Argus Odisha Health Connect / 'ଅର୍ଗସ୍ ଓଡ଼ିଶା ହେଲ୍ଥ କନେକ୍ଟ ସିଜନ-୫'; ସ୍ଵାସ୍ଥ୍ୟ ସଚେତନତାର ଆବଶ୍ୟକତା ଉପରେ ଫୋକସ୍
·1 hour ago·2 min read

Key Points
ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗର କାୟାକଳ୍ପ ବଦଳାଇବାକୁ ସରକାର ଚେଷ୍ଟା କରିଛନ୍ତି । ବଜେଟରେ ସ୍ଵାସ୍ଥ୍ୟ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆୟୁର୍ବେଦିକ ଚିକିତ୍ସା ସେବା କ୍ଷେତ୍ରର ବିକାଶ ପାଇଁ ବି ବ୍ୟାପକ ଯୋଜନା ହୋଇଛି ।
ଭୁବନେଶ୍ଵର: ଅର୍ଗସ ନ୍ୟୁଜ୍ ପକ୍ଷରୁ 'ଓଡ଼ିଶା ହେଲ୍ଥ କନେକ୍ଟ-୫' ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । 'ଅର୍ଗସ ଓଡ଼ିଶା ହେଲ୍ଥ କନେକ୍ଟ' ଭଳି ନିଆରା ପ୍ରୟାସ ପାଇଁ ଅର୍ଗସ ନ୍ୟୁଜକୁ ଧନ୍ୟବାଦ ଜଣାଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ସ୍ଵାସ୍ଥ୍ୟ ଶିକ୍ଷା, ସ୍ଵାସ୍ଥ୍ୟ ସେବା, ସଚେତନତା ଏବଂ ସ୍ଵାସ୍ଥ୍ୟ ସୁବିଧା ନେଇ ମତ ରଖିଛନ୍ତି ମନ୍ତ୍ରୀ ।
ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଆହ୍ଵାନ
'ଅର୍ଗସ୍ ଓଡ଼ିଶା ହେଲ୍ଥ କନେକ୍ଟ ସିଜନ-୫'ରେ ଓଡ଼ିଶାର ସ୍ଵାସ୍ଥ୍ୟ ବ୍ୟବସ୍ଥାରେ ବିକାଶ ପାଇଁ ମତାମତ ଦେବାକୁ ଆହ୍ଵାନ ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି ଯେ, "ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗର କାୟାକଳ୍ପ ବଦଳାଇବାକୁ ସରକାର ଚେଷ୍ଟା କରିଛନ୍ତି । ବଜେଟରେ ସ୍ଵାସ୍ଥ୍ୟ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆୟୁର୍ବେଦିକ ଚିକିତ୍ସା ସେବା କ୍ଷେତ୍ରର ବିକାଶ ପାଇଁ ବି ବ୍ୟାପକ ଯୋଜନା ହୋଇଛି । ରୋଗୀ ସେବା ପାଇଁ ୬୦୦ରୁ ଅଧିକ ନୂଆ ଆମ୍ବୁଲାନ୍ସ କିଣାଯାଇଛି । ଓଡ଼ିଶାରେ ମାଆ ଓ ଶିଶୁ ମୃତ୍ୟୁହାର କମିଛି ।"
ଏଥିସହ ପଢ଼ନ୍ତୁ: ତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା; ୮ ଓଡ଼ିଆ ମଧ୍ୟପ୍ରଦେଶରେ ମୃତ, ନାଳରେ ଭାସିଗଲା କାର୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
'ଅର୍ଗସ୍ ଓଡ଼ିଶା ହେଲ୍ଥ କନେକ୍ଟ ସିଜନ-୫'ରେ ଡାବର ଇଣ୍ଡିଆର ଅନୁସନ୍ଧାନ ଓ ଗବେଷଣା ମୁଖ୍ୟ ଡ. ବୈଦ୍ୟନାଥ ମିଶ୍ର ସାମିଲ ହୋଇ ପାରମ୍ପରିକ ଔଷଧ ଚିକିତ୍ସା ଦିଗରେ ନିଜ ଅଭିଜ୍ଞତା ବାଢ଼ିଛନ୍ତି । ବର୍ତ୍ତମାନ ଓଡ଼ିଶାରେ ଆଧୁନିକ ସ୍ଵାସ୍ଥ୍ୟ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିଛି । ଲୋକଙ୍କୁ ସେବା ଦେଉଥିବା ସେବକଙ୍କୁ ବି ଉତ୍ତମ ସେବା କେମିତି ଯୋଗାଇ ଦିଆଯାଇପାରିବ ସେ ଦିଗରେ ମଧ୍ୟ ପରାମର୍ଶ ଦେଇଛନ୍ତି ଡ. ବୈଦ୍ୟନାଥ ମିଶ୍ର ।
'ଅର୍ଗସ୍ ଓଡ଼ିଶା ହେଲ୍ଥ କନେକ୍ଟ ସିଜନ-୫'ରେ ସାମିଲ ହୋଇଛନ୍ତି ନୀତି ଆୟୋଗର ଯୁଗ୍ମ ସଚିବ ଡ. କମଳାକାନ୍ତ ତ୍ରିପାଠୀ । ସେ କହିଛନ୍ତି, "ବଡ଼ ବଡ଼ ବିଲ୍ଡିଂ ହସ୍ପିଟାଲର ବ୍ୟବସ୍ଥା ନୁହେଁ । କେତେ ଡାକ୍ତର, କେତେ ନର୍ସ ଅଛନ୍ତି ଏବଂ ରୋଗୀ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆମେ କେତେ ପ୍ରସ୍ତୁତ ତାହା ହିଁ ସୁଦୃଢ ସ୍ଵାସ୍ଥ୍ୟ ବ୍ୟବସ୍ଥା । ଆନିମିଆ ମୁକ୍ତ ଓଡ଼ିଶା ଗଠନ ପାଇଁ ଏବଂ ମାନସିକ ସ୍ଵାସ୍ଥ୍ୟ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ ।"
ଏହି ଅବସରରେ "ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ସ୍ଥିତି କ’ଣ" ? ଏବଂ "ସୁଗନ୍ଧର ଗୁଞ୍ଜନ" ଦୁଇଟି ବିଷୟ ବସ୍ତୁ ଉପରେ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରାଯାଇଛି । କାର୍ଯ୍ୟକ୍ରମରେ ଅର୍ଗସ୍ ନ୍ୟୁଜ୍ର ସିଇଓ ପ୍ରକାଶ ସାହୁ ଉପସ୍ଥିତ ରହିଥିଲେ । ଅର୍ଗସ୍ ନ୍ୟୁଜ୍ର ସମ୍ପାଦକ ଶିଶିର ଭଟ୍ଟମିଶ୍ର ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଅର୍ଗସ୍ ନ୍ୟୁଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ ।

Related Topics
Explore more stories