Videos
|
Odisha

Heat Wave / ଆହୁରି ୫ ଦିନ ଜଳିବ ଓଡିଶା, ୨୮ରୁ ମିଳିପାରେ ତାତିରୁ ତ୍ରାହି

Bikash Mohanty
Browse all articles by Bikash Mohanty
·2 months ago·2 min read
ଆହୁରି ୫ ଦିନ ଜଳିବ ଓଡିଶା, ୨୮ରୁ ମିଳିପାରେ ତାତିରୁ ତ୍ରାହି
Weather

Key Points

ଆହୁରି ୫ ଦିନ ଜଳିବ ଓଡିଶା
ପଶ୍ଚିମ ଓଡିଶାର ୫ଟି ସ୍ଥାନର ପାରଦ ୪୫ ଡିଗ୍ରୀ ପାର
୨୮ରୁ ମିଳିପାରେ ତାତିରୁ ତ୍ରାହି
ଆସନ୍ତା ୨୮ କିମ୍ବା ୨୯ରେ ଲଘୁଚାପ ସମ୍ଭାବନା
ଭୁବନେଶ୍ବର, ୨୪/୦୫: ଗ୍ରୀଷ୍ମର ଜ୍ବାଳାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ପଶ୍ଚିମ ଓଡିଶାର ୫ଟି ସ୍ଥାନର ପାରଦ ୪୫ ଡିଗ୍ରୀ ପାର ହୋଇଛି। ଝାରସୁଗୁଡାରେ ସର୍ବାଧିକ ୪୫.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର, ହୀରାକୁଦ, ଟିଟିଲାଗଡ ଓ ବୌଦ୍ଧରେ ୪୫ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ଏଭଳି ସ୍ଥିତି । ରାଜ୍ୟରେ ଆସନ୍ତା 25 ତାରିଖ ଯାଏଁ ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସହ 7 ଦିନ ଯାଏଁ କାଳବୈଶାଖୀର ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ହେଲେ ମାସ ଶେଷକୁ ତାତିରୁ ମିଳିପାରେ ଆଶ୍ବସ୍ତି

ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଥିବାରୁ ପ୍ରଚଣ୍ଡ ଗରମ ଅନୁଭବ ହେଉଛି। କାରଣ ଉତ୍ତର ପଶ୍ଚିମ ଅଞ୍ଚଳରେ ହିଟ ୱେଭ୍ ରହିଥିବାରୁ ତା ପ୍ରଭାବରେ ପଶ୍ଚିମ ଓଡିଶାରେ ପାରଦ ବଢି ଚାଲିଛି। ଝାରସୁଗୁଡ଼ା, ସମ୍ବଲପୁର ,ବଲାଙ୍ଗୀର ପାଇଁ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଏହି ଅଞ୍ଚଳରେ କିଛି କିଛି ସ୍ଥାନରେ ପ୍ରଚଣ୍ଡ ଗରମ ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି। କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରକୁ ଛାଡ଼ି ବାକି ୨୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୬ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

ପଢନ୍ତୁ ଏହି ଖବର: ତାତିରୁ ମିଳିବ ତ୍ରାହି, ଖୁବଶୀଘ୍ର ଆସୁଛି ମୌସୁମୀ

ରାଜଧାନୀରେ ଦିନ ୧୧ ଟା ସୁଦ୍ଧା ତାପମାତ୍ରା ୩୭.୨ ଥିବା ବେଳେ ଗୁଳୁଗୁଳି ପାଇଁ ତାତି ବା ହିଟ୍ ଇଣ୍ଡେକ୍ସ ୫୨ ଡିଗ୍ରୀ ସେଲସିଅସ୍ ଭଳି ଅନୁଭୁତ ହେଉଛି। ପାଣିପାଗ ବିଭାଗ କହିଛି ୨୮ ରୁ ପାଣିପାଗରେ ପରିବର୍ତ୍ତନ ହେବ। ପାରଦ ଖସିବ । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ୨୮ ଓ ୨୯ ରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଏହାସହ ରାଜ୍ୟର ଅଳ୍ପ କିଛି ଅଞ୍ଚଳରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମେ ଶେଷ ଆଡ଼କୁ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହେବାକୁ ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Heat Wave | Heat Wave | Odisha Heatwave Alert: 5 More Days of Extreme Heat, Relief Expected from May 28 | Argus News