Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡିଶାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ ସଂଖ୍ୟା ଅଧିକ

Odisha

ଓଡିଶାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ ସଂଖ୍ୟା ଅଧିକ

Smruti Parija
Browse all articles by Smruti Parija
·2 years ago·1 min read
ଓଡିଶାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ ସଂଖ୍ୟା ଅଧିକ

ଭୁବନେଶ୍ୱର:  ପୁଣି ସାମ୍ନାକୁ ଆସିଲା ଓଡିଶା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଓଡ଼ିଶାରେ ବଢ଼ିଲା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ ସଂଖ୍ୟା । ଜାତୀୟ ସ୍ତରରେ ଓଡ଼ିଶାର ଶିକ୍ଷା ମାନ କମିଲା । ଲୋକସଭାରେ ଆଲୋଚନା ହେବାବେଳେ କିଛି ଏଭଳି ରିପୋର୍ଟ ସାମ୍ନାକୁ ଆସିଛି । 

ଓଡ଼ିଶାରେ ୪୯. ୯ ପ୍ରତିଶତ ପିଲା ଅଧାରୁ ପାଠ ଛାଡିଛନ୍ତି । ସେହିଭଳି ବିହାର ୪୨.୧ , ମେଘାଳୟ ୩୫.୫, କର୍ଣ୍ଣାଟକ ୨୮.୫, ପ୍ରତିଶତ ଲେଖାଏଁ ପିଲା ଅଧାରୁ ପାଠ ଛାଡିଛନ୍ତି । କିନ୍ତୁ ସର୍ବାଧିକ ୫୦ ପ୍ରତିଶତ ପିଲା ଓଡ଼ିଶାର ପିଲା ଅଛନ୍ତି । ସେପଟେ ମଣିପୁରେ ଡ୍ରପ ଆଉଟ୍ ସଂଖ୍ୟା ଶୂନ୍ ଥିବାବେଳେ ଦିଲ୍ଲୀରେ ୧.୩ ପ୍ରତିଶତ । ୧୦ ପ୍ରତିଶତରୁ କମ ଡ୍ରପ ଆଉଟ୍ ଥିବା ରାଜ୍ୟ ଗୁଡିକ ଉତ୍ତରପ୍ରଦେଶ ୯.୨, ତ୍ରିପୁରା ୩.୮, ତାମିଲନାଡୁ ୯, ହିମାଚଳପ୍ରଦେଶ ୨.୫ ପ୍ରତିଶତ । 

ତେବେ ବଡ଼ ପ୍ରଶ୍ନ ଉଠୁଛି ଓଡିଶା ସରକାର ସ୍କୁଲ ପିଲାଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରେଜଲ୍ଟ ଶୂନ୍ । ପିଲା ପାଠ ପଢ଼ାରୁ ଅଧିକ ଦୂରେଇଛନ୍ତି । ସେପଟେ ଶିକ୍ଷାବିତମାନଙ୍କ ମତ ରହିଛି ଓଡ଼ିଶାରେ ପାଠ ପଢା ମାନ କମ କିନ୍ତୁ ପ୍ରଚାର ଅଧିକ । ଶିକ୍ଷାରମାନ ଉପରେ ଗୁରୁତ୍ୱ ନାହିଁ, କାନ୍ଥ ବାଡ଼ ରଙ୍ଗେଇବାର ଅଧିକ ସମୟ ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର...

Sponsored
Odisha has a high dropout rate of 10th class students | Argus News