Videos
|
Odisha

IAS Reshuffle / IAS ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗ ଦାୟିତ୍ବ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
IAS ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗ ଦାୟିତ୍ବ
IAS Reshuffle

Key Points

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ବ
ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ
IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ବତ୍ତର୍ମାନ ଉନ୍ନୟନ କମିଶନର ଅଛନ୍ତି ଦେଓ ରଞ୍ଜନ । ସେହିପରି ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ ମିଳିଛି । ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ଦାୟିତ୍ବରେ ମଧ୍ୟ ରହିବେ ।

ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ହେଲେ ବିଷ୍ଣୁପଦ ସେଠୀ । କେବିକେ ମୁଖ୍ୟ ପ୍ରଶାସକ ଭାବେ ବିଷ୍ଣୁପଦ ସେଠୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିପରି ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ମଧ୍ୟ ରହିବେ ଅରବିନ୍ଦ । ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ବ ଦିଆଯିବା ସହ ସେ ଶ୍ରମ ଓ ବିଜ୍ଞାନ କାରିଗର ଦାୟିତ୍ବରେ ମଧ୍ୟ ରହିବେ ।

ସେହିପରି ଉଷା ପାଢ଼ୀଙ୍କୁ ଇଡ୍‌କୋ ଅଧ୍ୟକ୍ଷା ଦାୟତ୍ବ ଦିଆଯାଇଛି । ନଗର ଉନ୍ନୟନ ଦାୟିତ୍ବରେ ମଧ୍ୟ ରହିବେ ଉଷା । ଶୁଭା ଶର୍ମା ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ । ଏନବିଏସ୍‌ ରାଜପୁତ ହେଲେ ନୂଆ ପରବହନ ପ୍ରମୁଖ ସଚିବ । OSRTC ଦାୟିତ୍ବରେ ମଧ୍ୟ ରହିବେ ଏନବିଏସ୍‌ ରାଜପୁତ ।

ସେହିପରି ଗିରିଶ ଏସଏନ୍‌ଙ୍କୁ OMC ଅଧ୍ୟକ୍ଷ ଦାୟତ୍ବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମଧ୍ୟ ରହିବେ ଗିରିଶ । ମୃଣାଳିନୀ ଦର୍ଶୱାଲ ମହିଳା ଶିଶୁ ବିକାଶ ବିଭାଗ ସଚିବ । ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମ୍‌ଡି ଦାୟିତ୍ବ ଦିଆଯାଇଛି । ପର୍ଯ୍ୟଟନ ବିଭାଗର ଦାୟିତ୍ବ ବି ତୁଲାଇବେ ବଲୱନ୍ତ । ସେହିପରି ସଚିନ ରାମଚନ୍ଦ୍ର ଯାଦବ ହେଲେ ନୂଆ କୃଷି ସଚିବ । କ୍ରୀଡ଼ା ଓ ଯୁବ ବ୍ୟାପାର ଦାୟିତ୍ବରେ ବି ରହିବେ ସଚିନ ରାମଚନ୍ଦ୍ର ଯାଦବ । ଅନୁପମ ଶାହଙ୍କୁ ଓବିସିସି ଏମଡିର ଅତିରିକ୍ତ ଦାୟିତ୍ବ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ମଧ୍ୟ ରହିବେ ଅନୁପମ ଶାହ ।

ସେହିପରି ସଂଗ୍ରାମ କେଶରୀ ମହାପାତ୍ର ଉତ୍ତରାଞ୍ଚଳ RDC ଦାୟିତ୍ବରେ ରହିବେ । ଦକ୍ଷିଣାଞ୍ଚଳ RDC ସହ ଉତ୍ତରାଞ୍ଚଳ RDC ଦାୟିତ୍ବରେ ରହିବେ । ରଶ୍ମିତା ପଣ୍ଡା ହେଲେ BDA ଉପାଧ୍ୟକ୍ଷ । ସୁଧାଂଣୁ ମୋହନ ସାମଲ କେନ୍ଦ୍ରାଞ୍ଚଳ RDC । ଓଡ଼ିଶା ଖଣି ନିଗମ ଏମଡି ଦୟିତ୍ବରେ ବି ରହିବେ ସୁଧାଂଣୁ ମୋହନ । ସାଦୀକ୍‌ ଆଲମ ହେଲେ CRUTର ନୂଆ ଏମ୍‌ଡି । ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଦାୟିତ୍ବରେ ରହିବେ ସାଦୀକ୍‌ ଆଲମ । ମାନ୍‌ସୀ ନିମ୍ଭାଲ ହେଲେ ମିଶନ ଶକ୍ତି ବିଭାଗ ସଚିବ । ପ୍ରେମଚନ୍ଦ ଚୌଧୁରୀ ହେଲେ ମତ୍ସ୍ୟ ପଶୁ ସମ୍ପଦ ସଚିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Major IAS Reshuffle in Odisha: Arvind Padhee Gets Revenue Department | Argus News