Heatwave Alert / ଡହ ଡହ ଖରାରେ ଶିଝୁଛି ସାରା ଓଡ଼ିଶା, ୬ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ
·5 days ago·2 min read

Key Points
ଡହ ଡହ ଖରାରେ ଶିଝୁଛି ସାରା ଓଡ଼ିଶା
ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା
ଆସନ୍ତା ୨୬ ତାରିଖ ଯାଏ ଉଭୟ ଦିନ ଓ ରାତି ତାପମାତ୍ରା ବୃଦ୍ଧି ପାଇବ

ଉପକୂଳରୁ ଉତ୍ତର । ପଶ୍ଚିମରୁ ଦକ୍ଷିଣ । ଡହ ଡହ ଖରାରେ ଶିଝୁଛି ସାରା ଓଡ଼ିଶା । ରାଜ୍ୟ ସାରା ବର୍ଷୁଛି ନିଆଁ । ପଶ୍ଚିମରୁ ଉପକୂଳ ସବୁଠି ଲାଗି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଦିନ ୧୦ଟାରୁ ଘରୁ ବାହାରିବା ହୋଇଯାଉଛି ମୁସ୍କିଲ । ଖରାର ପ୍ରକୋପ ଏତେ ଯେ ଦିନରେ ପୂରା ରାସ୍ତା ହୋଇଯାଉଛି ଖାଁ ଖାଁ । ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ସେହିପରି କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ । ଏନେଇ ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ସେପଟେ ଆସନ୍ତା ୨୬ ତାରିଖ ଯାଏ ଉଭୟ ଦିନ ଓ ରାତି ତାପମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ୨୪ରୁ ଅଧିକ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ତାତିର ପ୍ରକୋପ ଯୋଗୁଁ ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ନେଇଛନ୍ତି ବଡ଼ ପଦକ୍ଷେପ । ସୁନ୍ଦରଗଡ଼ରେ ଆସନ୍ତାକାଲିଠୁ ୨୭ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବା ସହ କେନ୍ଦ୍ରାପଡ଼ାରେ ମଧ୍ୟ ଆସନ୍ତାକାଲି ଠାରୁ ଶନିବାର ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବଢିଛି ସମ୍ବଲପୁର ଜିଲ୍ଲାରେ ସ୍କୁଲ କଲେଜ ଛୁଟି । ଆସନ୍ତା ୨୭ ତାରିଖ ଯାଏ ଜିଲ୍ଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ କଲେଜ ବନ୍ଦ ରହିବ ।
ଚଳିତ ବର୍ଷ ପ୍ରଥମଥର ପାଇଁ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଉପକୂଳ ଓଡ଼ିଶାରେ ୪୧ ଡିଗ୍ରୀ ଅତିକ୍ରମ କରିଛି ତାତି । ତେବେ ଆଗକୁ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ କରାଯାଇଛି ଆକଳନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories