School Holiday / ଏବେ ୧୩ ଜିଲ୍ଲାରେ ସ୍କୁଲ୍ ବନ୍ଦ; ଆଗୁଆ ଖରା ଛୁଟି ନେଇ କ'ଣ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ?
·4 months ago·2 min read

Key Points
ଖରାକୁ ଦେଖି ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି । ଅଦ୍ୟାବିଧି ନବରଙ୍ଗପୁରକୁ ମିଶାଇ ୧୩ ଜିଲ୍ଲାରେ ସ୍କୁଲ୍, ଅଙ୍ଗନୱାଡ଼ିକୁ ଛୁଟି ଘୋଷଣା କରାଯାଇଛି ।
ଉମରକୋଟ (ନବରଙ୍ଗପୁର): ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରାକୁ ଦେଖି ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି । ଅଦ୍ୟାବିଧି ନବରଙ୍ଗପୁରକୁ ମିଶାଇ ୧୩ ଜିଲ୍ଲାରେ ସ୍କୁଲ୍, ଅଙ୍ଗନୱାଡ଼ିକୁ ଛୁଟି ଘୋଷଣା କରାଯାଇଛି ।
ନବରଙ୍ଗପୁର ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଏପ୍ରିଲ୍ ୧୮ରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲାରେ ଖରା ପାଇଁ ସ୍କୁଲ୍ ଛୁଟି ଆଉ ୪ ଦିନ ବୃଦ୍ଧି କରାଯାଇଛି । ସେପଟେ କଳାହାଣ୍ଡି ଜିଲ୍ଲାପାଳ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ିକୁ ଛୁଟି ଘୋଷଣା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ରବଳ ଖରା ପାଇଁ ଆଉ ୪ ଦିନ ବଢ଼ିଲା ସ୍କୁଲ୍ ଛୁଟି
ଖରା ଓ ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଛୁଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, "ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବିଦ୍ୟାଳୟ ଗୁଡ଼ିକୁ କିଛିଦିନ ପାଇଁ ଛୁଟି କରିଛନ୍ତି । ଖରା ଛୁଟି ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନର୍ (SRC) ବୈଠକ ଡାକନ୍ତି, ବୈଠକରେ ନିଷ୍ପତ୍ତି ହୁଏ କେବେଠୁ ଖରା ଛୁଟି ହେବ ।"
SRCଙ୍କ ସହ ବୈଠକ ପରେ ଖରା ଛୁଟି ନିଷ୍ପତ୍ତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାଧାରଣତଃ ମେ ୧୦ ତାରିଖରୁ ଜୁନ୍ ୧୬ ପର୍ଯ୍ୟନ୍ତ ରାଜ୍ୟରେ ଖରା ଛୁଟି ହୋଇଥାଏ । ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଦ୍ୟାଳୟ ଖରା ଛୁଟି ନେଇ କୌଣସି ନିଷ୍ପତ୍ତି ନେଇ ନାହିଁ । SRCଙ୍କ ସହ ବୈଠକ ପରେ ଖରା ଛୁଟି ନିଷ୍ପତ୍ତି ନିଆଯିବ । ଏବେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦେଖି ଜିଲ୍ଲାପାଳ ଛୁଟି ନିଷ୍ପତ୍ତି ନେଇପାରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
୧୩ ଜିଲ୍ଲାରେ ସ୍କୁଲ୍ ଛୁଟି
ଏବେ ସୁଦ୍ଧା ରାଜ୍ୟର ୧୩ ଗୋଟି ଜିଲ୍ଲାରେ ଜିଲ୍ଲାପାଳ କିଛିଦିନ ପାଇଁ ସ୍କୁଲ୍ ଛୁଟି କରିଛନ୍ତି । ଆଗକୁ ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଲେ, ଛୁଟି ବୃଦ୍ଧି କରିପାରିବେ ଜିଲ୍ଲାପାଳ । ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଗୁଆ ଖରା ଛୁଟି ମଧ୍ୟ ଘୋଷଣା କରାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି; ୨୪ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ଘୋଷଣା
ତାତି ଆଉ ୪ ଦିନ
ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ । ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଛି । ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ।

ଆଗାମୀ ୨୪ ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
Related Topics
Explore more stories