Videos
|
Odisha

Heat Wave / ସାରାରାଜ୍ୟରେ ଗରମ ସାଙ୍ଗକୁ ଗୁଳୁଗୁଳି, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ତାତି

Bikash Mohanty
Browse all articles by Bikash Mohanty
·2 months ago·2 min read
ସାରାରାଜ୍ୟରେ ଗରମ ସାଙ୍ଗକୁ ଗୁଳୁଗୁଳି, ଆସନ୍ତା ୨ ଦିନ ପର୍ଯ୍ୟନ୍ତ  ଜାରି ରହିବ ପ୍ରବଳ ତାତି
Heat wave

Key Points

ସାରାରାଜ୍ୟରେ ଗରମ ସାଙ୍ଗକୁ ଗୁଳୁଗୁଳି
ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବ
୩୧ ତାରିଖ ଯାଏ ରାଜ୍ୟବ୍ୟାପୀ କାଳବୈଶାଖୀ
ପାଣିପାଗ ବିଭାଗର ପୂର୍ବାନୁମାନ
ଭୁବନେଶ୍ବର,୨୭/୦୫: ରାଜ୍ୟରେ ଆଜି ବି ଆକାଶରୁ ନିଆଁବର୍ଷା ଜାରି ରହିଥିଲା। ଉପକୂଳର ଗୁଳୁଗୁଳି ଅଂଶୁଘାତ ସମ୍ଭାବନାକୁ ବଢ଼ାଉଥିଲା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ। ଆଜି ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ବଲାଙ୍ଗୀର ଓ ସମ୍ବଲପୁରର ଉତ୍ତପ୍ତ ରାତି ଜନଜୀବନକୁ ଅସହ୍ୟ ଯନ୍ତ୍ରଣା ଦେଉଥିଲା। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ଠାରେ ୪୪.୫ ଡିଗ୍ରି ରେକର୍ଡ ହୋଇଛି। ସମ୍ବଲପୁରରେ ୪୪.୪ ଡିଗ୍ରି, ଭବାନୀପାଟଣା, ନୂଆପଡ଼ା ଓ ହୀରାକୁଦରେ ୪୪ ଡିଗ୍ରି, ବୌଦ୍ଧ ଓ ସୁବର୍ଣ୍ଣପୁରରେ ୪୩.୮ ଡିଗ୍ରି, ଝାରସୁଗୁଡ଼ାରେ ୪୩.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ରାଜ୍ୟର ୨୦ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି।

ଆସନ୍ତାକାଲି ବୌଦ୍ଧ ଓ ବଲାଙ୍ଗୀରରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଝାରସୁଗୁଡ଼ାରେ ବି ଗ୍ରୀଷ୍ମ ଲହର ପ୍ରବାହିତ ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼ ଜିଲ୍ଲାରେ ବି ଗରମ, ଗୁଳୁଗୁଳି ଜାରି ରହିବ।

ପଢନ୍ତୁ ଏହି ଖବର:ଆହୁରି ୫ ଦିନ ପର୍ଯ୍ୟନ୍ତ ଜଳିବ ଓଡ଼ିଶା, ୫ ଦିନ ପରେ ବର୍ଷା ସମ୍ଭାବନା,ଖରାରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି

ପାଣିପାଗ ବିଭାଗ ଆକଳନ ଅନୁସାରେ ଓଡ଼ିଶାରେ ୨୮ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ । ୨୯ରୁ ମିଳିବ ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ତାତି ଖସିବ । ବୁଧବାର ବୌଦ୍ଧ, ବଲାଙ୍ଗିର, ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସମ୍ବଲପୁର, ସୋନପୁର ଓ ବରଗଡ଼ରେ ଗରମ ସାଙ୍ଗକୁ ଗୁଳୁଗୁଳି ପ୍ରକୋପ ଅସ୍ତବ୍ୟସ୍ତ କରିପାରେ । ଏଭଳି ପାଗ ୨୮ ପର୍ଯ୍ୟନ୍ତ ରହିବ । ଅନ୍ୟପଟେ ବର୍ତ୍ତମାନ ପ୍ରତିଦିନ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ । ବିଶେଷ କରି ଉପକୂଳ, ଉତ୍ତର ଓଡ଼ିଶା, ଦକ୍ଷିଣର କେତେକ ଜାଗାରେ କାଳବୈଶାଖୀ ତାତିରୁ ମୁକ୍ତି ଦେଇପାରେ ।

ଗତକାଲି ରାଜ୍ୟର ୨୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ଥିଲା । ବଡ଼ କଥା ହେଲା, କୌଣସି ସ୍ଥାନରେ ତାତି ୪୫ ଡିଗ୍ରୀ ପାର୍ କରିନଥିଲା, କିମ୍ବା ଛୁଇଁନଥିଲା । ଟିଟିଲାଗଡ଼ ସର୍ବାଧିକ ୪୪.୫, ସମ୍ବଲପୁର ୪୪.୪, ଭବାନୀପାଟଣା ଓ ନୂଆପଡ଼ାରେ ପାରଦ ୪୪ ଡିଗ୍ରୀ ଛୁଇଁଥିବାବେଳେ ବୌଦ୍ଧ ୪୩.୮, ଝାରସୁଗୁଡ଼ା ୪୩.୪, ବଲାଙ୍ଗିର ୪୩.୨ ଥିଲା । ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ଥିଲା । କିନ୍ତୁ, ଆର୍ଦ୍ରତା ପରିମାଣ ଏତେ ଭରି ରହିଥିଲା ଯେ ଦିନ ୨ଟାବେଳେ ୫୭ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଥିଲା । ଛଟପଟ ହୋଇଥିଲେ ଭୁବନେଶ୍ୱରବାସୀ । କେବଳ ଉପକୂଳ ନୁହେଁ, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ହୀରାକୁଦ, ଝାରସୁଗୁଡ଼ାରେ ବି ୫୦ରୁ ୫୪ ଡିଗ୍ରୀ ସେଲସିୟସ୍ ଭଳି ଗରମ ଅନୁଭୂତ ହୋଇଥିଲା । ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ୨୮ରୁ ୩୦ ଡିଗ୍ରୀ ରହୁଛି । ରାତିରେ ବି ତ୍ରାହି ମିଳୁନି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Heat Wave | Odisha Heatwave Alert: Severe Heat for 2 Days, Kalbaisakhi Warning Till 31 May | Argus News