Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CCTV / ସମସ୍ତ ସରକାରୀ କୋଠା ବାହାରେ ଲାଗିବ CCTV, ୫୦୦ ମିଟର୍ ପର୍ଯ୍ୟନ୍ତ ରହିବ ନଜର

Sushanta Sahoo
Browse all articles by Sushanta Sahoo
·9 months ago·2 min read
ସମସ୍ତ ସରକାରୀ କୋଠା ବାହାରେ ଲାଗିବ CCTV, ୫୦୦ ମିଟର୍ ପର୍ଯ୍ୟନ୍ତ ରହିବ ନଜର

Key Points

ରାଜ୍ୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବାହାରେ ସିସିଟିଭି କ୍ୟାମେରା ଲାଗିବ । ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସହ ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବାହାରେ ମଧ୍ୟ ସିସିଟିଭି ଲଗାଯିବ ।

ଭୁବନେଶ୍ଵର: ଅପରାଧ ଉପରେ ନଜର ରଖିବ CCTV । ରାଜ୍ୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବାହାରେ ସିସିଟିଭି କ୍ୟାମେରା ଲାଗିବ । ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସହ ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବାହାରେ ମଧ୍ୟ ସିସିଟିଭି ଲଗାଯିବ । ଏନେଇ ପରିବହନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ।


ଚିଠିରେ କୁହାଯାଉଛି, ରାଜ୍ୟରେ ଥିବା କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଗୁଡ଼ିକ ବାହାରେ ସିସିଟିଭି ଲଗାଯିବ । ଏନେଇ ଆସନ୍ତା ୧୭ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ବସିବ । ବୈଠକ ପୂର୍ବରୁ ସିସିଟିଭି ଲଗାଯିବା ନେଇ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି ।


ଏଥିସହ ପଢ଼ନ୍ତୁ: ବାବୁଙ୍କ ଉପରେ ନଜର ରଖିବ AI କ୍ୟାମେରା, ରାଜ୍ୟରୁ ଜିଲ୍ଲା ସବୁ ସରକାରୀ କାର୍ଯ୍ୟାଳୟ ଜଗିବ


ଏନେଇ ପୂର୍ବରୁ ବୈଠକ ବସିଥିଲା । ଯେଉଁଥିରେ ପୋଲିସ ଡିଜିଙ୍କ ସହ ମୁଖ୍ୟ ସାସନ ସଚିବ ସାମିଲ ହୋଇଥିଲେ । ନିଷ୍ପତ୍ତି ଅନୁସାରେ, ସମସ୍ତ ସରକାରୀ କୋଠାର ବାହାରେ ସିସିଟିଭି ଲାଗିବ । ଉକ୍ତ ସିସିଟିଭି ଗୁଡ଼ିକ ସରକାରୀ କୋଠାରୁ ଅତି କମ୍‌ରେ ୫୦୦ ମିଟର ଦୂର ପର୍ଯ୍ୟନ୍ତ ଦୃଶ୍ୟ ଉତ୍ତୋଳନ କରିପାରିବ । ଏନେଇ ଗତବର୍ଷ ହୋଇଥିବା ଡିଜି ଓ ଆଇଜି ସମ୍ମିଳନୀରେ ପରାମର୍ଶ ମଧ୍ୟ ଦିଆ ଯାଇଥିଲା ।


ସରକାରୀ କୋଠା ବାହାରେ ସିସିଟିଭି ଲାଗିବା ସହ ୫୦୦ ମିଟର କଭରେଜ୍ ରହିବ । ସିସିଟିଭି ଲଗାଯିବା ପରେ ଏହାକୁ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ରୁମ୍ ସହ ଯୋଡ଼ାଯିବ । ଆସନ୍ତା ୧୭ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିବ । ଉକ୍ତ ବୈଠକରେ ସିସିଟିଭି ଲଗାଯିବା ନେଇ ଗାଇଡଲାଇନ୍ ଅଣାଯିବା ସହ ଅର୍ଥ କେଉଁଠୁ ଆସିବ ଆଲୋଚନା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: Instaରେ ବିବାଦୀୟ ପୋଷ୍ଟ ପାଇଁ ଜଗତସିଂହପୁରର ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ


ଏହା ପୂର୍ବରୁ ସବୁ ସରକାରୀ ଅଫିସରେ AI କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ AI କ୍ୟାମେରା ଲଗାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାସ୍ତରର ସବୁ ସରକାରୀ ଅଫିସରେ ମଧ୍ୟ AI କ୍ୟାମେରା ଲାଗିବ । ନିର୍ଦ୍ଧାରିତ ସମୟରେ ଅଧିକାରୀ ମାନେ ଯେପରି ଅଫିସ୍ ଆସିବେ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ନୂଆ ମେକାନିଜମ୍ ବିକଶିତ କରାଯିବ ।


ସେହିଭଳି ଭଲ ପ୍ରଦର୍ଶନ କରୁନଥିବା ଅଧିକାରୀଙ୍କ ଉପରେ ନଜର ରଖାଯିବ । ନିୟମିତ ଭାବେ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ସହ ପ୍ରଦର୍ଶନରେ ସୁଧାର ଆଣିବାକୁ ସୁଯୋଗ ଦିଆଯିବ । ପ୍ରଦର୍ଶନରେ ସୁଧାର ନ ଆସିଲେ ଆଗୁଆ ଅବସର ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା UI ନୋଟ୍ ଉପରେ ତୁରନ୍ତ ଉତ୍ତର ଦେବା ସହ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ।

Related Topics

Explore more stories

Sponsored
Odisha Govt to Install CCTV Outside All Government Offices | Argus News | Argus News