Odisha News / ଚାଷୀଙ୍କ ପାଇଁ ଖୁସି ଖବର,ଆଧାରକାର୍ଡ ଭଳି ଏଣିକି ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର
·3 weeks ago·2 min read

Key Points
ଚାଷୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର
ଆଧାରକାର୍ଡ ଭଳି ଏଣିକି ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର
ଏଗ୍ରିଷ୍ଟେକ ID ପାଇଁ ଚାଷୀଙ୍କ ପାଖକୁ ଯିବେ ସରକାର

ଭୁବନେଶ୍ବର,୧୦/୦୮: ଚାଷୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର,ଆଧାରକାର୍ଡ ଭଳି ଏଣିକି ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର। ଚାଷୀଙ୍କ ପାଇଁ ଏଗ୍ରିଷ୍ଟେକ୍ ID ପ୍ରସ୍ତୁତ କରାଯିବ। ଏଥିପାଇଁ ଚାଷୀଙ୍କ ପାଖକୁ ଯିବେ ସରକାରୀ ଅଧିକାରୀ। ସମବାୟ ସଂସ୍ଥା ମାଧ୍ୟମରେ ଚାଷୀଙ୍କ ଏଗ୍ରିଷ୍ଟେକ୍ ID ପଞ୍ଜିକରଣ କରାଯିବ। ଯେଉଁ ଚାଷୀ ସମବାୟ ସଂସ୍ଥାକୁ ଆସି ପଞ୍ଜିକରଣ କରିପାରିବେ ନାହିଁ, ସେମାନଙ୍କ ପାଖକୁ ଯାଇ ଅଧିକାରୀମାନେ ପଞ୍ଜିକରଣ କରିବେ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଏଗ୍ରିଷ୍ଟେକ୍ ID ଜେନେରେଟ ହେବା ପରେ ଚାଷୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହି ପରିଚୟ ପତ୍ରରେ ଚାଷୀଙ୍କ ସମ୍ପର୍କିତ ବିଭିନ୍ନ ତଥ୍ୟ ରହିବ। ବିଶେଷକରି ଚାଷୀ ନେଇଥିବା ଋଣ, ବିହନ, ସାର ଭଳି କୃଷି ସମ୍ପର୍କିତ ତଥ୍ୟ ଏଥିରେ ଉପଲବ୍ଧ ରହିବ। ଚାଷୀଙ୍କ ଏଗ୍ରିଷ୍ଟେକ୍ ID ପଞ୍ଜିକରଣ ପ୍ରକ୍ରିୟାରେ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ସହଯୋଗ କରିବେ। ପଞ୍ଜିକରଣ ସମୟରେ ଚାଷୀଙ୍କ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯିବ।
ଅନ୍ୟପଟେ, ଚଳିତ ବର୍ଷ ଧାନ ବିକ୍ରି ପାଇଁ ଏଗ୍ରିଷ୍ଟେକ୍ IDକୁ ନେଇ ଚାଷୀଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏଗ୍ରିଷ୍ଟେକ୍ ID ନଥିଲେ ମଧ୍ୟ ଚଳିତ ବର୍ଷ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ପଞ୍ଜିକରଣ ପାଇଁ ଆବଶ୍ୟକ ପଡ଼ିଲେ ଅବଧି ବଢ଼ାଯାଇପାରେ। ଏପରିକି ବିଦେଶରେ ରହୁଥିବା ଚାଷୀମାନେ ମଧ୍ୟ ଏଗ୍ରିଷ୍ଟେକ୍ ID ପାଇଁ ପଞ୍ଜିକରଣ କରିବା ସହ EYE ସ୍କାନ୍ କରିପାରିବେ ବୋଲି ଜଣାପଡ଼ିଛି। ଚାଷୀଙ୍କ ତଥ୍ୟକୁ ଏକ ବ୍ୟବସ୍ଥିତ ଡିଜିଟାଲ ପ୍ଲାଟଫର୍ମରେ ଆଣିବା ସହ କୃଷି ସମ୍ପର୍କିତ ସରକାରୀ ସୁବିଧା ଓ ସେବାକୁ ଅଧିକ ସହଜ କରିବା ଦିଗରେ ଏହି ଏଗ୍ରିଷ୍ଟେକ୍ ID ଗୁରୁତ୍ୱପୂର୍ଣ୍ଣ ହେବ।
ପଢନ୍ତୁ ଏହି ଖବର: ବାଲି ମାଫିଆଙ୍କୁ ବଡ଼ ଝଟକା ! ୨-୩ ହଜାର ନୁହେଁ...ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି- ଏଗ୍ରିଷ୍ଟେକ ବାଧ୍ୟତାମୂଳକ ନୁହଁ। ମାତ୍ର ୬ ଲକ୍ଷ୍ୟ ଚାଷୀ ପଞ୍ଜୀକରଣ କରିଛନ୍ତି । ହାରାହାରି ୨୦ ଲକ୍ଷ ଚାଷୀ ପ୍ରତିବର୍ଷ ଧାନ ଦେଉଛନ୍ତି। ଚାଷୀମାନଙ୍କ ପାଇଁ ସୁବିଧା ପାଇଁ ଏଇଟା ସ୍ୱତନ୍ତ୍ର କାର୍ଡ। ଅତିକମରେ ୧୦ ଲକ୍ଷ ଚାଷୀ ଏଗ୍ରିଷ୍ଟେକ କାର୍ଡ କରିବାପାଇଁ ଚେଷ୍ଟା କରାଯାଉଛି। କିନ୍ତୁ ଏହା ବାଧ୍ୟତାମୂଳକ ନୁହଁ।
ବିନା ଏଗ୍ରିଷ୍ଟେକରେ ବି ଚାଷୀ ଧାନ ବିକ୍ରି କରିପାରିବେ। କେବଳ ଏହା ସେମାନଙ୍କ ସୁବିଧା ପାଇଁ ତାହା କରାଯାଇଛି। ଏହାଦ୍ୱାରା ଭବିଷ୍ୟତରେ ଚାଷୀ ଧାନ ବିକ୍ରି କରିବା, ସାର ପାଇବା ସହ ସବୁକିଛି ସୁବିଧା ପାଇପାରିବେ। କେବଳ ସରକାରଙ୍କୁ ବଦନାମ କରିବାପାଇଁ କିଛି ଲୋକ ଓ ବିରୋଧୀ ଅପଚେଷ୍ଟା ଚଳାଇଛନ୍ତି । ଜମି ମ୍ୟୁଟେସନ ଆସନ୍ତା ୩୦ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଛି । ଭାଗ ଚାଷୀ ମାନେ ଜମି ମାଲିକଙ୍କ ପାଖରୁ ଅଣ୍ଡରଟେକିଙ୍ଗ ଆଣି ଏଗ୍ରିଷ୍ଟେକ ଆଇଡି କରିପାରିବେ।

Related Topics
Explore more stories