ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତି : ଥିଲା ବାଲାଙ୍କୁ ଘର, ନ ଥିଲା ବାଲାଙ୍କୁ ଆଉଟ୍

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତି । ଏ ଘଟଣା ବିଷୟରେ ଜାଣିବା ପରେ ଆପଣ ବି କହିବେ କେତେ କେଳେଙ୍କାରୀ କରିପାରନ୍ତି ଆମ ରାଜ୍ୟ ସରକାର । ଏବେ ସବୁ ସୀମା ଟପିଯାଇଛି ରାଜ୍ୟ ସରକାରଙ୍କ ଆବସ ଯୋଜନାର ମହା କେଳେଙ୍କାରୀ । ଖରା ବର୍ଷାକୁ ନାହିଁ ଡର ମୁଣ୍ଡ ଉପରେ ଅଛି ପକ୍କା ଘର । ଏ ମିଛ ଆବାସ ପ୍ରତିଶ୍ରୁତିରେ ଭାଙ୍ଗି ସାରିଲାଣି ଦରିଦ୍ରଙ୍କ ମେରୁଦଣ୍ଡ । ଦୀର୍ଘ ବର୍ଷ ସ୍ଥିର ସରକାରଙ୍କ ଉପରେ ନାହିଁ ଭରସା ବୋଲି କହିଲେଣି ଲୋକେ । ଥିଲା ବାଲାଙ୍କ ପାଇଁ ଆବାସ ଯୋଜନା, ଆଉ ନଥିଲା ବାଲାଙ୍କୁ ଆବାସ ଯୋଜନାରେ ଆଉଟ୍ । ଏଠି ବିନା ଲାଞ୍ଚରେ ଯୋଜନାରେ ହିତାଧିକାରୀଙ୍କ ନାଁ ନେଉ ନାହିଁ । ଏ ଘରକୁ ଦେଖିଲେ ଅସଲ ଚେହେରା ଦେଖାଯାଉଛି ଆମ ରାଜ୍ୟ ସରକାର ।
📱 Get Argus News App
✨ଏ ଭଳି ଘଟଣା ଦେଖିବାକି ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ଓ ବାଲିକୁଟି ପଞ୍ଚାୟତରେ । ଯେଉଁ ଠି ମୁଣ୍ଡ ଗୁଞ୍ଜିବାକୁ ସାହା କେବଳ ଜରି ପାଲ । ବାଲିଆପାଳ ବ୍ଲକରେ ଆବାସ ଯୋଜନାରେ ଅନେକ ହେର୍ ଫେର୍ ପରେ ବି ଅନ୍ଧ ଭଳି ବସିଛି ପ୍ରଶାସନ । ଖଣ୍ଡେ ଆବାସ ପାଇଁ ବ୍ଲକକୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି ଏହି ଅଞ୍ଚଳର ଲୋକ ।
ଏ ବାବଦରେ ବ୍ଲକ ବିଡ଼ିଓ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେବାରେ ସେମିତି କିଛି ସ୍କୋପେ ନାହିଁ । ଏଠି ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର ଆବାସ ଯେଗେଇ ଦେଉଥିଲେ ବି ପ୍ରକୃତ ହିତାଧିକାରୀଙ୍କୁ ଦିଆଯାଉ ନାହିଁ କାହିଁକି । ଏଠୁ ସ୍ପଷ୍ଟ ଜଣା ପଡିଛି ଯେ ଥିଲା ବାଲାଙ୍କୁ ମିଳୁଛି ଆବାସ, ଆଉ ଘର ନଥିଲା ବାଲାଙ୍କୁ କେବେଳ ଝାଟି ମାଟି ଚାଳ ଛପର । ବାସ୍ତବରେ ଏହି ହେଉଛି ଅସଲି ଚିତ୍ର । ଯାହା ଆପଣ ମାନେ ଦେଖିଲେ । ରାଜ୍ୟ ସରକାରଙ୍କ ଏଭଳି ଦୋ ମୁହାଁ ନୀତି ପାଇଁ ଆବସ ତାଲିକାରୁ କଟୁଛି ଗରିବ ଲୋକଙ୍କ ନାଁ ।