Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ

Odisha

ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ

Manini Pattanayak
Browse all articles by Manini Pattanayak
·1 year ago·2 min read
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ

ଭୁବନେଶ୍ୱର:  ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ- ସୁଭଦ୍ରା ଏକ ଯୋଜନା ନୁହେଁ, ଅସ୍ମିତା । ଫର୍ମ ପାଇଁ ଭିଡ଼ ନ କରିବାକୁ ଆହ୍ବାନ କଲେ ଉପମୁଖ୍ୟମନ୍ତ୍ରୀ  ।  ରାଜ୍ୟ ରେ ଗଡିଲା ସୁଭଦ୍ରା ରଥ। ପଞ୍ଚାୟତ ରୁ ବ୍ଲକ ବୁଲିବ..ଲୋକ ଙ୍କୁ ସଚେତନ କରିବ.. ଭୁବନେଶ୍ବର ଲୋୟର ପି ଏମ ଜି ରେ ଆଜି ସୁଭଦ୍ରା ରଥ କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ସୁଭଦ୍ରା ଫର୍ମ କେଉଁଠି ମିଳିବ, ଏହାକୁ ମହିଳା ମାନେ କେମିତି ଆବେଦନ କରିବେ ଓ ଏହା ଏକ ନିଃଶୁଳ୍କ ପ୍ରକ୍ରିୟା ବୋଲି ରଥ ରେ ଲାଗିଥିବା ଏଲ ଇ ଡି ସ୍କ୍ରିନ ଜରିଆରେ ମହିଳା ଙ୍କୁ ସଚେତନ କରାଯିବ । ପ୍ରତି ବ୍ଲକ, ପଂଚାୟତ, ଗାଁ ଓ ସାହି ରେ ବୁଲିବ ଏହି ରଥ । ସୁଭଦ୍ରା ରଥ ଉଦଘାଟନ କରିବା ଅବସର ରେ ସୁଭଦ୍ରା ଏକ ଯୋଜନା ନୁହେଁ  ଅସ୍ମିତା ର ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଓଡ଼ିଶା ଇତିହାସର ସୁଭଦ୍ରା ଏମିତି ଗୋଟିଏ ଯୋଜନା ଯେଉଁଥିରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ ହେବେ। ଆଉ ଏଥିପାଇଁ ଅନେକ ସ୍ଥାନରୁ ଆଜି ଗଡିଛି ସୁଭଦ୍ରା ରଥ ।   ମାଲକାନଗିରି, ନୟାଗଡ଼ ଜିଲ୍ଲା ରେ ସ୍ଥାନୀୟ ଜିଲ୍ଲାପାଳ ଆଜି ସୁଭଦ୍ରା ରଥ ର ଉଦଘାଟନ କରିଥିବା ବେଳେ ସୁବର୍ଣ୍ଣପୁର ରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ରାୟଗଡା ରେ ମନ୍ତ୍ରୀ ବିଭୁତି ଜେନା ସୁଭଦ୍ରା ରଥର ଶୁଭାରମ୍ଭ କରିଛନ୍ତି। 

 ସୁଭଦ୍ରା ଫର୍ମ ବଣ୍ଟନ ରେ ଅନିୟମିତତା ହୋଇଥିବା ଅଭିଯୋଗ ରେ ବାଲେଶ୍ୱର ବାଲିଆପାଳ ରେ ଜଣେ ଅଙ୍ଗନବାଡି  ଦିଦି ଙ୍କ ଉପରେ ଆକ୍ସନ ନେଇ ଗୋଟିଏ ମାସ ର ଦରମା ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଏହାରି ଭିତରେ ଭୁବନେଶ୍ବର ମେୟର ସୁଭଦ୍ରା ଯୋଜନା ରେ ମହିଳା ଙ୍କ ଆତ୍ମ ନିର୍ଭର ଶୀଳତା ନେଇ ପ୍ରଶ୍ନ ଉଠାଇ ଥିବା ବେଳେ ବିଜେଡି କୁ କାଉଣ୍ଟର କରିବା ସହ ଫର୍ମ ପାଇଁ ଭିଡ ନଜମାଇବା ଲାଗି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।  ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Education Next Season 5
Sponsored
Odisha has the largest number of women beneficiaries in a single scheme in its history | Argus News