llegal Liquor Trade / ମନ୍ତ୍ରୀ ପୃଥ୍ବୀରାଜଙ୍କ କଡ଼ା ଚେତାବନୀ ,ବେଆଇନ ମଦ ବେପାରୀଙ୍କ ତ୍ରାହି ନାହିଁ
·2 hours ago·2 min read

Key Points
ବେଆଇନ ମଦ ବେପାରୀଙ୍କୁ ତ୍ରାହି ନାହିଁ
ଆରମ୍ଭ ହେଲା ସ୍ପେସିଆଲ ଡ୍ରାଇଭ
ଅବକାରୀ ମନ୍ତ୍ରୀ ପୃଥ୍ବୀରାଜଙ୍କ କଡ଼ା ଚେତାବନୀ

ଭୁବନେଶ୍ବର,୧୮/୧୦: ପାର୍ବଣ ଋତୁରେ ବେଆଇନ ମଦ କାରବାର ଉପରେ ଲାଗିବ ଅଙ୍କୁଶ। ଦୁର୍ଗାପୂଜା ଓ ଦଶହରାକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ୍କୁ ଆସିଛି ରାଜ୍ୟ ଅବକାରୀ ବିଭାଗ। ବେଆଇନ ମଦ ବ୍ୟବସାୟକୁ ମୂଳପୋଛ କରିବା ପାଇଁ ରାଜ୍ୟବ୍ୟାପୀ ଚଢ଼ାଉ ଜୋରଦାର କରାଯିବ। ଏଥିସହ ମଦ ମାଫିଆଙ୍କ ନେଟୱାର୍କ ଭାଙ୍ଗିବାକୁ ମଧ୍ୟ ଅବକାରୀ ବିଭାଗ ପ୍ରସ୍ତୁତ ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ୧୧ ତାରିଖରୁ ଦଶହରା ପାଇଁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସମସ୍ତ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ଏଥିପାଇଁ ନିର୍ଦ୍ଦିଷ୍ଟ ଟାର୍ଗେଟ୍ ଦିଆଯାଇଛି। ବେଆଇନ ମଦ ବିକ୍ରି ହେଉଥିବା ସ୍ଥାନଗୁଡ଼ିକରେ ଚଢ଼ାଉ କରି ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି। ବେଆଇନ ମଦ କାରବାର ଯୋଗୁଁ ଯେଉଁ ଅଞ୍ଚଳରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ କରାଯିବ। ବେଆଇନ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରାଯିବ। ଏଥିସହ ମଦ ତିଆରି, ଯୋଗାଣ ଓ ବିକ୍ରି ସହ ଜଡ଼ିତ ନେଟୱାର୍କ ଏବଂ ଭିତ୍ତିଭୂମିକୁ ଧ୍ୱଂସ କରିବା ଉପରେ ବିଭାଗ ଗୁରୁତ୍ୱ ଦେବ।
ପଢନ୍ତୁ ଏହି ଖବର: ପୂଜା ମଣ୍ଡପ ପାଖ ଫୁଡ୍ ଷ୍ଟଲ୍ରେ ଚଢ଼ାଉ, ବାସି ଖାଦ୍ୟ ଉପରେ କଡ଼ା ନଜର
ମଦ ମାଫିଆଙ୍କ ବିରୋଧରେ ମହିଳାଙ୍କ ଲଢ଼େଇ, ସରକାରଙ୍କ ସହଯୋଗ ପ୍ରତିଶ୍ରୁତି। ଅନ୍ୟପଟେ, ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ କାରବାର ବିରୋଧରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନେ ଚଳାଇଥିବା ଅଭିଯାନକୁ ପ୍ରଶଂସା କରିଛନ୍ତି ଅବକାରୀ ମନ୍ତ୍ରୀ। ସାମାଜିକ ସୁଧାର ଦିଗରେ ମହିଳାମାନଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି। ମଦ ବିରୋଧୀ ଅଭିଯାନକୁ ଜାରି ରଖିବାକୁ ମହିଳାମାନଙ୍କୁ ଆହ୍ୱାନ ଦେବା ସହ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ଅବକାରୀ ବିଭାଗ ପ୍ରତିଶ୍ରୁତି ଦେଇଛନ୍ତି।
ପାର୍ବଣ ସମୟରେ ବେଆଇନ ମଦ ବ୍ୟବସାୟ ଉପରେ ଏହି କଡ଼ା ନଜର ରାଜ୍ୟରେ ମଦ ମାଫିଆଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories