Videos
|
Odisha

ପୁରା ଦେଶ ତୁଳନାରେ ଓଡ଼ିଶାରେ ଅଧିକ ବଜ୍ରପାତ ଜନିତ ମୃତ୍ୟୁ

Ritu Das
Browse all articles by Ritu Das
·1 year ago·1 min read
ପୁରା ଦେଶ ତୁଳନାରେ ଓଡ଼ିଶାରେ ଅଧିକ ବଜ୍ରପାତ ଜନିତ ମୃତ୍ୟୁ

ଅର୍ଗସ ବ୍ୟୁରୋ: ପୁରା ଦେଶ ତୁଳନାରେ ଓଡ଼ିଶାରେ ଅଧିକ ବଜ୍ରପାତ ଜନିତ ମୃତ୍ୟୁ। ଏହାକୁ କମ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ରାଜ୍ୟସାରା 20 ଲକ୍ଷ ତାଳ ଗଛ ଲଗାଇବେ ରାଜ୍ୟ ସରକାର। ସୂଚନା ଦେଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଜଙ୍ଗଲ ବିଭାଗ ଦ୍ବାରା ରାଜ୍ୟର ସମ୍ବେଦନଶୀଳ ସ୍ଥାନରେ ଲଗାଯିବ 20 ଲକ୍ଷ ତାଳ ଗଛ। 20 ଲକ୍ଷରୁ ଆରମ୍ଭ ଯେତେ ଆବଶ୍ୟକ ହେବ ସେତେ ଗଛ ଲଗାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। 
ସ୍କୁଲରେ ୟାର୍ଥିଂ ନଥିବାରୁ ଏହା ଏକ ସମ୍ବେଦନଶୀଳ ସ୍ଥାନ ପରିଣତ ହୋଇଛି। ବଜ୍ରାଘାତ କାରଣରୁ ଦୁଇ ତିନି ଛାତ୍ରଛାତ୍ରୀ ଜୀବନ ହାରିଛନ୍ତି।

ଛାତ୍ରଛାତ୍ରୀଙ୍କ ଜୀବନ ସୁରକ୍ଷିତ କରିବାକୁ ଗୁରୁତ୍ବ ଦିଆଯାଉଥିବା ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେପଟେ ରାଜ୍ୟରେ ବଜ୍ରପାତଜିତ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବଜ୍ରାଘାତରେ ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha has more | Argus News