Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାଛ ସଂରକ୍ଷଣ ଓ ପ୍ରଜନନ ପାଇଁ ଲାଗିଲା କଟକଣା

Odisha

ମାଛ ସଂରକ୍ଷଣ ଓ ପ୍ରଜନନ ପାଇଁ ଲାଗିଲା କଟକଣା

Smruti Parija
Browse all articles by Smruti Parija
·2 years ago·1 min read
ମାଛ ସଂରକ୍ଷଣ ଓ ପ୍ରଜନନ ପାଇଁ ଲାଗିଲା କଟକଣା

ଜଗତସିଂହପୁର: ଓଡ଼ିଶା ଉପକୂଳ ପାରାଦୀପ ମାଛ ଧରା ବନ୍ଦରରେ 61 ଦିନ ପର୍ଯ୍ୟନ୍ତ ମାଛ ଧରା ପାଇଁ କଟକଣା ଜାରି କଲା ମତ୍ସ୍ୟ ବିଭାଗ । ସାଢେ଼ 8 ମିଟର ଡଙ୍ଗାରେ କେବଳ ମାଛ ଧରା ଯାଇପାରିବ । ମାଛ ସଂରକ୍ଷଣ ଓ ପ୍ରଜନନ ପାଇଁ ଲାଗିଲା କଟକଣା । ମାଛ ଧରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ମତ୍ସ୍ୟ ବିଭାଗ । 

ସେପଟେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟ ବ୍ୟବସାୟୀ । ପ୍ରାକୃତିକ ଦୁର୍ବିପାକ ଅନ୍ୟପଟେ ମାଛ ସଂରକ୍ଷଣ ପାଇଁ କଟକଣା ଲାଗିବା ପରେ ଏବେ ଜନଶୂନ୍ୟ ପାରାଦୀପ ମାଛ ଧରା ବନ୍ଦର । କେମିତି ଚଳିବେ ମାଛ ବ୍ୟବସାୟୀ କେମିତି ଚଳିବ ପରିବାର ଯାହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲ୍ଲାରେ କଟକଣା ଲାଗୁ କରାଯାଇଛି । ଏହାଦ୍ୱାରା 12 ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି 2007 ମସିହାରୁ ଏହି କଟକଣା 45 ଦିନ ପାଇଁ ଲାଗୁହେଉଥିଲା । ହେଲେ ସମୁଦ୍ରରେ ମାଚ ବଂଶ ବୃଦ୍ଧି ନେଇ ଏହି ନିୟମରେ ଟିକେ ପରିବର୍ତ୍ତନ କରାଯାଇଛି । 2017ରୁ 61 ଦନ ପର୍ଯ୍ୟନ୍ତ ନିୟମ ଲାଗୁ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Argus Whatsapp Channel Mobile Top
Sponsored
Odisha imposes a 2-month fishing ban with immediate effect from today | Argus News