Heavy Rainfall Alert / ଆଜି ଠାରୁ ଓଡ଼ିଶାରେ ୬ ଦିନ ଯାଏଁ ପ୍ରବଳ ବର୍ଷା।, ଓ୍ବାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ
·49 mins ago·2 min read

Key Points
ଆସନ୍ତା ୨୪ ଘଣ୍ଟାରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
କେନ୍ଦୁଝର, ମୟୂରଭଞ୍ଜ , ବରଗଡ଼,ସମ୍ବଲପୁର,ଦେଓଗଡ,ଅନୁଗୁଳ ଜିଲ୍ଲା
ଆସନ୍ତା କାଲି ଠାରୁ ଓଡ଼ିଶାରେ ବର୍ଷା ଆହୁରି ବଢ଼ିବ
ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା
ପାଣିପାଗ ବିଭାଗର ପୁର୍ବାନୁମାନ

ଭୁବନେଶ୍ବର,୦୩/୦୮:ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ , ବରଗଡ଼,ସମ୍ବଲପୁର,ଦେଓଗଡ,ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆସନ୍ତା କାଲି ଠାରୁ ଓଡ଼ିଶାରେ ବର୍ଷା ଆହୁରି ବଢ଼ିବ। ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ରାୟଗଡ଼ା, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
ଆସନ୍ତା ୮ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା,ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଗକୁ ସପ୍ତାହ ଯାଏ ପ୍ରବଳ ବର୍ଷା ଥିବାରୁ ସବୁ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର।
କେବଳ ଓଡ଼ିଶା ନୁହେଁ,୮ ତାରିଖ ଯାଏ ଛତିଶଗଡ଼ରେ ବି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି। ୪ରୁ ୮ ତାରିଖ ଛତିଶଗଡ଼ର ବିସ୍ତୃତ ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ। ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀ ଜଳସ୍ତର ପୁଣି ବଢ଼ିପାରେ। ଏଥିପାଇଁ ସତର୍କ ରହି ଆଗୁଆ ପ୍ରସ୍ତୁତି କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଅଛି।
ପଢନ୍ତୁ ଏହି ଖବର: କାଲି ଠାରୁ ପୁଣି ବଡ଼ ବର୍ଷା, ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଆସନ୍ତା ୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି। ୮ ଓ ୯ ତାରିଖ ବେଳକୁ ପ୍ରବଳ ବର୍ଷା ଆଶଙ୍କା ଅଛି। ୩ରୁ ୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ରହିବ। ମଙ୍ଗଳବାର ବରଗଡ଼,କେନ୍ଦୁଝର,ମୟୂରଭଞ୍ଜ,କନ୍ଧମାଳ,ନବରଙ୍ଗପୁର,ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ। ୫ରୁ ୮ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି।
ଗତ ୨୪ ଘଣ୍ଟାରେ ଦେବଗଡ଼ ରେ ସର୍ବାଧିକ ୪୪.୨ ମିମି ବର୍ଷା ହୋଇଛି । ତାଳଚେରରେ ୨୦ ଓ ସମ୍ବଲପୁରରେ ୧୨ ମିମି ବର୍ଷା ହୋଇଛି ଗତ ଜୁନ୍ ୧ତାରିଖରୁ ଅଗଷ୍ଟ ୨ ତାରିଖ ସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୩୦% ଅଧିକ ବର୍ଷା ହୋଇଛି। ବରଗଡ଼,ସୋନପୁର,ବଲାଙ୍ଗୀର,ବୌଦ୍ଧ,ଢେଙ୍କାନାଳ,କେନ୍ଦ୍ରାପଡ଼ା,ଜଗତସିଂହପୁର ଓ ପୁରୀରେ ଅତି ଭୀଷଣ ବର୍ଷା ହୋଇଛି । ଝାରସୁଗୁଡ଼ା,ସୁନ୍ଦରଗଡ଼,ମୟୂରଭଞ୍ଜ,ଗଞ୍ଜାମ,ରାୟଗଡ଼ା,କଳାହାଣ୍ଡି ଓ କୋରାପୁଟରେ ଭୀଷଣ ବର୍ଷା ହୋଇଛି। କେବଳ ଗଜପତି,ନବରଙ୍ଗପୁର ଓ ମାଲକାନଗିରିରେବର୍ଷା ନିଅଣ୍ଟିଆ ରହିଛି।
ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ଉପରମୁଣ୍ଡର ବନ୍ୟା ଜଳ ଏବେ ତଳିଆ ଅଂଚଳକୁ ଘେରି ରହିଛି । ଫଳରେ ଭଦ୍ରକ ଚାନ୍ଦବାଲି ବ୍ଲକର ୧୫ଟି ପଞ୍ଚାୟତରେ ବନ୍ୟାଜଳ ଘେରରେ । ୪ଦିନ ପରେ ବି ସାମାନ ସ୍ଥିତି । ଚାନ୍ଦବାଲି ବ୍ଲକ ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଲଗ, ତେନ୍ତୁଳିଡ଼ିହ, ମାଧପୁର, ଘଟପୁର, ଖେରଙ୍ଗ ଆଦି ପଞ୍ଚାୟତ ଏବେ ବନ୍ୟା ଜଳ ପାଇଁ ବିପଦ ସୃଷ୍ଟି କରିଛି ।
ସବୁଠୁ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଛାଡିବାର ନା ଧରୁନାହିଁ । ଗାଁ ରାସ୍ତା ଉପରେ ସାମାନ୍ୟ ପାଣି କମିଛି । ଲୋକଙ୍କ ଜୀବନ ଜୀବିକା ବୁଡ଼ିଯିବା ଅବସ୍ଥାରେ ପହଁଚିଛି । ଧାନ ବିଲରେ ୭୦ଭାଗ ଧାନ ରୁଆ ସରିଥିବା ବେଳେ ଏବେ ଜଳମଗ୍ନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories