Heat Wave In Odisha / ତାତିରୁ ତ୍ରାହି ନାହିଁ: ଆଜିଠୁ ଆହୁରି ବଢ଼ିବ ତାତି, ଆଗାମୀ ୫ ଦିନ ଯାଏଁ ହିଟ୍ୱେଭ ଆଲର୍ଟ ଜାରି
·3 months ago·3 min read

Key Points
ଆଜିଠୁ ଆହୁରି ବଢ଼ିବ ତାତି
ଆଗାମୀ ୫ଦିନ ଲାଗି ହିଟ ୱେଭ ଆଲର୍ଟ ଜାରି
ମେ ୨୬ ବେଳକୁ କାଳ ବୈଶାଖୀ ସମ୍ଭାବନା
ଆଗାମୀ ୫ଦିନ ଲାଗି ହିଟ ୱେଭ ଆଲର୍ଟ ଜାରି
ମେ ୨୬ ବେଳକୁ କାଳ ବୈଶାଖୀ ସମ୍ଭାବନା
ଭୁବନେଶ୍ବର,୨୨/୦୫: ଆଜିଠୁ ଆହୁରି ବଢ଼ିବ ତାତି। ଆଗାମୀ ୫ଦିନ ଲାଗି ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ । ଏବେ ଗ୍ରୀଷ୍ମ ପ୍ରବାହ ସହିତ ରାତିରେ ଗରମ ଓ ଗୁଳୁଗୁଳି ଲାଗି ରହିଛି । ବଲାଙ୍ଗୀର, ସମ୍ବଲପୁର, ନୟାଗଡ଼ ଓ ଝରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ହିଟ ୱେଭ ଜିଲ୍ଲା ଗୁଡିକ ହେଉଛି ଅନୁଗୁଳ , ବରଗଡ଼,ସୁନ୍ଦରଗଡ଼ ,ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡା, ନୟାଗଡ଼, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ।
ଆଗାମୀ ୫ ଦିନ ଯାଏଁ ପାଗରେ କିଛି ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୨୬/୨୭ ତାରିଖ ବେଳକୁ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲି ରାଜଧାନୀରେ ଦିନକରେ ୫.୪ ଡିଗ୍ରୀ ବଢିଥିଲା ତାତି। ୪୨.୨ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଥିଲା ।
ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ନୟାନ୍ତ କରିଦେବ। ଅନ୍ୟପଟେ ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ କହୁଛି, ଗରମ ଓ ଗୁଳୁଗୁଳି ପ୍ରକୋପ ୨୭ ପର୍ଯ୍ୟନ୍ତ ଛଟପଟ କରିବ । ସେପର୍ଯ୍ୟନ୍ତ ବିଶେଷ ବଡ଼ ଧରଣର ବର୍ଷା କିମ୍ବା ଆଶ୍ୱସ୍ତି ସମ୍ଭାବନା କମ୍ । ହେଲେ ପରବର୍ତ୍ତୀ ସପ୍ତାହ ବେଳକୁ (ମେ’ ୨୯ରୁ ଜୁନ୍ ୪) ରାଜ୍ୟରେ ବର୍ଷା ଆଶ୍ୱସ୍ତି ଆଣିପାରେ । ଆସନ୍ତା ୨୮-୨୯ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର (ଆଣ୍ଡାମାନ ସାଗର) ନିକଟରେ ଏକ ଘୂର୍ଣ୍ଣିବଳୟ/ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ରହିବା ସମ୍ଭାବନା ଅଛି।
ପଢନ୍ତୁ ଏହି ଖବର:ଜଳୁଛି ସାରା ଓଡ଼ିଶା, ଚଳିତ ସିଜିନର ରେକର୍ଡ ଭାଙ୍ଗିଲା ତାତି,ଆଗାମୀ ୪ ଦିନ ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତ କିଛିଦିନ ଧରି ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଓ ମେଘଖଣ୍ଡ ଥିବାରୁ ଦିନ ତାପମାତ୍ରା ନିୟନ୍ତ୍ରିତ ରହୁଥିଲା । ଆଜି ଆକାଶ ନିର୍ମଳ ହେବାରୁ ସୂର୍ଯ୍ୟ କିରଣ ତୀବ୍ରତା ବଢ଼ିଲା । ଆଭ୍ୟନ୍ତରୀଣ ଓଡ଼ିଶାରୁ ଗ୍ରୀଷ୍ମ ପବନ ଉପକୂଳକୁ ଆସିଲା । ଅନ୍ୟପଟେ ସାମୁଦ୍ରିକ ପବନ ନଥିଲା । ତେଣୁ ଭୁବନେଶ୍ୱରରେ ଗୁରୁବାର ‘ଲୁ’ ଭଳି ଗରମ ପବନ ଅନୁଭୂତ ହୋଇଥିଲା । ଅନ୍ୟ ଏକ କାରଣ ହେଲା-ଭର୍ଟିକାଲ ମିକ୍ସିଂ । ଭୂମି ଅତ୍ୟଧିକ ଗରମ ହେଲେ ଉପରସ୍ତରର ଶୁଷ୍କ ଗରମ ପବନ ତଳକୁ ନ ଆସି ସମୁଦ୍ରର ଆର୍ଦ୍ର ପବନକୁ କିଛି ସମୟ ପାଇଁ ଦମନ କରେ । ସେଥିପାଇଁ ଦିନକରେ ତାପମାତ୍ରା ମଧ୍ୟ ୪ରୁ ୬ ଡିଗ୍ରୀ ବଢ଼ିପାରେ ।
ପ୍ରଫେସର ପଶୁପାଳକ କହିଛନ୍ତି, ଆଗାମୀ ୫ ଦିନରେ ଭୁବନେଶ୍ୱର ତାପମାତ୍ରା ପ୍ରାୟତଃ ୩୬ରୁ ୩୯ ଡିଗ୍ରୀ ରହିପାରେ । କେତେକ ଦିନରେ ପାରଦ ୪୦ ଛୁଇଁପାରେ । କେବେ କେବେ ପଶ୍ଚିମା ତତଲା ପବନ ପ୍ରବାହିତ ହୋଇପାରେ । ରାତିରେ ଗୁଳୁଗୁଳି ଓ ଗରମ ଜାରି ରହିବ । କାଳବୈଶାଖୀ ସମୟରେ ଝଡ଼ ପବନ ହୋଇପାରେ । ଝାରସୁଗୁଡ଼ାରେ ପ୍ରାୟତଃ ତାପମାତ୍ରା ୪୩-୪୫ ଡିଗ୍ରୀ ରହିବ । କେବେ କେବେ ୪୫ ଟପିପାରେ । ଅତ୍ୟନ୍ତ ତତଲା ପବନ ପ୍ରବାହ ଆଉ କିଛିଦିନ ରହିବ । ଆସନ୍ତା କିଛିଦିନ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦ୍ରୀୟ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ।
ପାଣିପାଗ ବିଭାଗ ଚେତାଇ ଦେଇଛି, ଶୁକ୍ରବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୟାଗଡ଼ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅନୁଭୂତ ହୋଇପାରେ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବରଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି । ସମ୍ବଲପୁର ଓ ବଲାଙ୍ଗୀରରେ ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇପାରେ। ବାଲେଶ୍ୱର, ଜଗତସିଂହପୁର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇପାରେ । ଏଭଳି ସ୍ଥିତି ୨୫ ଯାଏଁ ରହିବ । ଅନ୍ୟପଟେ ପ୍ରତିଦିନ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ।

Related Topics
Explore more stories