Gun Mafia / ପୋଲିସ କବ୍ଜାରେ ବନ୍ଧୁକ ମାଫିଆ, ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ କରୁଥିଲା ଡିଲ୍
·6 months ago·2 min read

Key Points
ପୋଲିସ କବ୍ଜାରେ କୁଖ୍ୟାତ ବନ୍ଧୁକ ମାଫିଆ
ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଗିରଫ
୬ଟି ବନ୍ଧୁକ, ୧୦ଟି ଜୀବନ୍ତ ଗୁଳି ଜବତ
ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଗିରଫ
୬ଟି ବନ୍ଧୁକ, ୧୦ଟି ଜୀବନ୍ତ ଗୁଳି ଜବତ
କମିଶନରେଟ ପୋଲିସ କବ୍ଜାରେ କୁଖ୍ୟାତ ବନ୍ଧୁକ ମାଫିଆ । ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଗିରଫ ହେଲେ ବନ୍ଧୁକ ମାଫିଆ । ୬ଟି ବନ୍ଧୁକ, ୧୦ଟି ଜୀବନ୍ତ ଗୁଳି ଜବତ । ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ଡିଲ୍ କରୁଥିଲେ । ସେପଟେ ଭୁବନେଶ୍ୱର ରେଳ ଷ୍ଟେସନରେ ପେଟ୍ରୋଲିଂ ବେଳେ ଧରା ପଡ଼ିଲେ ୬ ଡକାୟତ ।
ଦୁଷ୍କର୍ମ ଅଭିଯୁକ୍ତରୁ ବନ୍ଧୁକ ମାଫିଆ । ବିହାରରୁ ବନ୍ଧୁକ ଆଣି ଭୁବନେଶ୍ୱରରେ କରୁଥିଲା ଡିଲ୍ । ଜମି ପୋଜେସନ ଗ୍ୟାଙ୍ଗକୁ ବିକୁଥିଲା ବିହାରୀ ବନ୍ଧୁକ । ୬ ବିହାରୀ ବନ୍ଧୁକ ସହ ୧୦ ଜୀବନ୍ତ ଗୁଳି ଜବତ । ମନୋଜ କୁମାର ମଲିକ ଓରଫ ପପୁ । ଘର ଯାଜପୁର ବିଂଝାରପୁର ଅଞ୍ଚଳରେ । ତା ନିକଟରୁ ଜବତ ହୋଇଛି ୬ଟି ସେମି ଅଟୋମେଟିକ ପିସ୍ତଲ, ୧୦ ରାଉଣ୍ଡ ଜୀବନ୍ତ ଗୁଳି, ୬ଟି ମ୍ୟାଗାଜିନ୍, ଗୋଟିଏ ମୋବାଇଲ ଫୋନ୍, ଗୋଟିଏ ବାଇକ ଏବଂ ଟଙ୍କା । ୬ ବର୍ଷ ତଳେ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା ମନୋଜ । ଜେଲରୁ ବାହାରିବା ପରେ ଚଳାଇଥିଲା ବନ୍ଧୁକ ରାକେଟ । ବାଇକରେ ବୁଲି ବୁଲି କରୁଥିଲା ବନ୍ଧୁକ ଡିଲ୍ । ଗୋଟେ ଗୋଟେ ବନ୍ଧୁକ ୨୦ ହଜାର ଟଙ୍କାରେ ବିକ୍ରି କରୁଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।
ସେପଟେ ଭୁବନେଶ୍ୱର ରେଳ ଷ୍ଟେସନରେ ପେଟ୍ରୋଲିଂ ବେଳେ ଗତକାଲି ସଂନ୍ଧ୍ୟାରେ ଧରା ପଡ଼ିଛନ୍ତି ଡକାୟତ I ୬ ଡକାୟତ ରେଳ ଷ୍ଟେସନରେ ପଶି ଟ୍ରେନ ଭିତରୁ ଡାକୟତି ପାଇଁ ଯୋଜନା କରୁଥିଲେ I ଟ୍ରେନରେ ପଶି ଯାତ୍ରୀଙ୍କୁ ଲୁଟିବା ପାଇଁ ଯୋଜନା କରୁଥିଲେ ଏହି ଅଭିଯୁକ୍ତ I ଅଭିଯୁକ୍ତଙ୍କୁ ଧରିବାକୁ ଯିବା ସମୟରେ, ଗୁଳି ଫୁଟାଇ ଖସି ଯିବାକୁ ଉଦ୍ୟମ କରିଥିଲେ ଏହି ଡକାୟତମାନେ । ଏ ସମସ୍ତ ଅଭିଯୁକ୍ତ ହେଉଛନ୍ତି ବାଲିପାଟଣା, ବଡ଼ଗଡ଼ ଓ ଖାରବେଳନଗର ଅଞ୍ଚଳର I ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଛୁରୀ, ଚାପଡ଼ ଓ ଲଙ୍କାଗୁଣ୍ଡ ଜବତ ହୋଇଛି I ୩ଟି ଟିମ୍ ଗଠନ କରାଯାଇ ଭଦ୍ରକ ଓ ବାଲେଶ୍ଵର ରୁଟରେ ରେଡ୍ ଚାଲିଛି I
ବନ୍ଧୁକ ବେପାରୀ ମନୋଜ ମଲିକ କାହାକୁ କାହାକୁ ବନ୍ଧୁକ ବିକ୍ରି କରିଛି ? ମନୋଜ ଲିଙ୍କରେ ଆଉ କେଉଁ ବନ୍ଧୁକ ବେପାରୀମାନେ ଅଛନ୍ତି ? ଓଡ଼ିଶାରେ କେତୋଟି ବିହାରୀ ବନ୍ଧୁକ ବିକ୍ରି କରିଛି ମନୋଜ ସେ ବିଷୟରେ ଜାଣିବା ପାଇଁ ମନୋଜକୁ ରିମାଣ୍ଡରେ ଆଣି ଖୋଳତାଡ କରିପାରେ ସ୍ପେଶାଲ କ୍ରାଇମ୍ ୟୁନିଟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories