Videos
|
Odisha

Odisha Sand Price / ବାଲି ମାଫିଆଙ୍କୁ ବଡ଼ ଝଟକା ! ୨-୩ ହଜାର ନୁହେଁ...ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବାଲି ମାଫିଆଙ୍କୁ ବଡ଼ ଝଟକା ! ୨-୩ ହଜାର ନୁହେଁ...ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି
Odisha Sand Price

Key Points

ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି
ରାଜ୍ୟ ସରକାରଙ୍କ କଡ଼ା ନିଷ୍ପତ୍ତି
ଜାଣନ୍ତୁ ସରକାରଙ୍କ ନୂଆ ନିୟମ
ରାଜ୍ୟରେ ବାଲି ଚୋରା କାରବାର ରୋକିବା ଏବଂ ବାଲିର ଅତ୍ୟଧିକ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ବାଲି ପାଇଁ ସରକାର ସର୍ବନିମ୍ନ ବିକ୍ରୟ ମୂଲ୍ୟ (MSP) ପ୍ରତି କ୍ୟୁବିକ ମିଟର ୩୪୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ଦରଠାରୁ ଅଧିକ ମୂଲ୍ୟରେ ବାଲି ବିକ୍ରି କରାଯିବ ନାହିଁ । ଅର୍ଥାତ ଗୋଟିଏ ଟ୍ରାକ୍ଟର ବାଲିର ମୂଲ୍ୟ ପ୍ରାୟ ୬୮୦ ଟଙ୍କା ହେବ ।

ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ଗୋଟିଏ ଟ୍ରାକ୍ଟର ବାଲି ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ରୋକିବା ଏବଂ ସାଧାରଣ ଲୋକଙ୍କୁ ଉପଯୁକ୍ତ ଦରରେ ବାଲି ଯୋଗାଇବା ଉଦ୍ଦେଶ୍ୟରେ ସରକାର ଏମଏସପି ବ୍ୟବସ୍ଥା ଲାଗୁ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଅତି ପ୍ରବଳ ବର୍ଷା ସମ୍ଭାବନା; ରେଡ୍ ଆଲର୍ଟ ପରେ ସମସ୍ତ ସ୍କୁଲ ଛୁଟି ଘୋଷଣା


ଏହା ସହିତ ପ୍ରଥମ ପର୍ଯ୍ୟାୟରେ ଇ-ଲଟେରୀ ମାଧ୍ୟମରେ ୧୦୦ରୁ ଅଧିକ ବାଲି ଖାଦାନର ନିଲାମ କରାଯିବ । ସ୍ୱଚ୍ଛ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ଖାଦାନ ବଣ୍ଟନ କରାଯିବା ଦ୍ୱାରା ବେଆଇନ କାରବାରକୁ ରୋକାଯିବ ବୋଲି ସରକାର ଆଶା କରୁଛନ୍ତି ।

ଅନ୍ୟପଟେ, କିଛି ସ୍ଥାନରେ ଘରୋଇ ନିର୍ମାଣ କାମ ପାଇଁ ଦିଆଯାଉଥିବା ବାଲି ପରମିଟ୍‌ର ଅପବ୍ୟବହାର ହେଉଥିବା ସରକାରଙ୍କ ନଜରକୁ ଆସିଛି । ଏହାକୁ ଗୁରୁତ୍ୱର ସହ ନେଇ ପରମିଟ୍‌ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ବାଲି ଚୋରାଚାଲାଣ, କଳାବଜାରୀ ଓ ଅଧିକ ଦରରେ ବିକ୍ରିକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେବେ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ସାଧାରଣ ଲୋକ ସୁଲଭ ଦରରେ ବାଲି ପାଇପାରିବେ ଏବଂ ବାଲି ବ୍ୟବସାୟରେ ସ୍ୱଚ୍ଛତା ଆସିବ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: