Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପ୍ରାପ୍ତବୟସ୍କ ଝିଅ ନିଜ ଇଚ୍ଛାରେ ଯେଉଁଠି ବି ରହିପାରିବେ

Odisha

Adult Women Free to Live Anywhere / ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପ୍ରାପ୍ତବୟସ୍କ ଝିଅ ନିଜ ଇଚ୍ଛାରେ ଯେଉଁଠି ବି ରହିପାରିବେ

Bikash Mohanty
Browse all articles by Bikash Mohanty
·2 months ago·2 min read
ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପ୍ରାପ୍ତବୟସ୍କ ଝିଅ ନିଜ ଇଚ୍ଛାରେ ଯେଉଁଠି ବି ରହିପାରିବେ
Adult women

Key Points

ପ୍ରାପ୍ତବୟସ୍କ ଝିଅ ନିଜ ଇଚ୍ଛାରେ ଯେଉଁଠି ବି ରହିପାରିବେ
ଓଡ଼ିଶା ହାଇକୋର୍ଟଙ୍କ  ଗୁରୁତ୍ୱପୂର୍ଣ୍ଣ ରାୟ
ହେବିୟସ କର୍ପସ ପିଟିସନକୁ ଖାରଜ କରିଛନ୍ତି
ପ୍ରାପ୍ତବୟସ୍କ ଝିଅ ନିଜ ଇଚ୍ଛାରେ ଯେଉଁଠି ବି ରହିପାରିବେ। ପ୍ରାପ୍ତବୟସ୍କ ଝିଅ ବାପା ମାଁ କିମ୍ବା ଶ୍ବଶୁର ଘରେ ରହିବାକୁ ବାଧ୍ୟ ନୁହେଁ। ଏନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏବଂ ହେବିୟସ କର୍ପସ ପିଟିସନକୁ ଖାରଜ କରିଛନ୍ତି।

ଓଡ଼ିଶା ହାଇକୋର୍ଟଙ୍କ  ରାୟ ମୁତାବକ ପ୍ରାପ୍ତବୟସ୍କ ଝିଅକୁ ବାପା-ମା’ କିମ୍ବା ଶ୍ବଶୁର ଘରେ ରହିବାକୁ ବାଧ୍ୟ କରିପାରିବେ ନାହିଁ । ହାଇକୋର୍ଟ କହିଛନ୍ତି ଏଭଳି କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଗୋଟିଏ ମାମଲାର ବିଚାର କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ ।

ନିଜ ପରିବାର ଠାରୁ ଦୁରେଇ ରହୁଥିବା ଜଣେ ଝିଅକୁ ଖୋଜି ବାହାର କରିବାକୁ ମା’ଙ୍କ ତରଫରୁ ଦାୟର ହୋଇଥିବା କରିଦେଇଛନ୍ତି ହାଇକୋର୍ଟ । ଚିଫ୍ ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବେ ଜଷ୍ଟିସ୍ ଏମ୍ ଏସ୍ ରମନଙ୍କ ଗଠିତ ବେଞ୍ଚ ୯ ମାର୍ଚ୍ଚରେ ଏହି ଅର୍ଡର ପାସ୍ କରିବା ସହ ପିଟିସନ ମଞ୍ଜୁର କରିନଥିଲେ । ଜଣେ ପ୍ରାପ୍ତବୟସ୍କ ମହିଳା ବା ଝିଅ ଯଦି ସ୍ୱାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏପରି ନିର୍ଣ୍ଣୟରେ କୌଣସି ବାଧା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ରାୟରେ ଉଲ୍ଲେଖ ରହିଛି ଯେ ନିଜ ଜୀବନ ସଂକ୍ରାନ୍ତରେ ପ୍ରାପ୍ତବୟସ୍କ ଯୁବତୀ ନିଷ୍ପତ୍ତି ନେଇପାରିବେ।  

ଆବେଦନ ଅନୁଯାୟୀ, ଆବେଦନାକାରୀଙ୍କ ବିବାହିତା ଝିଅ ନିଜ ଇଚ୍ଛାରେ ଶ୍ବଶୁରଘର ଛାଡ଼ି ଚାଲିଯିବା ସହିତ ଏକ ଦୂର ସ୍ଥାନରେ ରହିଛନ୍ତି । ତାଙ୍କ ବୈବାହିକ ବିବାଦ ମାମଲା  ମଧ୍ୟ ସିଭିଲ କୋର୍ଟରେ ବିଚାରାଧୀନ ରହିଛି। ଗତ ୨୦୨୪ ମସିହାରେ ରେ ଝିଅ ଜଣକ ଥାନାରେ ହାଜର ହୋଇ ନିଜ ଶ୍ବଶୁର ଘର ଓ ବାପା-ମା’ଙ୍କ ନିକଟରେ ରହିବାକୁ ଆଗ୍ରହୀ ନଥିବା କହିଥିଲେ । ସେ ଏକାକୀ ରହୁଛନ୍ତି ଓ ସ୍ବାବଲମ୍ବୀ ବୋଲି ପୋଲିସକୁ ରୋକଠୋକ ଜଣାଇଥିଲେ । ଏହା ସତ୍ତ୍ବେ ଏକ ବର୍ଷରୁ ଅଧିକ ସମୟ ହେବ ପରିବାର ସଦସ୍ୟ ଯୁବତୀଙ୍କ ଖୋଜ ଖବର ପାଉ ନଥିବା ଓ ତାଙ୍କ ସ୍ଥିତି ନେଇ ଚିନ୍ତିତ ଥିବା ଦର୍ଶାଇ ତାଙ୍କ ମାଆ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ। ଏହି ମାମଲାରେ ଯୁବତୀ ଜଣକ ବେଆଇନ ଭାବେ ଅଟକ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି। ପ୍ରାପ୍ତ ବୟସ୍କ ହେବାପରେ ସେ ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ଖୋଜି ବାହାର କରିବାକୁ ବା ଏସଂପର୍କିତ ତଥ୍ୟ ପ୍ରମାଣ ପାଇବାକୁ ହେବିୟସ କର୍ପସ ପିଟିସନକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ହାଇକୋର୍ଟ ମାମଲା ଖାରଜ କରିଛନ୍ତି।

ଏଥିସହ ପଢ଼ନ୍ତୁ: ମହିଳାଙ୍କୁ ମିଳିବ ନାହିଁ ବାଧ୍ୟତାମୂଳକ ରୁତୁସ୍ରାବ ଛୁଟି,ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adult Women Free to Live Anywhere | Odisha High Court: Adult Women Free to Live Anywhere by Choice | Argus News