Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Recruitment Exams / ୨୦୨୪ ଜୁନ୍ ପରଠାରୁ ବାତିଲ୍ ହୋଇଛି କେତେ ନିଯୁକ୍ତି ପରୀକ୍ଷା ? ରିପୋର୍ଟ ମାଗିଲେ ସରକାର

Sushanta Sahoo
Browse all articles by Sushanta Sahoo
·9 months ago·2 min read
୨୦୨୪ ଜୁନ୍ ପରଠାରୁ ବାତିଲ୍ ହୋଇଛି କେତେ ନିଯୁକ୍ତି ପରୀକ୍ଷା ? ରିପୋର୍ଟ ମାଗିଲେ ସରକାର

Key Points

୨୦୨୪ ଜୁନ୍ ପର ଠାରୁ କେତେ ନିଯୁକ୍ତି ପରୀକ୍ଷା ବାତିଲ୍ କରାଯାଇଛି । ସେନେଇ ସମସ୍ତ ବିଭାଗ ଓ ବୋର୍ଡକୁ ବିସ୍ତୃତ ତଥ୍ୟ ମାଗିଛି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ।

ଭୁବନେଶ୍ଵର: ସମସ୍ତ ବିଭାଗ ଓ ସବୁ ନିଯୁକ୍ତି ବୋର୍ଡକୁ ସରକାରଙ୍କ ଚିଠି । ୨୦୨୪ ଜୁନ୍ ପର ଠାରୁ କେତେ ନିଯୁକ୍ତି ପରୀକ୍ଷା ବାତିଲ୍ କରାଯାଇଛି । ସେନେଇ ସମସ୍ତ ବିଭାଗ ଓ ବୋର୍ଡକୁ ବିସ୍ତୃତ ତଥ୍ୟ ମାଗିଛି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ।


ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB), ଓଡ଼ିଶା ପୋଲିସ ରାଜ୍ୟ ନିଯୁକ୍ତି ବୋର୍ଡ (OPSSB), ଓଡ଼ିଶା ପୋଲିସ ମନ୍ତ୍ରୀସ୍ତରୀୟ ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ (OPMSSB), ସିଲେକ୍ସନ୍ ବୋର୍ଡ (ପୋଲିସ), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ତଥ୍ୟ ମାଗିଛନ୍ତି ସରକାର ।


ଏଥିସହ ପଢ଼ନ୍ତୁ: SI କେଳେଙ୍କାରୀର ଚେର, ରାଜ୍ୟ ବାହାରର ମାଫିଆଙ୍କ ହାତରେ ରିମୋଟ


ଏଥିସହ ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ (OPSC)ର ସଚିବ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC)ର ସଚିବ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟଗ (OSSSC)ର ସଚିବ, ଷ୍ଟେଟ ସିଲେକ୍ସନ ବୋର୍ଡ (ଉଚ୍ଚଶିକ୍ଷା)ର ସଚିବଙ୍କୁ ମଧ୍ୟ ନିଯୁକ୍ତ ପରୀକ୍ଷା ବାତିଲ୍ ସମ୍ପର୍କିତ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର ।


୨୦୨୪ ଜୁନ୍ ପର ଠାରୁ ଏବେ ସୁଦ୍ଧା କେଉଁ ବିଭାଗ ଓ କେଉଁ ବୋର୍ଡ ଅଧିନରେ କେତୋଟି ନିଯୁକ୍ତି ପରୀକ୍ଷା ବାତିଲ୍ ହୋଇଛି । ସେ ନେଇ ବିସ୍ତୃତ ତଥ୍ୟ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


SI ପରୀକ୍ଷା ଜାଲିଆତି ମାମଲା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ମାମଲାର ଖୋଳତାଡ଼ ଜାରି ରଖିଛି । ମାମଲାରେ କ୍ରାଇମବ୍ରାଞ୍ଚ ସିଲିକନ୍ ସଲ୍ୟୁସନ୍ ପ୍ରାଇଭେଟ୍. ଲିମିଟେର.ର ମାଲିକ ସୁରେଶ ନାୟକ ଓ ପଞ୍ଚତତ୍ତ୍ଵ ପିସିଟି ଲିମିଟେଡ୍‌ର ମ୍ୟାନେଜରଙ୍କୁ ଜେରା କରିଛି ।


ଏଥିସହ ପଢ଼ନ୍ତୁ: ଅବସରପ୍ରାପ୍ତ ପୋଲିସ ବାବୁଙ୍କ ପୁଅ ଗିରଫ, ବଢିଲା ସନ୍ଦେହ


ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB ଏସଆଇ ପରୀକ୍ଷା ଦାୟିତ୍ବ ଦେଇଥିଲା ଆଇଟିଆଇ ପ୍ରାଇଭେଟ୍ ଲିମିଟେଡକୁ । ଆଇଟିଆଇ ପ୍ରାଇଭେଟ୍ ଲିମିଡେଟ୍ କାମ ଦେଇଦେଲା ସିଲିକନ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡକୁ । ଆଉ ସିଲିକନ୍ କାମ ନେଇଗଲା ପଞ୍ଚତତ୍ତ୍ଵ ପିସିଟି ଲିମିଟେଡ୍‌ । ଯାହାର ମୁଖ୍ୟ ଶଙ୍କର ପୃଷ୍ଟି ଏବେ ଫେରାର ଅଛି । ପୁରା ରାକେଟର ପର୍ଦ୍ଦାଫାସ୍ ପାଇଁ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି ।


ଚଳିତ ବର୍ଷ ଓଡ଼ିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡ କରୁଥିବା ପୋଲିସ ଏସଆଇ ପରୀକ୍ଷାକୁ ଭଣ୍ଡୁର କରିବାକୁ ବଡ ଧରଣର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ନେଇ କାମ କରୁଥିବା ରାକେଟର ମୂଳ ପର୍ଯ୍ୟନ୍ତ ଯିବାକୁ ଖୋଳତାଡ଼ ଚାଲିଛି । ୩ଟି ବସରେ ଆଶାୟୀ ଆନ୍ଧ୍ରର ବିଜୟନଗରମ ଯାଉଥିବା ଖବର ପାଇ ବ୍ରହ୍ମପୁର ପୋଲିସ ପିଛା କରି ଓଡ଼ିଶା-ଆନ୍ଧ୍ର ସୀମା ନିକଟରେ ବାଟ ଓଗାଳିଥିଲା । ଏହି ତିନୋଟି ବସ ୧୧୪ ପରୀକ୍ଷାର୍ଥୀଙ୍କୁ ନେଇ ବରମୁଣ୍ଡାରୁ ବାହାରିଥିଲା ।

Related Topics

Explore more stories

Sponsored
Odisha Govt Seeks Details on Cancelled Recruitment Exams After June 2024 Amid SI Exam Scam Probe | Argus News | Argus News