Big Announcement / 'ଏକାସାଙ୍ଗରେ ମିଳିବ ୩ମାସର ଭତ୍ତା'; ୨ ବର୍ଷ ପୂର୍ତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
·2 hours ago·3 min read

Key Points
ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୨ ବର୍ଷ
୨ ବର୍ଷ ପୂର୍ତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍ମିଟ୍
ଏକା ଥରକେ ହିତାଧିକାରୀ ୩ ମାସର ଭତ୍ତା ପାଇବା ନେଇ ଘୋଷଣା

ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୨ ବର୍ଷ । ଠିକ୍ ଆଜିର ଦିନରେ ଓଡ଼ିଶା ବାସୀଙ୍କଠାରୁ ବିପୁଳ ସମର୍ଥନ ପାଇ ଶପଥ ନେଇଥିଲେ ବିଜେପି ସରକାର । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଡବଲ ଇଞ୍ଜିନ ସରକାରର ପ୍ରଥମ ବର୍ଷରେ ଟ୍ୟାଗ ଲାଇନ୍ ଥିଲା-'ବର୍ଷ ଏକ, ଉପଲବ୍ଧି ଅନେକ' । ଏହାରି ଭିତରେ ମୋହନ ସରକାର ଦୁଇବର୍ଷ ପୂରଣ କରିଥିବାବେଳେ ଏଥର ଟ୍ୟାଗ ଲାଇନ୍ ରହିଛି '୨ ବର୍ଷରେ ୨ ଗୁଣା ବିକାଶ' । ତେବେ ୨ ବର୍ଷରେ ସରକାରଙ୍କ କଣ ରହିଛି ଉପଲବ୍ଧି ସେହି ସଫଳତାର ଗାଥା କହିଛନ୍ତି ସିଏମ୍ ମାଝୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି । ୨ ବର୍ଷରେ ୧୨୧ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି । ଆଜିଠୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହିତାଧିକାରୀଙ୍କୁ ମିଳିବ ମାସିକ ୧୦କେଜି ଲେଖାଏଁ ଚାଉଳ । ଖୁବଶୀଘ୍ର ହିତାଧିକାରୀଙ୍କୁ ମିଳିବ ତିନି ମାସର ଭତ୍ତା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "୩ ଦିନ ତଳେ ମୋଦି ସରକାରଙ୍କ ୧୨ ବର୍ଷର ପୂର୍ତ୍ତି ପାଳନ ହୋଇଛି । ଆଜିର ଦିନରେ ଆମ ସରକାର ଦାୟିତ୍ଵ ଗ୍ରହଣ କରିଥିଲେ । ଲୋକଙ୍କ ସୁଖଦୁଃଖରେ ଛିଡ଼ା ହୋଇଛନ୍ତି ଲୋକଙ୍କ ସରକାର । ଡବଲ୍ ଇଞ୍ଜିନ ସରକାରର ଡବଲ୍ ଇମ୍ପାକ୍ଟ ଏବେ ଦେଖିବାକୁ ମିଳୁଛି । ବିକାଶରେ ଏବେ ସମସ୍ତେ ଭାଗିଦାର, ସମସ୍ତଙ୍କ ମଙ୍ଗଳକୁ ଗୁରୁତ୍ଵ । ୨ ବର୍ଷରେ ୧୨୧ଟି ନୂଆ ଯୋଜନା/କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି ।"
ପଢନ୍ତୁ ଏହି ଖବର: ଅଷ୍ଟମ ବେତନ ପୂର୍ବରୁ ବଢିପାରେ ମହଙ୍ଗା ଭତ୍ତା; ଜାଣନ୍ତୁ କେତେ ?
`ମିଶନ ପାୱାର' ମାଧ୍ୟମରେ ଏହି ଲକ୍ଷ୍ୟ ପୂରଣ କରାଯିବ । କନ୍ୟା ସୁମଙ୍ଗଳ ଯୋଜନା ହାତକୁ ନେଇଛୁ । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଭାରତରେ ଶ୍ରେଷ୍ଠ ରାଜ୍ୟ ପାଲଟିଛି । ନାରୀ ସଶକ୍ତୀକରଣ ଦିଗରେ ଅନେକ ପଦକ୍ଷେପ ନିଆଯାଇଛି । ସୁଭଦ୍ରା ଯୋଜନା ପରେ ସମୃଦ୍ଧ କୃଷକ ଯୋଜନା କାର୍ଯ୍ୟକାରୀ ହୋଇଛି । ଏବେ ଅନ୍ନଦାତାଙ୍କୁ ଉଚିତ୍ ସମ୍ମାନ ମିଳୁଛି, ସେମାନଙ୍କ ଆୟ ବଢୁଛି । ପୂର୍ବ ସରକାର କେବେଳ ସ୍କୁଲରେ ରଙ୍ଗ ମାରି ବାହାବା ନେଉଥିଲେ । କିନ୍ତୁ ଆମ ସରକାର ନୂଆ ଜାତୀୟ ଶିକ୍ଷାନୀତି ଲାଗୁ କରିଛନ୍ତି ।

- 'ଏକାଥରକେ ମିଳିବ ୩ମାସର ଭତ୍ତା'

- ଆଉ କଣ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ?
ପଢନ୍ତୁ ଏହି ଖବର: ଅଷ୍ଟମ ବେତନ ପୂର୍ବରୁ ବଢିପାରେ ମହଙ୍ଗା ଭତ୍ତା; ଜାଣନ୍ତୁ କେତେ ?
`ମିଶନ ପାୱାର' ମାଧ୍ୟମରେ ଏହି ଲକ୍ଷ୍ୟ ପୂରଣ କରାଯିବ । କନ୍ୟା ସୁମଙ୍ଗଳ ଯୋଜନା ହାତକୁ ନେଇଛୁ । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଭାରତରେ ଶ୍ରେଷ୍ଠ ରାଜ୍ୟ ପାଲଟିଛି । ନାରୀ ସଶକ୍ତୀକରଣ ଦିଗରେ ଅନେକ ପଦକ୍ଷେପ ନିଆଯାଇଛି । ସୁଭଦ୍ରା ଯୋଜନା ପରେ ସମୃଦ୍ଧ କୃଷକ ଯୋଜନା କାର୍ଯ୍ୟକାରୀ ହୋଇଛି । ଏବେ ଅନ୍ନଦାତାଙ୍କୁ ଉଚିତ୍ ସମ୍ମାନ ମିଳୁଛି, ସେମାନଙ୍କ ଆୟ ବଢୁଛି । ପୂର୍ବ ସରକାର କେବେଳ ସ୍କୁଲରେ ରଙ୍ଗ ମାରି ବାହାବା ନେଉଥିଲେ । କିନ୍ତୁ ଆମ ସରକାର ନୂଆ ଜାତୀୟ ଶିକ୍ଷାନୀତି ଲାଗୁ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories