Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Early School Holidays / ଆଗୁଆ ହେବ ଖରା ଛୁଟି, ୨ ଦିନ ମଧ୍ୟରେ ବଡ଼ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଆଗୁଆ ହେବ ଖରା ଛୁଟି, ୨ ଦିନ ମଧ୍ୟରେ ବଡ଼ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ
School Closed

Key Points

ଆଗୁଆ ହେବ ଖରା ଛୁଟି
ଦିନେ ଦୁଇ ଦିନରେ ନିଆଯିବ ନିଷ୍ପତ୍ତି
ଆଗୁଆ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିକଟକୁ ପ୍ରସ୍ତାବ ଯାଇଛି
ଆଗୁଆ ହେବ ଖରା ଛୁଟି । ଦିନେ କିମ୍ବା ଦୁଇ ଦିନରେ ନିଆଯିବ ନିଷ୍ପତ୍ତି । ରାଜସ୍ବ ବିଭାଗ ଏବଂ ଗଣଶିକ୍ଷା ବିଭାଗ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ଯାଇଛି । ଚଳିତ ଥର ଖରା ଛୁଟି ଆଗୁଆ ହୋଇପାରେ । ଗଣଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଏସଆରସିଙ୍କ ମିଳିତ ବୈଠକ ପରେ ଆଗୁଆ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିକଟକୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେଇପାରନ୍ତି । ଅଙ୍ଗନବାଡି ବନ୍ଦ ହେଲେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ସେପଟେ ଆସନ୍ତା ୪ ଦିନ ଯାଏ ସ୍ଥିତି ବଦଳିବ ନାହିଁ । ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ରୌଦ୍ରତାପ । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ସ୍ଥିତି ବଦଳିବ ନାହିଁ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି । ଉପକୂଳ ଓଡ଼ିଶାରେ ୪୧ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ପ୍ରବଳ ତାତି ଅନୁଭୂତ ହେଉଛି । ଗତକାଲି ଝାରସୁଗୁଡ଼ାରେ ଦିନ ୨ଟା ୩୦ ସୁଦ୍ଧା ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀରେ ପାରଦ ୪୧ ଡିଗ୍ରୀ ଛୁଇଁଥିଲା ।

ତେବେ ଆଗକୁ ଖରାର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶା ବି ବର୍ତ୍ତିବ ନାହିଁ । ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଢେଙ୍କାନାଳ ଦଶମ ଉତ୍ତପ୍ତ ସହର ଓ ଅନୁଗୁଳ ୧୨ତମ ସ୍ଥାନରେ ରହିଥିଲା । ପାଣିପାଗ ବିଭାଗ ସତର୍କ କରାଇଛି ଆଗକୁ ବି ଏହି ଅସହ୍ୟ ତାତିରୁ ନିସ୍ତାର ମିଳିବାର ଆଶା କ୍ଷୀଣ ।

ସେପଟେ ରାଜଧାନୀରେ ପାରଦ ୪୨ ଡିଗ୍ରୀ ଛୁଇଁଛି । ରାଜଧାନୀ ଭୁବନେଶ୍ୱରରେ ଦିନ ୧ ଟା ୩୦ ସୁଦ୍ଧା ପାରଦ ୪୨ ଡିଗ୍ରୀ ଛୁଇଁ ସାରିଛି । ଗତ କିଛି ଦିନ ହେବ ରାଜଧାନୀର ତାପମାତ୍ରା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଖରା ଯୋଗୁଁ ରାସ୍ତାଘାଟ ଶୂନଶାନ ହୋଇଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Heatwave: Early Summer Vacation Likely, CM to Decide Soon | Argus News