Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ମୋଦି ଦେଉଥିବା ବହିରେ ନିଜ ନାଁ ର ମଲାଟ ପକାଉଛନ୍ତି ନବୀନ'

Smruti Parija
Browse all articles by Smruti Parija
·2 years ago·2 min read
'ମୋଦି ଦେଉଥିବା ବହିରେ ନିଜ ନାଁ ର ମଲାଟ ପକାଉଛନ୍ତି ନବୀନ'

Key Points

- ମୋଦି ଦେଉଥିବା ବହିରେ ନିଜ ନାଁ ର ମଲାଟ ପକାଉଛନ୍ତି ନବୀନ
- କେନ୍ଦ୍ରର ଯୋଜନା କୁ କାହିଁକି ରାଜ୍ୟ ସରକାର ନିଜ ଯୋଜନା କହୁଛନ୍ତି ?
- ରାଜ୍ୟ ସରକାର ଙ୍କର କୌଣସି ଯୋଜନା ନାହିଁ କେବଳ କେନ୍ଦ୍ରୀୟ ଯୋଜନା କୁ କପି ପେଷ୍ଟ କରିବାରେ ମାଷ୍ଟ୍ରି କରିଛନ୍ତି
- ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ନାଁ ରେ ମିଛ ପ୍ରଚାର କରୁଛନ୍ତି 
- ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିଜେଡିର ମହିଳା ବାହିନୀ ଭାବେ ବ୍ୟବହାର କରାଯାଉଛି
 

ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ଯୋଜନାକୁ ନିଜ ନାଁ ରେ କପି ପେଷ୍ଟ କରିବାରେ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ନାଁ ରେ ଭ୍ରମ ସୃଷ୍ଟି କରାଇଥିଲେ । କେନ୍ଦ୍ରର ମାଗଣା ଚାଉଳକୁ ବି ନବୀନ ପଟ୍ଟନାୟକ ଦେଉଛନ୍ତି ବୋଲି କହି ଲୋକଙ୍କୁ ଭ୍ରମିତ କରିଥିଲେ । ଆଉ ଏବେ ବ୍ୟାଗ ବାଣ୍ଟି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଠିକ ସେମିତି ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ ବିଷୟ ହେଉଛି କେନ୍ଦ୍ର ସରକାରଙ୍କର । ମୋଦି ସରକାର ଟଙ୍କାକୁ ମହିଳାଙ୍କୁ ଦେଇ କହୁଛନ୍ତି ଆମେ ଦେଉଛୁ ବୋଲି । ସ୍କୁଟି ବି କେନ୍ଦ୍ର ସରକାର ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର କହୁଛନ୍ତି ଆମେ ଦେଉଛୁ ବୋଲି । ପ୍ରେସ୍ ମିଟ୍ କରି ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । 

ରାଜ୍ୟର ୭୦ ଭାଗ ସ୍ୱୟଂ ସହାୟକ ଗୋଷ୍ଠୀ ରୋଜଗାର କ୍ଷମ ନୁହଁନ୍ତି । ରାଜ୍ୟ ସରକାର ତାଙ୍କୁ ଦଳୀୟ ଭୋଟ ବ୍ୟାଙ୍କରେ ବ୍ୟବହାର କରୁଥିବାରୁ ସେମାନେ କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ ହୋଇ ରହିଯାଇଛନ୍ତି । ଲୋନ୍ ଉପରେ ଯେଉଁ ୧୧ ପ୍ରତିଶତ ସୁଧ ଦିଆଯାଉଛି ସେଥିରୁ ୭ ପ୍ରତିଶତ ଦେଉଥିବାବେଳେ ବାକି ୪ ପ୍ରତିଶତ ରାଜ୍ୟ ସରକାର ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ସେହି ୪ ପ୍ରତିଶତ ଠିକ ସମୟରେ ଦେଉ ନାହାନ୍ତି । ଯେଉଁଥିପାଇଁ ଗାଁ ଗହଳିରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉଛି । 

ଫେବୃଆରୀ ୨୭ରେ ରାଜ୍ୟ ସରକାର କହିଲେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୨୫ କୋଟି ଟଙ୍କା ଋଣ ଦେବାର ବ୍ୟବସ୍ଥା କରିଛୁ । କିନ୍ତୁ ସେହି ଟଙ୍କାରୁ ୮୮ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି ରାଜ୍ୟ ସରକାର ମାତ୍ର ୩୭ କୋଟି ଟଙ୍କା ଦେଇଛନ୍ତି । ହେଲେ ରାଜ୍ୟ ସରକାର କହୁଛନ୍ତି ଆମେ ଦେଇଛୁ । ଏମବିକେ ଓ ସିଆରପିମାନଙ୍କ ଦରମା ଶତ ପ୍ରତିଶତ କେନ୍ଦ୍ର ସରକାର ଦେଉଛନ୍ତି । ୮୪ ହଜାର ଏମବିକେ ଓ  ସିଆରପିମାନଙ୍କୁ ଦରମା ଦେଉଛନ୍ତି କେନ୍ଦ୍ର ସରକାର । କିନ୍ତୁ ରାଜ୍ୟ ସରକାର କହିଲେ ଆମେ ସବୁ କରୁଛୁ । ଦରମା ଦେଉଛୁ ସ୍କୁଟି ବି ଦେଉଛୁ । ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନାଁ ରେ ମିଛ ପ୍ରଚାର କରୁଛନ୍ତି ବୋଲି ପ୍ରେସ୍ ମିଟ୍ କରି କହିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
odisha-govt-is-copy-paste-govt-said-lekhashree-samanthsinghar | Argus News