Baitarani River Embankment / ବୈତରଣୀ ଉପରେ ସରକାରଙ୍କ ସ୍ପେଶାଲ ଫୋକସ୍, ନଦୀ ବନ୍ଧ ହେବ ଚଉଡ଼ା ଓ ଉଚ୍ଚା
·2 weeks ago·3 min read

Key Points
୨୫ ଦିନ ପରେ ବି ଯାଜପୁରେ କମୁନି ବନ୍ୟାପାଣି
ତଳିଆ ଅଞ୍ଚଳରେ ଲୋକଙ୍କ କମୁନି ଦୁର୍ଦ୍ଦଶା
ବିପନ୍ନଙ୍କ ଆଖିରୁ ଝରୁଛି ଲୁହ
ତଳିଆ ଅଞ୍ଚଳରେ ଲୋକଙ୍କ କମୁନି ଦୁର୍ଦ୍ଦଶା
ବିପନ୍ନଙ୍କ ଆଖିରୁ ଝରୁଛି ଲୁହ
ଉପରମୁଣ୍ଡରେ ବର୍ଷା କମିଛି, ନଦୀଗୁଡ଼ିକରେ ବନ୍ୟାଜଳ ବି ହ୍ରାସ ପାଉଛି । ହେଲେ ତଳିଆ ଅଞ୍ଚଳରେ ଲୋକଙ୍କ ଦୁଃଖ, ଦୁର୍ଦ୍ଦଶା ଆଉ କଷ୍ଟ ଆଦୌ କମୁନାହିଁ । ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଏବେ ବି ଶତାଧିକ ଗାଁ ଜଳବନ୍ଦୀ । କେଉଁଠି ମାଟି କାନ୍ଥ ଓ ଓଦା ଭିଜା ଚୁଲିକୁ ଦେଖି ବିପନ୍ନ ଆଖିରୁ ଲୁହ ଝରୁଛି ତ ଆଉ କେଉଁଠି ହସ୍ପିଟାଲ ଯିବାକୁ ଡଙ୍ଗାଟିଏ ନପାଇ ଆଣ୍ଠୁଏ ପାଣିରେ କନ୍ଧରେ ରୋଗୀ ବୋହୁଛନ୍ତି ଗ୍ରାମବାସୀ । ସେପଟେ ଏହି ଭୟଙ୍କର ବନ୍ୟା ପରେ ଜଳସମ୍ପଦ ବିଭାଗ ଚେତିଛି । ଏଥର ମାନବକୃତ ନୁହେଁ, ବରଂ ଜଳର ଅଧିକ ପ୍ରବାହ ଯୋଗୁଁ ଭାଙ୍ଗିଛି ବନ୍ଧ । ଏଣିକି ବୈତରଣୀ ସମେତ ସବୁ ସମ୍ବେଦନଶୀଳ ନଦୀବନ୍ଧକୁ ଅଧିକ ଉଚ୍ଚ ଓ ଚଉଡ଼ା କରାଯିବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ଉତ୍ତର ବାଲେଶ୍ବରବାସୀଙ୍କୁ ଦୁଃଖ ଦେଉଛି ସୁବର୍ଣ୍ଣରେଖା । ବନ୍ୟା ପାଣି ଖସୁଛି ସତ, ହେଲେ ଭୋଗରାଇରେ ବଢ଼ିଚାଲିଛି ଦୁର୍ଦ୍ଦଶା । ଆରୁହାବୃତ୍ତି ସାହିରେ ୪ ଦିନ ହେଲା ଜଳିନି ଚୁଲି, ବନ୍ଧ ଉପରେ ବିତୁଛି ରାତି । ପାଣି ଛାଡ଼ିବା ପରେ ଲୋକେ ଭିଜା ଘରକୁ ଫେରୁଛନ୍ତି, ଏଠି ସେମାନଙ୍କୁ ସ୍ବାଗତ କରୁଛି ଆଣ୍ଠୁଏ ପଙ୍କ ଆଉ ଭଙ୍ଗା ମାଟି କାନ୍ଥ । ୩୦ ବର୍ଷ ଧରି ବସବାସ କରୁଥିବା ୩୦ଟି ପରିବାର ପାଖରେ ପଟ୍ଟା ଖଣ୍ଡିଏ ନଥିବାରୁ ପକ୍କା ଘରଟିଏ ବି ବନେଇ ପାରୁନାହାନ୍ତି । ଏପଟେ ସୁବର୍ଣ୍ଣରେଖାର ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାରେ ୧୦ ହଜାର ହେକ୍ଟରରୁ ଅଧିକ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ସେପଟେ ଭଦ୍ରକ ଜିଲ୍ଲାରେ ବୈତରଣୀ ଓ ସାଳନ୍ଦୀର ଜଳସ୍ତର କମିଥିଲେ ବି ଧାମନଗର, ତିହିଡ଼ି ଓ ଚାନ୍ଦବାଲିର ଶତାଧିକ ଗାଁ ଏବେ ବି ସମୁଦ୍ର ଭଳି ଦିଶୁଛି । ତିହିଡ଼ି ବ୍ଲକ୍ ତଳଦପା ଗାଁରେ ଦୀର୍ଘ ୨୦ ଦିନ ହେବ ଲୋକେ ଜଳବନ୍ଦୀ । ଦେଶୀ ଡଙ୍ଗାଟିଏ ସେମାନଙ୍କର ଏକମାତ୍ର ଭରସା । ସେପଟେ ବାସୁଦେବପୁର ବ୍ଲକ୍ ଜଗନ୍ନାଥପ୍ରସାଦ ପଞ୍ଚାୟତରେ ୪ରୁ୫ ଫୁଟ ପାଣି ଜମି ରହିଥିବାରୁ ବିପଦସଙ୍କୁଳ ଭାବେ ବାଉଁଶ ଓ ସୋଲ ଭେଳାରେ ସ୍କୁଲ ଯାଉଛନ୍ତି କୋମଳମତି ଶିଶୁ ।
ଅନ୍ୟପଟେ ଯାଜପୁର ଜିଲ୍ଲା ଦଶରଥପୁର ଓ ବିଞ୍ଝାରପୁର ଅଞ୍ଚଳରେ ହାହାକାର । ଖରସ୍ରୋତା ନଦୀର ନୂଆମାହାରାଠାରେ ସୃଷ୍ଟି ହୋଇଥିବା ୩୦୦ ଫୁଟର ବିରାଟ ଘାଇ ଦେଇ ଏବେ ବି ଗାଁ ଭିତରକୁ ହୁ ହୁ ହୋଇ ପଶୁଛି ବନ୍ୟା ପାଣି । ୧୦ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ । ଗୋ ଖାଦ୍ୟ ଅଭାବରୁ ଗୋ ସମ୍ପଦ କଷ୍ଟ ପାଉଥିବା ବେଳେ ପ୍ରଶାସନିକ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅର୍ଗଳ ଗାଁରୁ ଆସିଛି ଚିନ୍ତାଜନକ ଦୃଶ୍ୟ । ଗାଁରେ ଡଙ୍ଗାଟିଏ ନଥିବାରୁ ଜ୍ୱରରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଛଅ ଜଣ ଯୁବକ କନ୍ଧରେ ପକାଇ ଆଣ୍ଠୁଏ ପାଣିରେ ୨ କିଲୋମିଟର ପଶି ମେଡିକାଲ ନେଇଛନ୍ତି । ତେବେ ଏହି ସଙ୍କଟ ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ ସାଜିଛନ୍ତି ଆୟୁଷ ଡାକ୍ତର ଲକ୍ଷ୍ମୀପ୍ରିୟା ଦାଶ । ତୁଳସୀଡ଼ିଆ ମେଡିକାଲ ବୁଡ଼ିଯିବା ପରେ କୁମ୍ଭୀର ଓ ସାପ ଭୟକୁ ଖାତିର ନକରି ୩ କିଲୋମିଟର ଆଣ୍ଠୁଏ ପାଣିରେ ଚାଲି ଚାଲି ଘର ଘର ବୁଲି ସେବା ଯୋଗାଉଛନ୍ତି ଏହି ମହିଳା ଡାକ୍ତର ।
ସେପଟେ ପ୍ରତିବର୍ଷ ବନ୍ୟା ଆସିଲେ ନଦୀବନ୍ଧ ଭାଙ୍ଗିବା ପାଲଟିଛି ସାଧାରଣ କଥା । ତେବେ ଏଥର ବଡ଼ ନିଷ୍ପତ୍ତି ନେଇଛି ଜଳସମ୍ପଦ ବିଭାଗ । ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅନୁସାରେ ଏଥର କୌଣସି ମାନବକୃତ ଘାଇ ହୋଇନାହିଁ, ଜଳର ପ୍ରବଳ ପ୍ରବାହ ଯୋଗୁଁ ବନ୍ଧ ଭାଙ୍ଗିଛି । ଏଣିକି ସାଳନ୍ଦୀ, କାଣୀ ଓ ବିଶେଷ କରି ବୈତରଣୀ ନଦୀବନ୍ଧ ଉପରେ ସରକାର ଅଧିକ ଫୋକସ କରିବେ । ନାବାର୍ଡ ଫଣ୍ଡିଂରେ ସବୁ ଦୁର୍ବଳ ନଦୀବନ୍ଧକୁ ଅଧିକ ଉଚ୍ଚ ଓ ଚଉଡ଼ା କରାଯିବ ।
ନଦୀବନ୍ଧ ଉଚ୍ଚ ଆଉ ଚଉଡ଼ା ହେବ ସତ, ହେଲେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ସଠିକ୍ ସମୟରେ ରିଲିଫ୍, ପାନୀୟ ଜଳ, ଗୋଖାଦ୍ୟ ଓ ଚିକିତ୍ସା ସେବା ପହଞ୍ଚାଇବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ।

Related Topics
Explore more stories