Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Hate Speech / Instaରେ ବିବାଦୀୟ ପୋଷ୍ଟ ପାଇଁ ଜଗତସିଂହପୁରର ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

Sushanta Sahoo
Browse all articles by Sushanta Sahoo
·9 months ago·2 min read
Instaରେ ବିବାଦୀୟ ପୋଷ୍ଟ ପାଇଁ ଜଗତସିଂହପୁରର ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

Key Points

କେବଳ ଘୃଣାତ୍ମକ ପୋଷ୍ଟ ନୁହେଁ ବରଂ କିଛି ଲୋକ ରାଷ୍ଟ୍ର, ସମାଜ ବିରୋଧ ପୋଷ୍ଟ କରୁଛନ୍ତି । ସେ ସବୁ ଉପରେ ପୋଲିସ ନଜର ରଖିଥିବା କହିଛନ୍ତି ପୋଲିସ କମିଶନର । ଏଭଳି ହେଟ୍ ସ୍ପିଚ୍ ଯିଏ ପୋଷ୍ଟ କରିଛି ସିଏ ଦୋଷୀ, ଯିଏ ଆଗକୁ ସେୟାର୍ କରିବ, ଟ୍ୟାଗ୍ କଲେ ବି ତାକୁ ଦୋଷୀ ବୋଲି ଧରାଯିବ ।

ଭୁବନେଶ୍ଵର: ସୋସିଆଲ୍ ମିଡିଆ ଉପରେ ନଜର ରଖିଛି କମିଶନରେଟ୍ ପୋଲିସ । ସାମ୍ପ୍ରଦାୟିକ ସଦ୍‌ଭାବ ବିରୋଧରେ ପୋଷ୍ଟ କରୁଥିଲେ ରୁହନ୍ତୁ ସାବଧାନ । ଏଭଳି ପୋଷ୍ଟ କରୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଜଗତସିଂହପୁରର ଅର୍ସଦ ଅଲ୍ଲୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।


ପୋଲିସ କମିଶନରଙ୍କ ଅନୁସାରେ, "ଅର୍ସଦ ଅଲ୍ଲୀ ଇନଷ୍ଟାଗ୍ରାମରେ ଆପତ୍ତିଜନକ ପୋଷ୍ଟ କରିଥିଲେ । ଏନେଇ ୯ ତାରିଖରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରିବା ସହ ଅର୍ସଦକୁ ଗିରଫ କରିଛି । ଯେ କେହିବି କୌଣସି ସମୁଦାୟ ବିରୋଧରେ ଏଭଳି ଘୃଣା ପୂର୍ଣ୍ଣ ମନ୍ତବ୍ୟ ରଖିବ ତା' ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"


ଏଥିସହ ପଢ଼ନ୍ତୁ: ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼, ଡ୍ୟୁଟିକୁ ଆସିବା ବେଳେ ଗୋଡ଼ାଇ ଗୋଡ଼ାଇ ମାରିଲେ ଗୁଳି


ଆପତ୍ତିଜନକ ପୋଷ୍ଟ ପରେ ଅର୍ସଦ ଅଲ୍ଲୀ ଅନ୍ୟ ପୋଷ୍ଟ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲା । କିନ୍ତୁ କ୍ଷମା ମାଗିବା ପୂର୍ବରୁ ଆପତ୍ତିଜନକ ପୋଷ୍ଟ ଚାରିଆଡ଼େ ବ୍ୟାପି ଯାଇଥିଲା । ଯାହାକୁ ନେଇ ତାଙ୍କ ବିରୋଧରେ ଆଇଟି ଆକ୍ଟ ସହ ଧାର୍ମିକ ବିଦ୍ଵେଷ, ଜାତୀୟ ସୁରକ୍ଷାକୁ ବାଧା ପହଞ୍ଚାଇବା ଆଦି ଧାରାରେ ମାମଲା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେବଳ ଘୃଣାତ୍ମକ ପୋଷ୍ଟ ନୁହେଁ ବରଂ କିଛି ଲୋକ ରାଷ୍ଟ୍ର, ସମାଜ ବିରୋଧ ପୋଷ୍ଟ କରୁଛନ୍ତି । ସେ ସବୁ ଉପରେ ପୋଲିସ ନଜର ରଖିଥିବା କହିଛନ୍ତି ପୋଲିସ କମିଶନର । ଏଭଳି ହେଟ୍ ସ୍ପିଚ୍ ଯିଏ ପୋଷ୍ଟ କରିଛି ସିଏ ଦୋଷୀ, ଯିଏ ଆଗକୁ ସେୟାର୍ କରିବ, ଟ୍ୟାଗ୍ କଲେ ବି ତାକୁ ଦୋଷୀ ବୋଲି ଧରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।


ଏଥିସହ ପଢ଼ନ୍ତୁ: ଫୁଲ ପାଇଁ ଯାଇ ଆଉ ଫେରିଲେନି..., ନଦୀରୁ ମିଳିଲା ଡେଣା ନଥିବା ମୃତଦେହ


ସେପଟେ ରବିବାର ୬ ଜଣ ଆଣ୍ଟି ସୋସିଆଲଙ୍କୁ କଟକ ସହରରୁ ଗିରଫ କରିଥିଲା କମିଶନରେଟ ପୋଲିସ । କଟକ ଲାଲବାଗ ଥାନା ପୋଲିସ ଓ ମଙ୍ଗଳାବାଗ ଥାନା ପୋଲିସ ୬ ଜଣ ଆଣ୍ଟି ସୋସିଆଲଙ୍କୁ ଗିରଫ କରିଛି । ଲାଲବାଗ ଥାନା ପୋଲିସ ୪ ଜଣଙ୍କୁ ଓ ମଙ୍ଗଳାବାଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏମାନେ ସହରର ଶାନ୍ତ ମାହୋଲକୁ ଅଶାନ୍ତ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା । ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

Related Topics

Explore more stories

Sponsored
Bhubaneswar Police Arrest Arshad Ali Over Hate Post on Instagram | Argus News | Argus News