Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶ୍ୱ ଦେଖୁଛି ଓଡ଼ିଆ ପୋଥିଚିତ୍ର, ତାରକସୀ ଓ ତାଳପତ୍ର କାରୁକାର୍ଯ୍ୟ 

Smruti Parija
Browse all articles by Smruti Parija
·1 year ago·1 min read
ବିଶ୍ୱ ଦେଖୁଛି ଓଡ଼ିଆ ପୋଥିଚିତ୍ର, ତାରକସୀ ଓ ତାଳପତ୍ର କାରୁକାର୍ଯ୍ୟ 

ପୁରୀ:  ଚାଇନାରେ ଓଡ଼ିଆ ପୋଥିଚିତ୍ରର ଝଲକ । ସାରା ବିଶ୍ବ ଦେଖୁଛି ଓଡ଼ିଆ ପୋଥିଚିତ୍ର, ତାରକସୀ ଓ ତାଳପତ୍ର କାରୁକାର୍ଯ୍ୟ । ଭାରତୀୟ ହସ୍ତକଳାର ପ୍ରୋତ୍ସାହନ ପାଇଁ ଚାଇନାର କୁମିଙ୍ଗରେ ଏମଏସଏମଇ ସହଯୋଗରେ ଫେଡରେସନ ଅଫ୍ ଇଣ୍ଡିଆ ଏକ୍ସପର୍ଟ ଦ୍ଵାରା ଏକ ପ୍ରଦର୍ଶନୀ ଆୟୋଜିତ କରାଯାଇଛି । ଯେଉଁଥିରେ ଓଡ଼ିଶାରୁ ପ୍ରାୟ ୧୧ ଟି ଷ୍ଟଲ୍ ଭାଗ ନେଇଛନ୍ତି ।

ତେବେ ଓଡ଼ିଶାର ତାଳପତ୍ର କାମ , ପୋଥିଚିତ୍ର କାମ , ତାରକସୀ କାମ ଇତ୍ୟାଦି ଏହି ମେଳାରେ ପ୍ରଦର୍ଶିତ ହୋଇଛି । ଯାହାକୁ ଦେଖିବା ଓ କିଣିବାକୁ ଚାଇନାରେ ଅନେକ ଲୋକଙ୍କର ଭିଡ ଜମିଛି ।

ଓଡିଶାର ଡୋକ୍ରା, ପିପିଲିର ଚାନ୍ଦୁଆ କାମ, ତାରକସୀ, କାଠଶିଳ୍ପ, ଶିଙ୍ଗ ଶିଳ୍ପ, ଟସର ପେଣ୍ଟିଂ, ତାଳପତ୍ର ଖୋଦେଇ, ଜନଜାତି ଅଳଙ୍କାର, ସବାଇଘାସ ଆଦି ହସ୍ତଶିଳ୍ପ ସାମଗ୍ରୀର ବେଶ ଚାହିଦା ରହୁଛି । ଦେଶ ବିଦେଶରେ ଆୟୋଜିତ ହେଉଥିବା ପ୍ରଦର୍ଶନୀ ଗୁଡିକରେ ଓଡିଶାର ଏହି ସାମଗ୍ରୀ କିଣିବାକୁ ଲୋକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
odisha-handicraft-and-handloom-in-china | Argus News