PUCC Green Sticker / ଜାନୁଆରୀ ୧୦ରୁ ମିଳିବ ଗ୍ରୀନ ଷ୍ଟିକର, ଗାଡ଼ି ନମ୍ବର ସହ PUCC ଅବଧି ସମ୍ପର୍କରେ ମିଳିବ ତଥ୍ୟ
·6 months ago·2 min read

Key Points
ଜାନୁଆରୀ ୧୦ରୁ ମିଳିବ ଗ୍ରୀନ ଷ୍ଟିକର
ଗାଡି ନମ୍ବର ସହ PUCC ଅବଧି ସମ୍ପର୍କରେ ମିଳିବ ତଥ୍ୟ
PUCC ପଂଜୀକରଣ ହୋଇଥିବା ସେଣ୍ଟର ସମ୍ପର୍କରେ ମିଳିବ ସୂଚନା

ଜାନୁଆରୀ ୧୦ ତାରିଖରୁ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରରେ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ । ଗ୍ରୀନ୍ ଷ୍ଟିକରରେ ଗାଡ଼ି ନମ୍ବର ସହ PUC ସାର୍ଟିଫିକେଟର ଅବଧି ସମ୍ପର୍କରେ ମିଳିବ ତଥ୍ୟ । ସେହିପରି PUCC ପଞ୍ଜିକରଣ ହୋଇଥିବା ସେଣ୍ଟର ସମ୍ପର୍କରେ ମଧ୍ୟ ସୂଚନା ମିଳିବ ।
ଗ୍ରୀନ୍ ଷ୍ଟିକର ପାଇଁ ପ୍ରତି ପରିବହନ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାଉଣ୍ଟର ରହିବ । ଜାନୁୟାରୀ ୯ ପର୍ଯ୍ୟନ୍ତ PUCC କରିଥିବା ଗାଡ଼ି ଚାଳକ RTOରୁ ଗ୍ରୀନ୍ ଷ୍ଟିକର ନେବେ । 10 ତାରିଖରୁ ପଲ୍ୟୁସନ ସେଣ୍ଟର ଗୁଡ଼ିକରେ ମିଳିବ ଗ୍ରୀନ ଷ୍ଟିକର । PUC ସାର୍ଟିଫିକେଟ ଥିଲେ ଓ ଗ୍ରୀନ ଷ୍ଟିକର ନ ଥିଲେ ପଡ଼ିବନି ଫାଇନ । ଗ୍ରୀନ୍ ଷ୍ଟିକର ପାଇଁ ଗାଡ଼ି ମାଲିକଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବନି ।
ଚାରି ଚକିଆ ଗାଡ଼ିର ଫ୍ରଣ୍ଟ ୱିଣ୍ଟୋ ସ୍କ୍ରିନ୍ ବାମ କୋଣରେ ଲଗାଇବେ ଗ୍ରୀନ୍ ଷ୍ଟିକର । ସେହିପରି ଦୁଇ ଚକିଆ ଗାଡ଼ିରେ ବାହାରକୁ ଦେଖାଗଲା ଭଳି ଗ୍ରୀନ୍ ଷ୍ଟିକର ଲଗାଇବେ । ଷ୍ଟିକରରେ ଗାଡ଼ି ନମ୍ବର, PUCCର ବୈଧ ତାରିଖ, ଟେଷ୍ଟିଂ ସେଣ୍ଟର ନାଁ ରହିବ । ଗ୍ରୀନ ଷ୍ଟିକରରେ କଳା ପରମାନେଣ୍ଟ ମାର୍କର ପେନରେ ତଥ୍ୟ ଲେଖାଯିବ । ଗ୍ରୀନ ଷ୍ଟିକରରେ ଓଭର ରାଇଟିଂ କିମ୍ବା କୌଣସି ସଂଶୋଧନ ହେବ ନାହିଁ । PUC ସାର୍ଟିଫିକେଟ୍ ନ କରି ଗ୍ରୀନ ଷ୍ଟିକର ଲଗାଇଲେ ଫାଇନ୍ ଲାଗିବ । ଷ୍ଟିକର୍ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସ୍ରେ ଥିବା ରେକର୍ଡକୁ ଯାଞ୍ଚ କରିବେ ।
ସେପଟେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । PUCC ଅବଧି ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର । ଏହା ପରେ ଅର୍ଥାତ ୧ ଏପ୍ରିଲରୁ PUCC ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଲୋକଙ୍କ ଅସୁବିଧାକୁ ଦେଖି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ମାର୍ଚ୍ଚ ୩୧ ସୁଦ୍ଧା ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ କହିଲେ ପରିବହନ ମନ୍ତ୍ରୀ ।
ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ବାନ କରୁଛୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଦେବୁ । ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ଲଗାଇଲେ ଯାଞ୍ଚ ପାଇଁ ସୁବିଧା । ଯେଉଁମାନେ PUCC କରି ସାରିଛନ୍ତି, ସେମାନେ ଷ୍ଟିକର RTOରୁ ପାଇବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ । ଏପ୍ରିଲ ୧ରୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories