School Closed / ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ଏହି ଜିଲ୍ଲାରେ ଶିଶୁବାଟିକାରୁ କଲେଜ ସବୁ ବନ୍ଦ
·4 months ago·2 min read

Key Points
ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ
ଅଂଶୁଘାତରୁ ବର୍ତ୍ତିବା ପାଇଁ ସ୍କୁଲ, କଲେଜ ବନ୍ଦ
ଅଂଶୁଘାତରୁ ବର୍ତ୍ତିବା ପାଇଁ ସ୍କୁଲ, କଲେଜ ବନ୍ଦ
ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ତାତି । ପୂର୍ବାହ୍ନ ୧୧ଟାରୁ ବଢୁଛି ଖରା । ଘରୁ ବାହାରିବା ଏବେଠୁ ଅସମ୍ଭାଳ ହେଲାଣି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲ୍ଲାରେ ଆସନ୍ତା ୨୩ ତାରିଖ ଯାଏଁ ଶିଶୁବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଦେବଗଡ ଜିଲ୍ଲାପାଳ କବିନ୍ଦ୍ର ସାହୁଙ୍କ ନିର୍ଦ୍ଦେଶରେ ଏହି ଛୁଟି ଘୋଷଣା କରାଯାଇଛି । ତେବେ ଏହି ନିୟମ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ ହେବ ।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ, କଲେଜ ଓ ବୈଷୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ନିର୍ଦ୍ଧାରିତ ପରୀକ୍ଷା ସକାଳୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖରା ସମୟରେ କୋମଳମତି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ବି ହେଲା ସ୍କୁଲ ଛୁଟି । ଗ୍ରୀଷ୍ମ ପ୍ରବାହକୁ ନଜର ରଖି ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସ୍କୁଲ ଓ ଅଙ୍ଗନବାଡି ୨୦ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।

- ଏହି ସବୁ ଜିଲ୍ଲାରେ ଛୁଟି ଘୋଷଣା
ଖୋର୍ଦ୍ଧା ଜିଲ୍ଲାରେ ବି ହେଲା ସ୍କୁଲ ଛୁଟି । ଗ୍ରୀଷ୍ମ ପ୍ରବାହକୁ ନଜର ରଖି ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସ୍କୁଲ ଓ ଅଙ୍ଗନବାଡି ୨୦ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ଓ ସୁବର୍ଣ୍ଣପୁର ଏହି ୪ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଛୁଟି । ବଲାଙ୍ଗିର, କଳାହାଣ୍ଡିରେ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଆଉ ସୁବର୍ଣ୍ଣପୁର ଓ ବୌଦ୍ଧରେ ବି ୨୨ ଯାଏଁ ସ୍କୁଲ, କଲେଜ ଛୁଟି । ନୟାଗଡ଼, ଝାରସୁଗୁଡ଼ା, ଦେବଗଡ଼ ଜିଲ୍ଲାରେ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି କରାଯାଇଛି ।
- ଆହୁରି ବଢିବ ତାତି
Related Topics
Explore more stories