Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Schools Closed / ଖରା ପାଇଁ ବଢ଼ିଲା ସ୍କୁଲ୍ ଛୁଟି; ୨୭ ପର୍ଯ୍ୟନ୍ତ ବନ୍ଦ ହେଲା ସମସ୍ତ ବିଦ୍ୟାଳୟ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଖରା ପାଇଁ ବଢ଼ିଲା ସ୍କୁଲ୍ ଛୁଟି; ୨୭ ପର୍ଯ୍ୟନ୍ତ ବନ୍ଦ ହେଲା ସମସ୍ତ ବିଦ୍ୟାଳୟ
Schools Closed Due to Heat

Key Points

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୨୩ ତାରିଖରୁ ଏପ୍ରିଲ୍ ୨୭ ତାରିଖ ୫ ଦିନ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ପ୍ରଥମ ଠାରୁ ଯୁକ୍ତ ୨ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧକାରୀ ।
ସୁନ୍ଦରଗଡ଼: ଡହ ଡହ ଖରା । ଜଳି ଯାଉଛି ଦେହ । ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରେ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ିଥିବା ବେଳେ ବିଦ୍ୟାଳୟ ବନ୍ଦ ଅବଧିକୁ ବୃଦ୍ଧି କରିଛି ପ୍ରଶାସନ ।

ସୁନ୍ଦରଗଡ଼ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଜିଲ୍ଲାରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ବନ୍ଦ ରହିବ ।

ଏଥିସହ ପଢ଼ନ୍ତୁ: ପ୍ରବଳ ଖରା ପାଇଁ ଆଉ ୪ ଦିନ ବଢ଼ିଲା ସ୍କୁଲ୍ ଛୁଟି 

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୨୩ ତାରିଖରୁ ଏପ୍ରିଲ୍ ୨୭ ତାରିଖ ୫ ଦିନ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ବ୍ଲକ୍ ଅଧିକାରୀ ଓ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କୁ ଅବଗତ କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟ ୪ ଦିନ ଧରି ବନ୍ଦ ରହିବ । ପ୍ରଥମ ଠାରୁ ଯୁକ୍ତ ୨ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧକାରୀ, ସୁନ୍ଦରଗଡ଼ ।

ବଲାଙ୍ଗିରରେ ୪ ଦିନ ସ୍କୁଲ୍ ଛୁଟି

ସେପଟେ ବଲାଙ୍ଗିରରେ ଆଉ ୪ ଦିନ ପାଇଁ ସ୍କୁଲ୍‌, ଅଙ୍ଗନୱାଡ଼ି ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌, ଅଙ୍ଗନୱାଡ଼ିକୁ ଛୁଟି ଘୋଷଣା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ଜିଲ୍ଲାରେ ପ୍ରବଳ ଖରା ପାଇଁ ପୂର୍ବରୁ ୨୧ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଥିଲା । ଏବେ ଛୁଟିକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଏବେ ୧୩ ଜିଲ୍ଲାରେ ସ୍କୁଲ୍ ବନ୍ଦ; ଆଗୁଆ ଖରା ଛୁଟି ନେଇ କ'ଣ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ? 

ଆଗୁଆ ହୋଇପାରେ ଖରା ଛୁଟି ଘୋଷଣା

ଖରା ଓ ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଛୁଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, "ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବିଦ୍ୟାଳୟ ଗୁଡ଼ିକୁ କିଛିଦିନ ପାଇଁ ଛୁଟି କରିଛନ୍ତି । ଖରା ଛୁଟି ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନର୍ (SRC) ବୈଠକ ଡାକନ୍ତି, ବୈଠକରେ ନିଷ୍ପତ୍ତି ହୁଏ କେବେଠୁ ଖରା ଛୁଟି ହେବ ।"

ଏବେ ସୁଦ୍ଧା ରାଜ୍ୟର ୧୩ ଗୋଟି ଜିଲ୍ଲାରେ ଜିଲ୍ଲାପାଳ କିଛିଦିନ ପାଇଁ ସ୍କୁଲ୍ ଛୁଟି କରିଛନ୍ତି । ଆଗକୁ ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଲେ, ଛୁଟି ବୃଦ୍ଧି କରିପାରିବେ ଜିଲ୍ଲାପାଳ । ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଗୁଆ ଖରା ଛୁଟି ମଧ୍ୟ ଘୋଷଣା କରାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Schools Closed Till April 27 in Sundargarh Due to Heatwave | Argus News | Argus News