Videos
|
Odisha

CDMOs On High Alert / ବନ୍ୟା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା, CDMOଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

Bikash Mohanty
Browse all articles by Bikash Mohanty
·2 hours ago·4 min read
ବନ୍ୟା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା, CDMOଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
Anti Snake Venom

Key Points

ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆକ୍ସନରେ ସରକାର
CDMOଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
ଆଣ୍ଟି ସ୍ନେକ ଭେନମ୍ ରଖିବାକୁ ନିର୍ଦ୍ଦେଶ
ସ୍ୱାସ୍ଥ୍ୟ ବିଭାଗର  ସମୀକ୍ଷା ବୈଠକରେ ନିର୍ଦ୍ଦେଶ

ଭୁବନେଶ୍ବର,୨୯/୦୭: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆକ୍ସନରେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଦେଶକ ଓ ସିଡିଏମଙ୍କ ସହିତ ଅନୁଷ୍ଠିତ ହୋଇଯାଇଛି ସମୀକ୍ଷା ବୈଠକ। ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ସମସ୍ତ ସିଡିଏମଓମାନଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଏହି କଠିନ ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯିବାକୁ ମଧ୍ୟ କୁହାଯାଇଛି । ସେହିପରି ବନ୍ୟା ସମୟରେ ସାପ କାମୁଡ଼ାର ଭୟ ମଧ୍ୟ ରହିଛି । ସେଥିପାଇଁ ସମସ୍ତ ମେଡିକାଲ ସାପ କାମୁଡ଼ା ପାଇଁ ଆଣ୍ଟି ସ୍ନେକ ଭେନମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଉତ୍ତର ଓଡ଼ିଶା ବନ୍ୟା ସ୍ଥିତି ଜଟିଳ ରହିଛି । ତେଣୁ ଉତ୍ତର ଓଡ଼ିଶାର ସମସ୍ତ ମେଡିକାଲ କଲେଜକୁ ଆଲର୍ଟରେ ରଖାଯାଇଛି । ଆବଶ୍ୟକ ପଡିଲେ ସେହି ମେଡିକାଲ ଟିମ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ତେଣୁ କୋଭିଡ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । କୋଭିଡ ସତର୍କତା ଦୃଷ୍ଟିରେ ରଖିଛୁ । ରାଜ୍ୟ ସରକାରଙ୍କ ଯାହା ଗାଇଡଲାଇନ ଆସିବ, ତାହାକୁ ଆମେ ପାଳନ କରିବାକୁ ।
ଉତ୍ତର ଓଡ଼ିଶାରେ ବନ୍ୟାର ବିଭୀଷିକା । ବନ୍ୟା ପ୍ରଭାବରେ ଏବେ ସୁଦ୍ଧା ୨ ଲକ୍ଷ ୩୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟା ଯୋଗୁଁ ଉତ୍ତର ଓଡ଼ିଶାର ୪୪ଟି ବ୍ଲକ ଅଧୀନରେ ଥିବା ୨୩୩ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଜୋରଦାର ଅଭିଯାନ ଚାଲିଛି । ଏପର୍ଯ୍ୟନ୍ତ ୨୭ ହଜାର ୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ବନ୍ୟାରେ ୪ ଜଣଙ୍କ ଜୀବନ ଯାଇଛି

ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଚାଷୀଙ୍କ ଉପରେ ମଧ୍ୟ ବଡ଼ ଆଘାତ ଲାଗିଛି। ବନ୍ୟା ପାଣିରେ ପ୍ରାୟ ୭ ହଜାର ୯୦୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । କେବଳ ଚାଷ ନୁହେଁ, ବନ୍ୟାରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ୭୬୧ଟି କଚା ଘର ଭାଙ୍ଗିଥିବା ରିପୋର୍ଟ ମିଳିଛି । ବନ୍ୟା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ଉଦ୍ଧାର କାର୍ଯ୍ୟ ସହ ରିଲିଫ୍ ଓ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଜାରି ରହିଛି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ପଦକ୍ଷେପ ନିଆଯାଉଛି।

ସେପଟେ କ୍ରମାଗତ ଭାବେ ବଢ଼ୁଛି ଝାଡ଼ଖଣ୍ଡର ଗାଲୁଡ଼ିହ ବ୍ୟାରେଜରେ ଜଳସ୍ତର । ବୁଧବାର ସକାଳ ୮ଟା ସୁଦ୍ଧା ବ୍ୟାରେଜର ୫ଟି ସ୍ପିଲୱେ ଗେଟ୍ ଖୋଲାଯାଇଛି । ବ୍ୟାରେଜର ଜଳସ୍ତର ୯୨.୮୦ ମିଟରରେ ପହଞ୍ଚିଥିବା ବେଳେ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଖୋଲାଯାଇଥିବା ୫ଟି ସ୍ପିଲୱେ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୧୬୪୫.୭୬ କ୍ୟୁମେକ୍ସ ପାଣି ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ ହେଉଛି । ଏହା ବ୍ୟତୀତ ଜିଆରଏମସି (GRMC) କେନାଲର ୩ଟି ଗେଟ୍ ପ୍ରତ୍ୟେକ ୧.୬୦ ମିଟର ଖୋଲା ରହିଥିବା ବେଳେ ସେଥି ମଧ୍ୟ ଦେଇ ୭୨.୩୬ କ୍ୟୁମେକ୍ସ ପାଣି ଛଡ଼ାଯାଉଛି। ଅନ୍ୟପକ୍ଷରେ ଜିଏଲଏମସି (GLMC)କେନାଲକୁ କୌଣସି ପାଣି ଛଡ଼ାଯାଉନାହିଁ। ଗାଲୁଡ଼ିହ ବ୍ୟାରେଜରୁ ବିପୁଳ ପରିମାଣରେ ଜଳ ନିଷ୍କାସନ ହେଉଥିବାରୁ ସୁବର୍ଣ୍ଣରେଖା ନଦୀର ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ପଢନ୍ତୁ ଏହି ଖବର: ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଜାରି ହୋଇଛି ଆଲର୍ଟ, ଆଜି ଆଠଟି ଜିଲ୍ଲାରେ ସ୍କୁଲ ଛୁଟି

ବୈତରଣୀ ବନ୍ୟା ପ୍ରଭାବ ଧାମନଗର ବ୍ଲକ ଗୌରାଙ୍ଗପୁର ଓ ମଲିମାହାରା ଦେଇ ବନ୍ୟା ପ୍ରବେଶ ଫଳରେ ଧାମନଗରରୁ ଦୋବଲ ଦେଇ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ଉପରେ ୫ ଫୁଟ ଉପରେ ବନ୍ୟାପାଣି ପ୍ରଭାବିତ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବୈତରଣୀ ଶାଖ ଗେଙ୍ଗୁଟି ନଦୀ ଦୋବଲ ପୋଲ ବୁଡି ଯିବା ଖଡିପଦା, କରଦା, ସୋଡ଼ା , ଆନନ୍ଦ ପୁର, ଦଳାଙ୍ଗା ପଞ୍ଚାୟତ ବର୍ତମାନ ସୁଦ୍ଧା ୨୦ ଅଧିକ ଗାଁ ଜଳବନ୍ଦୀ। ଆଖୁଆପଦା ଠାରେ ବିପଦ ସଙ୍କେତର ବହୁ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ବିପଦ ସଙ୍କେତ 18.33 ମିଟର ଥିବା ବେଳେ, ସକାଳ ସୁଦ୍ଧା 20.26 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। କଣ୍ଟିଘାଇ ଦେଇ ଜନବସତି ଆଡକୁ ବନ୍ୟାଜଳ ପ୍ରବେଶ କରିବା ସହ ଭଦ୍ରକ-ଯାଜପୁର ଯୋଗାଯୋଗ ବିଛିନ୍ନ. ଧାମନଗର ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ବହୁ ଗାଁ ଜଳମଗ୍ନ ହୋଇଛି

ଲଗାଣ ବର୍ଷାରେ ବେହାଲ ସୋର ବ୍ଲକ ଏବଂ ପୌରପାଳିକା । ସୋର ବ୍ଲକର ତେଣ୍ଟେଇ, ଅନନ୍ତପୁର, ପାଖର, କେଦାରପୁର, ତଳନଗର, ସବିରା, ଦହିସଡ ପଂଚାୟର ବିଭିନ୍ନ ଗାଁ ଏବେ ଜଳମଗ୍ନ । ଯୁଆଡେ ଚାହିଁବ ପାଣି, ଘର ଭିତରେ ପାଣି ପଶିଯିବାରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି । ଦହିସଡା ପଞ୍ଚାୟତ ଜଗନ୍ନାଥପୁର ଗାଁ ର ଘର ଭିତରେ ଲହଡ଼ି ମାରୁଛି ପାଣି। ଘରେ ପାଣି ପଶି ଅସବାବପତ୍ର ନଷ୍ଟ ହୋଇଛି। ସେହି ପରି ତେଣ୍ଟେଇ ଏବଂ ତଳନଗରରେ ବନ୍ୟା ଜଳ ଧୀରେ ଧୀରେ ବଢୁଛି ।

ନୀଳଗିରି କାଂଶ ପଞ୍ଚାୟତ କୋଲ୍ହାପାଳ ଗାଁରୁ ଉଦ୍ଧାର ହେଲେ ଜଳବନ୍ଦୀ ଲୋକେ। ସୋନଡ୍ୟାମ ଓ କାଳଡ୍ୟାମ ପାଣି ଆସି ଯିବାରୁ ସୋନନଦୀରେ ଫସିଯାଇଥିଲେ । ନଦୀ ଫୁଲି ମିତ୍ରପୁର-ଉଦଳା ରାସ୍ତା ଉପରେ ଚାଲୁଛି ପାଣି । ଫଳରେ ଖସାପଡ଼ିଆ, ଜୁଣକୋଇଲି, ବାଡ଼ିଆ, କାଠପାଳ, ସିଙ୍ଗିରି, ବେଗୁନିଆ, ତୁଟାପଡା, କରଞ୍ଜିଆ, କୋଲ୍ହାପାଳ ଗାଁର ଲୋକେ ଜଳବନ୍ଦୀ । ରିଲିଫ ଟିମ ପକ୍ଷରୁ ବୋଟ ମାଧ୍ୟମରେ କୋଲ୍ହାପାଳ ଗାଁ ରୁ ଲୋକଙ୍କୁ ଉଦ୍ଧାର କରାଯାଇଛି । ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନୀଳଗିରି ଉପଖଣ୍ଡରେ ୫ ହଜାର ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ତା କରାଯାଇଥିବା ସୂଚନା ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ।

ଲଗାଣ ବର୍ଷା ଯୋଗୁଁ ଶୁଆକାଠି–ବାଂଶପାଳ ମୁଖ୍ୟ ରାସ୍ତାରେ ବୈତରଣୀ ନଦୀ ଉପରେ ପାଞ୍ଚ ଫୁଟ୍ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଏହା ବିଚ୍ଛିନ୍ନ ହୋଇ ବର୍ତ୍ତମାନ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ରହିଛି। ଘଟଣା ସ୍ଥଳରେ ବାଂଶପାଳ ତହସିଲଦାର ଓ ନୟାକୋଟ ଥାନା ଅଧିକାରୀ ପହଞ୍ଚି ସୁରକ୍ଷା ଦୃଷ୍ଟିରୁ ରାସ୍ତାକୁ ବନ୍ଦ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଆଜି ଦିନରେ ପ୍ରବଳ ସ୍ରୋତରେ ଦୁଇଟି ମୋଟରସାଇକେଲ ଭାସିଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ତତ୍ପରତାରେ ସେଗୁଡ଼ିକୁ ଉଦ୍ଧାର କରିଥିଲେ । ପ୍ରକାଶ ଯେ ଉକ୍ତ ରାସ୍ତାଟି ବାଂଶପାଳ ବ୍ଳକର ଶୁଆକାଠି ଦୂବୁନା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଉକ୍ତ ରାସ୍ତାରେ ରାଉରକେଲାକୁ ମଧ୍ୟ ଶହ ଶହ ଗାଡ଼ି ଯିବା ଆସିବା କରିଥାଏ। ଏହି ପାଣି ପ୍ରବାହିତ ହେବା ଫଳରେ ବର୍ତ୍ତମାନ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବୈତରଣୀ ନଦୀ ଜୟନ୍ତରାରେ ନଦୀ ବନ୍ଦ ଭାଙ୍ଗିଯିବାରୁ ଲୋକଙ୍କ ଘରେ ପାଣି ପଶିଚି l ପାଖା ପାଖି 100 ରୁ ଉର୍ଦ୍ଧ ଲୋକଙ୍କ ଘରେ ପାଣି ପଶିଥିବା ସୂଚନା l ବୈତରଣୀ ଏବଂ କାଣୀ ନଦୀର ଦୁର୍ବଳ ସ୍ଥାନ ଖାଲୁଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପୂର୍ବତନ ଜିଲ୍ଲାପାଳ ତଥା ଅବକାରୀ କମିଶନର ପି ଅନ୍ଵେଷା ରେଡ଼ିଙ୍କୁ ବନ୍ୟା ମୁକାବିଲା ପାଇଁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀମତୀ ରେଡ୍ଡୀ କସପା ପାଞ୍ଚାୟତ ପଞ୍ଚପଡା, ବ୍ରାହ୍ମଚାରୀ ପାଟଣା ଆଶ୍ରୟ ସ୍ଥଳୀ ବୁଲିଦେଖିଛନ୍ତି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: