Videos
|
Odisha

Kendrapara News / ଦୁଇ ଶହ ଫୁଟ କୂଳ ଲଙ୍ଘିଲା ସମୁଦ୍ର, ଉଠୁଛି ଉଚ୍ଚ ଜୁଆର, ମାଡ଼ିଗଲା ବାଲିଚର

Bikash Mohanty
Browse all articles by Bikash Mohanty
·1 hour ago·2 min read
ଦୁଇ ଶହ ଫୁଟ କୂଳ ଲଙ୍ଘିଲା ସମୁଦ୍ର, ଉଠୁଛି ଉଚ୍ଚ ଜୁଆର, ମାଡ଼ିଗଲା ବାଲିଚର
Sea Crosses 200 Feet

Key Points

ମାଡ଼ି ଆସିଲା ସମୁଦ୍ର
ଦୁଇ ଶହ ଫୁଟ କୂଳ ଲଙ୍ଘିଲା ସମୁଦ୍ର
ଉଠୁଛି ଉଚ୍ଚ ଜୁଆର, ମାଡିଗଲା ବାଲିଚର
ରାଜନଗରରେ ଗଭୀର ଅବପାତ ପ୍ରଭାବ
ରାଜନଗର,୨୪/୦୯: ଗଭୀର ଅବପାତ ପ୍ରଭାବରେ ଅଶାନ୍ତ ହୋଇଛି ସମୁଦ୍ର । ଉଠୁଛି ଉଚ୍ଚ ଜୁଆର । ରାଜନଗରରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ରାଜନଗରର ସାତଭାୟାରେ ୨୦୦ ଫୁଟ କୂଳ ଲଙ୍ଘିଲା ସମୁଦ୍ର । ଧସିଲା ବାଲି ପାହାଡ଼, ଉପୁଡିଲା ଗଛ ଜମିରେ ମାଡିଗଲା ବାଲିଚର । ଗଭୀର ଅବପାତ ପ୍ରଭାବରେ ରେ ଅଶାନ୍ତ ହୋଇଛି ସମୁଦ୍ର ଉଠୁଛି ଉଚ୍ଚ ଜୁଆର । ରାଜନଗର ରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପୂର୍ବ ଲଘୁଚାପ ରେ ସାତଭାୟା ରେ କୂଳ ଲଙ୍ଘି ମା ପଞ୍ଚୁବରାହୀ ଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭ ରେ ଲୀନ ହୋଇଥିବା ବେଳେ ଏବେ ସାତଭାୟରେ ଥିବା ବାଲି ପାହାଡ଼ କୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଛି ଫଳରେ ସମୁଦ୍ର କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ସେପଟେ ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ରାମତରା ମୀରା ସି-ବିଚ୍ ରେ ବାଲି ବସ୍ତା ଭାଙ୍ଗି ୧୦୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି । ଗତବର୍ଷ ମଧ୍ୟ ଠିକ୍ ଏହି ସ୍ଥାନରେ ଘାଇ ହୋଇଥିଲା ଏବଂ ଏବେ ପୁଣିଥରେ ବାଲି ବସ୍ତା ଭସାଇ ନେଇଛି । ଏହି ଘାଇ ଦେଇ ସମୁଦ୍ରର ଲୁଣା ପାଣି ସିଧାସଳଖ ନଦୀ ଏବଂ ଚାଷ ଜମିରେ ପଶିଯାଇଛି । ଚାଷ ଜମିରେ ଲୁଣା ପାଣି ମାଡ଼ିଯିବା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ନେଇ ଆଶଙ୍କା ବଢ଼ିଯାଇଛି। ସମୁଦ୍ରର ଉଗ୍ର ରୂପ ଦେଖି ସ୍ଥାନୀୟ ଗ୍ରାମବାସୀ ଛାନିଆ ହୋଇଯାଇଛନ୍ତି ।

ପଢନ୍ତୁ ଏହି ଖବର: ଲ୍ୟାଣ୍ଡଫଲ ପରେ ପ୍ରବଳବର୍ଷାକୁ ଦୃଷ୍ଟିରେ ରଖି ଆଜି କଳାହାଣ୍ଡି, ଗଞ୍ଜାମ ଏବଂ ମାଲକାନଗିରି ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଛୁଟି

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍‌ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା। ଓଡ଼ିଶା ଉପକୂଳରେ ସମୁଦ୍ର ଲହଡ଼ି ୫ ମିଟର ଆଗକୁ ମାଡ଼ି ଆସିଥିଲା।ଯାହା ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା।''


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ବର୍ଷା ଧିରେ ଧିରେ ଛାଡ଼ିଯାଇଥିବାବେଳେ ଦେଇଯାଇଛି ଅନେକ ଦୁର୍ଦ୍ଦଶା। ଭାରତୀୟ ପାଣିପାଗ ବିଭାଗ ତରଫରୁ ନବରଙ୍ଗପୁର ରେ ଆଜି ରେଡ଼ ୱାର୍ଣିଙ୍ଗ ଜାରି ହୋଇଥିବା ବେଳେ ନବରଙ୍ଗପୁର ରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲାରେ 47 MM ବର୍ଷା ରେକର୍ଡ କରାଯାଇଛି, ତେବେ ବର୍ତ୍ତମାନ ପରିସ୍ଥିତ ରେ ବର୍ଷା ହେଉଥିଲେ ମଧ୍ୟ ବନ୍ୟା ପରିସ୍ଥିତି ଉତ୍ପନ୍ନ ହେବା ଭଳି ଆବଶ୍ୟକୀୟ ବର୍ଷା ହୋଇନାହିଁ । କେଉଁ କେଉଁ ସ୍ଥାନ ରେ ଝିପିଝିପି ବର୍ଷା ହେଉଥିବା ବେଳେ ଅନ୍ୟ କିଛି ସ୍ଥାନ ରେ ପ୍ରାୟ ଘଣ୍ଟାଏ ରୁ ଉର୍ଦ୍ଧ୍ବ ସମୟ ଅନ୍ତରାଳ ରେ ଅଳ୍ପ କିଛି ସମୟ ପାଇଁ ବର୍ଷା ହୋଉଛି । ଯଦି ଏଭଳି ପରିସ୍ଥିତି ଲାଗି ରୁହେ ତେବେ ବନ୍ୟା ଆଶଙ୍କା କମ ରହିଛି ।''