Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିନିକିଆ ନୂଆପଡ଼ା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ

Odisha

ଦିନିକିଆ ନୂଆପଡ଼ା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ

Manini Pattanayak
Browse all articles by Manini Pattanayak
·2 years ago·1 min read
ଦିନିକିଆ ନୂଆପଡ଼ା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ

ନୂଆପଡ଼ା: ଦିନିକିଆ ନୂଆପଡ଼ା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଆଜି ନୂଆପଡ଼ା ପହଞ୍ଚି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଆଲୋଚନା କରିଛନ୍ତି । ପ୍ରଥମେ କୋମନା ବ୍ଲକ କୁରୁମପୁରି ପଞ୍ଚାୟତ ଦଳଦଳି ଅଙ୍ଗନୱାଡ଼ି କର୍ମୀ ଏବଂ ଶିଶୁ ମାନଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟପାଳ ରଘୁବର ଦାସ।ନୂଆପଡ଼ା ସର୍କିଟ ହାଉସ ରୁ ବାହାରି କୋମନା ବ୍ଲକ ଦଳଦଳୀ ଗାଁ ରେ ପହଞ୍ଚିଲେ ରାଜ୍ୟପାଳ ରଘୁବର ଦାସ।

ଦଳଦଳି ଠାରେ ଆଶା କର୍ମୀ, ଅଙ୍ଗନୱାଡ଼ି ଏବଂ ଗର୍ଭବତୀ ମହିଳା ମାନଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ଵାରା ବିଭିନ୍ନ ସ୍କିମରେ ଲାଭ ନେଉଥିବା ମହିଳା ମାନେ ରାଜ୍ୟପାଳଙ୍କୁ କହିଥିଲେ । ଆଜିର ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ । କୁନି କୁନି ଛୁଆଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନଥିବାରୁ ଛୁଆମାନେ କୁପୋଷଣ ଏବଂ ପତଳା ହେଉଛନ୍ତି ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ସଂସ୍କାର ର ମନ୍ଦିର ବୋଲି କହିଛନ୍ତି ରାଜ୍ୟପାଳ ।ପରେ ନୂଆପଡ଼ା ସଦର ବ୍ଲକ ଟାନୱାଟ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ।ଔଷଧ ଅପେକ୍ଷା ରୋଗୀଙ୍କୁ ସଚେତନ କରିବା ପାଇଁ କହିଥିଲେ ରାଜ୍ୟପାଳ , ସେହିପରି ଏବଂ ଲୋକଙ୍କ ଜୀବନ ଶୈଳୀ ରେ ମଧ୍ୟ ଧ୍ୟାନ ଦେବାକୁ ମେଡ଼ିକାଲ କର୍ମଚାରୀ କୁ କହିଥିଲେ ।ସେହିପରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ଲୋକଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Odisha Governor Raghubar Das on a day visit to Nuapada | Argus News