Videos
|
Odisha

Heavy Rain Alert / ଆସନ୍ତା ୨ ଦିନ ପ୍ରବଳ ବର୍ଷା ! ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ଆସନ୍ତା ୨ ଦିନ ପ୍ରବଳ ବର୍ଷା ! ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
Heavy Rain Alert

Key Points

ଆସନ୍ତା ୨ ଦିନ ପ୍ରବଳ ବର୍ଷା
ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଆହୁରି ଦୁଇ ଦିନ ବର୍ଷା
26 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା ବୋଲି ସୂଚନା ରହିଛି
ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଆହୁରି ଦୁଇ ଦିନ ବର୍ଷା । ଆସନ୍ତା ୨ ଦିନ ହେବ ପ୍ରବଳ ବର୍ଷା। 26 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା ବୋଲି ସୂଚନା ରହିଛି। ଆସନ୍ତା 24 ଘଣ୍ଟା ପାଇଁ ଅତ୍ୟନ୍ତ ଭୀଷଣ ବର୍ଷା ନେଇ 3 ଜିଲ୍ଲା ନବରଙ୍ଗପୁର, କୋରାପୁଟ୍ ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।'' ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ବନ୍ଦ ରହିବ।''

.ଏହି ଜିଲ୍ଲାରେ 20 ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ:

ସେହିପରି 7 ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି,ଗଜପତି,ଗଞ୍ଜାମ,ରାୟଗଡା,କନ୍ଧମାଳ,ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା । ଏହି ଜିଲ୍ଲାରେ 11 ରୁ 20 ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ପ୍ରବଳ ବର୍ଷା ନେଇ ଉପକୂଳ,ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର 17 ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।ଏହି ଜିଲ୍ଲା ରେ 7ରୁ11ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।''

ଏଥିସହ ପଢ଼ନ୍ତୁ: ଦୁଇ ଶହ ଫୁଟ କୂଳ ଲଙ୍ଘିଲା ସମୁଦ୍ର, ଉଠୁଛି ଉଚ୍ଚ ଜୁଆର, ମାଡ଼ିଗଲା ବାଲିଚର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବିପଦ ସଙ୍କେତ ଡେଇଁବନି ଜଳକା, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ।ସୁବର୍ଣ୍ଣରେଖା ସତର୍କ ସଂକେତ ଛୁଇଁଲେ କିଛି ତଳିଆ ଅଂଚଳରେ ପାଣି ପଶିପାରେ । ଅଧିକ ବର୍ଷା ଯୋଗୁଁ ବ୍ରହ୍ମପୁର, ବାଲେଶ୍ୱରରେ କିଛି ଜାଗାରେ ଜଳବନ୍ଦୀ ଦେଖାଦେଇଛି। ମାଲକାନଗିରିରେ ବି 4 ଟି ବ୍ରିଜ ଉପରେ ପାଣି ଚାଲିଛି । କାଲି ସୁଦ୍ଧା ବର୍ଷା କମିଲେ ସ୍ଥିତି ସ୍ୱାଭାବିକ ହେବ । ଦକ୍ଷିଣ ଓଡିଶାରେ କୌଣସି ସ୍ଥାନରେ ବନ୍ୟା ହେବ ନାହିଁ। ଗତ 24 ଘଣ୍ଟାରେ ରାଜ୍ୟରେ କୋରାପୁଟ ଜିଲ୍ଲା ସିମିଲଗୁଡ଼ା ରେ ସର୍ବାଧିକ 193.9 ମିଲି ମିଟର ରେକର୍ଡ ହୋଇଥିବା ବେଳେ 17 ଟି ସ୍ଥାନରେ 100 ମିଲି ମିଟର ଉପରେ ବର୍ଷା ରେକର୍ଡ ହୋଇଛି ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି।''

ସେପଟେ ଭଞ୍ଜନଗର- କଳିଙ୍ଗା ଘାଟିରେ ଧସିଲା ନିର୍ମାଣାଧୀନ ଗାର୍ଡୱାଲ । ୨୫ କୋଟିର କାମ ଚାଲିଥିବା ବେଳେ ପୂର୍ବରୁ ଦୁଇଥର ଧସିଥିଲା । ଏବେ ବର୍ଷା ରେ ପୁଣି ଧସିଲା । ଲଘୁଚାପ ବର୍ଷା ପାଇଁ କଳିଙ୍ଗା ଘାଟିକୁ ବିପଦ ଆଶଙ୍କା କରି ଘାଟିକୁ ଦୁଇପଟରୁ ବନ୍ଦ ରଖାଯାଇଛି ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories