍ନରମାନଙ୍କ ପାଇଁ ସମାନ ନ୍ୟାୟ ସୁନିଶ୍ଚିତ କରିବାକୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଯୋଜନା 'ସ୍ଵୀକୃତି' । ଯାହାଦ୍ଵାରା- ରାଜ୍ୟର କିନ୍ନରମାନଙ୍କୁ ସାମାଜିକ ନ୍ୟାୟ ମିଳିବ । ସେମାନେ ସ୍ଵାବଲମ୍ବୀ ହେବା ସହ ସଶକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି ହେବ ।

କିନ୍ନରଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରିବା ଲାଗି କିନ୍ନରଙ୍କ ପିତାମାତାଙ୍କୁ ପ୍ରୋତ୍ସାହନ, ଶିକ୍ଷା କ୍ଷେତ୍ରରେ ମାଟ୍ରିକ୍ ପୂର୍ବ ଓ ପର ଶିକ୍ଷାବୃତ୍ତି ପ୍ରଦାନ, ଦକ୍ଷତା ବିକାଶ ଓ ଉଦ୍ୟୋଗ ବିକାଶ ତାଲିମ, ନିଯୁକ୍ତି ପୂର୍ବ କୋଚିଂ, ଆତ୍ମନିଯୁକ୍ତି କିଟ୍ ଯୋଗାଣ, ଗୁରୁତ୍ଵପୂର୍ଣ୍ଣ ସ୍ଵାସ୍ଥ୍ୟସେବା ଓ ଗୋଷ୍ଠୀ ବୀମା ପ୍ରଦାନ, ଆଇନଗତ ସହାୟତା, ପରାମର୍ଶ ଆଦି ଯୋଗାଇ ଦିଆଯିବ ।

ଏଥିସହ ପଢ଼ନ୍ତୁ: ଶୀତ ପାଇଁ ସ୍କୁଲ୍ ଛୁଟି; ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି

ଏସବୁ ସହାୟତା ପାଇବା ପାଇଁ ଆବେଦନକାରୀଙ୍କୁ ଜାତୀୟ କିନ୍ନର ପୋର୍ଟାଲରେ ପଞ୍ଜିକୃତ କରିବାକୁ ପଡ଼ିବ । ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିନ୍ନରଙ୍କ ପିତାମାତାଙ୍କୁ ସେମାନଙ୍କ ଲାଳନପାଳନ ଲାଗି ମାସିକ ୧,୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିଲାଗି ପିତାମାତାଙ୍କୁ ପିଲାର ଲିଙ୍ଗ ସଂକ୍ରାନ୍ତ ଏକ କରିବାକୁ ହେବ । ଯଦି ପିତାମାତାଙ୍କ ମୃତ୍ୟୁ ହୋଇଯାଏ, ତେବେ ଏକ ବୈଧ ଅଭିଭାବକ ଅଭିଭାବକତ୍ଵ ପ୍ରମାଣପତ୍ର ପ୍ରଦାନ କରି ଏହି ସହାୟତା ପାଇପାରିବେ ।

ଏହି ଯୋଜନା ମାଧ୍ୟମରେ କଲେଜ, ବିଶ୍ୱବିଦ୍ୟାଳୟରେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ଆବାସିକ ବ୍ୟବସ୍ଥା ବା ହଷ୍ଟେଲ ନିର୍ମାଣ କରାଯିବ । କେବଳ ସେତିକି ନୁହେଁ, ସେମାନଙ୍କ ପାଠପଢ଼ା ପାଇଁ ପ୍ରତି ମାସରେ ଏକ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ । ଏଥିଲାଗି ସ୍ଵୀକୃତି ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିବାକୁ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored