Cricket in Heatwave / ଡହଡହ ଖରାରେ OCA କରୁଛି କ୍ରିକେଟ ମ୍ୟାଚ୍; ଅଘଟଣ ଘଟିଲେ କିଏ ହେବ ଦାୟୀ ?
·5 days ago·2 min read

Key Points
OCA କାହିଁକି ବେଖାତିର୍ କରୁଛି ସରକାରୀ ଗାଇଡଲାଇନ୍ ? ଟାଣ ଖରାରେ ଖେଳାଳିଙ୍କ ଜୀବନ ସହ କେମିତି ହେଉଛି ଖେଳ ?
କଟକ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଟାଣ ଖରାରେ ସିଝୁଛି ସାରା ଓଡ଼ିଶା । ସରକାରୀ ନିୟମ ଅନୁସାରେ ସ୍କୁଲ୍-କଲେଜ ବନ୍ଦ ରହିଥିବା ବେଳେ ସାଧାରଣ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
କିନ୍ତୁ ଏହି କଠିନ ସମୟରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ବା OCA କାହିଁକି ବେଖାତିରି କରୁଛି ସରକାରୀ ଗାଇଡଲାଇନ୍ ? ଟାଣ ଖରାରେ ଖେଳାଳିଙ୍କ ଜୀବନ ସହ କେମିତି ହେଉଛି ଖେଳ ? ଆଉ ଅଂଶୁଘାତ ଭୟ ଥାଉ ଥାଉ କାହିଁକି ଆୟୋଜନ ହେଉଛି ମ୍ୟାଚ୍ ?
ଏଥିସହ ପଢ଼ନ୍ତୁ: ହିଟୱେଭକୁ ନେଇ WHOର ସାଂଘାତିକ ରିପୋର୍ଟ; ପ୍ରଭାବିତ ହେବ ଧାନ ଉତ୍ପାଦନ
ଟାଣ ଖରାରେ ଚାଲିଛି କ୍ରିକେଟ ମ୍ୟାଚ୍ । ବିଡ଼ାନାସୀ କ୍ରିକେଟ ପଡ଼ିଆରେ ଖେଳ ଚାଲିଛି । ଯେଉଁଠି ଚାଲିଛି ଆନ୍ତଃଜିଲ୍ଲା ମହିଳା ଟି-ଟ୍ଵେଣ୍ଟି କ୍ରିକେଟ ମ୍ୟାଟ୍ । ସେହିପରି ନିମପୁର ପଡ଼ିଆରେ ଚାଲିଛି ୧୯ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ମ୍ୟାଚ୍ ।
ରାଜ୍ୟର ତାପମାତ୍ରା ବୃଦ୍ଧି ଯୋଗୁଁ କଟକ ଜିଲ୍ଲାରେ ସମସ୍ତ ସ୍କୁଲ୍ କଲେଜ ବନ୍ଦ କରାଯାଇ ଅନଲାଇନରେ କ୍ଲାସ ହେଉଛି । ସାଧାରଣ ଲୋକଙ୍କୁ ଟାଣ ଖରାରେ ଘରୁ ନବାହରିବାକୁ ଦିଆଯାଉଛି ପରାମର୍ଶ । ଗ୍ରୀଷ୍ମପ୍ରବାହକୁ ନେଇ ସରକାରଙ୍କ ପକ୍ଷରୁ କଡା ନିର୍ଦେଶନାମା ରହିଥିଲେ ମଧ୍ୟ ଏହାକୁ ଫୁ କରିଦେଇଛି ଓସିଏ ।
ଏପରି ସ୍ଥଳେ ଖେଳାଳି ଅଂଶୁଘାତର ଶିକାର ହେଲେ କିଏ ଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠାଇ ପରୋକ୍ଷରେ ଓସିଏ ଆଡକୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି କ୍ରୀଡା ସମୀକ୍ଷକ ।
ଏଥିସହ ପଢ଼ନ୍ତୁ: ଡହ ଡହ ଖରାରେ ଶିଝୁଛି ସାରା ଓଡ଼ିଶା, ୬ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ
ଛୋଟ ପିଲାମାନେ ଓ ମହିଳା କ୍ରିକେଟର ମାନେ ପଡ଼ିଆରେ ଝାଳ ବୁହାଉଛନ୍ତି । କଟକର ବିଭିନ୍ନ ଖେଳ ପଡ଼ିଆରେ ଓସିଏ ପକ୍ଷରୁ ଟାଣ ଖରାକୁ ବେଖାତିର୍ କରି ପ୍ରତିଦିନ ଆୟୋଜନ କରାଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ଅନେକ ଖେଳାଳି ଟାଣଖରା ମ୍ୟାଚ ଖେଳି କ୍ଲାନ୍ତ ଅନୁଭବ କରୁଛନ୍ତି ।
ଗ୍ରୀଷ୍ମପ୍ରବାହ ପାଇଁ ସ୍କୁଲ କଲେଜ ଅଙ୍ଗନୱାଡ଼ି ସବୁ ବନ୍ଦ ହୋଇଛି । କିନ୍ତୁ ଓସିଏ କର୍ତ୍ତୃପକ୍ଷ ଗାଇଡଲାଇନ୍ ନ ମାନି ଦିନ ୨ଟାରେ ଇଣ୍ଟର ଡିଷ୍ଟ୍ରିକ୍ଟ ମହିଳା ଓ ଅଣ୍ଡର ୧୬ ପୁରୁଷ ମ୍ୟାଚ ଆୟୋଜନ କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories