ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ମିଶନ ପୂର୍ବୋଦୟ ପାଇଁ ସୃଷ୍ଟି କରୁଛି ଆଶା

- ମୋଦି ସରକାରଙ୍କ ପୂର୍ବୋଦୟ ମିଶନର ବଡ଼ ଲାଭାର୍ଥୀ ବନିଛି ଓଡ଼ିଶା
- ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବ ମିଶନ ପୂର୍ବୋଦୟ ପାଇଁ ସୃଷ୍ଟି କରୁଛି ଆଶା
- ଧର୍ମେନ୍ଦ୍ର କହିଲେ ଓଡ଼ିଶା ଓ ପୂର୍ବଭାରତ ‘ବିକଶିତ ଭାରତ’ର ନେବ ନେତୃତ୍ବ
- ମିଶନ ପୂର୍ବୋଦୟ ହେଉଛି ପୁନରୁତ୍ଥାନ ଓ ପୁନଃଆବିଷ୍କାରର ପ୍ରତୀକ
ଅର୍ଗସ ବ୍ୟୁରୋ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ଶିଳ୍ପ ମହାସଂଘ ଓ ଏନର୍ଜି ଫୋରମ ଇଣ୍ଡିଆର ମିଳିତ ଉଦ୍ୟମରେ ଭୁବନେଶ୍ବରରେ ଆୟୋଜିତ ହୋଇଛି। ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ର। ଏଥିରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଆଲୋଚନାଚକ୍ର ପୂର୍ବ ଭାରତର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି ଦିଗରେ ଆମର ସାମୂହିକ ପ୍ରୟାସର ଏକ ଅଂଶବିଶେଷ। ପୂର୍ବୋଦୟ ମିଶନର ସବୁଠାରୁ ବଡ଼ ଲାଭାର୍ଥୀ ବନିଛି ଓଡ଼ିଶା।
ମିଶନ ପୂର୍ବୋଦୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ଦୃଷ୍ଟିକୋଣ ସୃଷ୍ଟି କରୁଛି ନୂତନ ସୁଯୋଗ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ‘ଆକ୍ଟ ଇଷ୍ଟ’ ନୀତିର ଯୁଗ ଆରମ୍ଭ ହୋଇଛି। ଯୋଗାଯୋଗ ମୋଦି ସରକାରଙ୍କ ବୈଦେଶିକ ନୀତିର ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। “ପୂର୍ବୋଦୟ” କେବଳ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର ଏକତ୍ରୀକରଣ ନୁହେଁ, ବରଂ ଏଥିରେ ନଦୀ ଓ ସମୁଦ୍ର ନେଟୱର୍କକୁ ଉପଯୋଗ କରି ଏହି ରାଜ୍ୟଗୁଡ଼ିକୁ ଦକ୍ଷିଣ ଏସିଆ ସହ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି।
ଆମର ଗୌରବମୟ ବାଲିଯାତ୍ରା ହେଉଛି ଯୋଗାଯୋଗର ପ୍ରତୀକ। ଆମେ ଯେତେବେଳେ ବାଲିଯାତ୍ରା ପାଳନ କରୁଛେ ଏକବିଂଶ ଶତାବ୍ଦୀରେ ନିଜର ବିଚାର ଆଧାରରେ ପୃଥିବୀର ନେତୃତ୍ବ ନେବାର କ୍ଷମତା ଆମ ପାଖରେ ଅଛି। ଆଞ୍ଚଳିକ ସ୍ତରରେ ଯୋଗାଯୋଗ ସ୍ଥାପନ ବିଶ୍ବ ଅର୍ଥନୀତିରେ ପ୍ରଭାବ ପକାଇବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷ ମନ୍ତ୍ରୀ। ସେମିନାରରେ ଯୋଗଦେଇ ବୈଦେଶିକ ବ୍ୟାପାର ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୂରଲିଧରଣ କହିଛନ୍ତି ଯେ ଏହି ସମ୍ମିଳନୀ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବ ସମୂହ ଅଞ୍ଚଳର ବିକାଶ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଷ୍ଟୋନ ହେବ।
ଏହି ଆଲୋଚନାଚକ୍ରରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଉତ୍ତର ପୂର୍ବ ଓ ପୂର୍ବାଞ୍ଚଳ ରାଜ୍ୟ ସମୂହରେ ନିଯୁକ୍ତି ସୁଯୋଗକୁ ତ୍ବରାନ୍ବିତ କରିବା ପାଇଁ ଏନଏସଡିସି, ବ୍ଲିନକିଟ୍, ଅପନା ଓ କ୍ୟୁଇଜ୍ କ୍ରପ୍ ମଧ୍ୟରେ ପୃଥକ ପୃଥକ ତିନୋଟି ଏମଓୟୁ ସ୍ବାକ୍ଷରିତ ହୋଇଛଇ। ସେମିନାରର ପ୍ରଥମ ଅଧିବେଶନରେ ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୌରଭ କୁମାର, ବାଂଲାଦେଶର ହାଇକମିଶନର ମୁସ୍ତାଫିଜୁର ରେହମାନ, ବୈଦେଶିକ ମନ୍ତ୍ରଣାଳୟର ସଚିବ(ଇଷ୍ଟ) ସୌରଭ କୁମାର, ବୈଜ୍ଞାନିକ ପଦ୍ମବିଭୂଷଣ ଡକ୍ଟର ଅନିଲ କାକୋଡକର, ସିଆଇଆଇର ସଭାପତି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: