Videos
|
Odisha

Kotia Row / କୋଟିଆର ୨୧ ଗାଁରେ ଲାଗିଲା BNSSର ୧୬୩ ଧାରା; ୫ରୁ ଅଧିକ ଲୋକ ଏକାଠି ମନା

Sushanta Sahoo
Browse all articles by Sushanta Sahoo
·53 mins ago·2 min read
କୋଟିଆର ୨୧ ଗାଁରେ ଲାଗିଲା BNSSର ୧୬୩ ଧାରା; ୫ରୁ ଅଧିକ ଲୋକ ଏକାଠି ମନା
Odisha Imposes Section 163 Against Andhra Move

Key Points

ସର୍ବଦଳୀୟ ବୈଠକ ପରେ କୋରାପୁଟ ଜିଲ୍ଲାପାଳ କୋଟିଆ ଗ୍ରାମପୁଞ୍ଜରେ BNSSର ୧୬୩ ଧାରା ଲାଗୁ କରିଛନ୍ତି । ପଟ୍ଟାଙ୍ଗି ତହସିଲ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ଟି ଗାଁରେ କଟକଣା ଲାଗୁ କରାଯାଇଛି ।
କୋରାପୁଟ: କୋରାପୁଟର କୋଟିଆରେ ଚଳବିନି ଆନ୍ଧ୍ରର ଚାଲ । କୋଟିଆରେ ପଞ୍ଚାୟତ ନିର୍ବାଚନ ଲାଗି ଆନ୍ଧ୍ର କରୁଥିବା ଉଦ୍ୟମ ହେବ ଫେଲ୍ । ସର୍ବଦଳୀୟ ବୈଠକ ପରେ କୋରାପୁଟ ଜିଲ୍ଲାପାଳ କୋଟିଆ ଗ୍ରାମପୁଞ୍ଜରେ BNSSର ୧୬୩ ଧାରା ଲାଗୁ କରିଛନ୍ତି । ପଟ୍ଟାଙ୍ଗି ତହସିଲ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ଟି ଗାଁରେ କଟକଣା ଲାଗୁ କରାଯାଇଛି ।

ଫଳରେ କୋଟିଆର ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ରାଲି, ଶୋଭାଯାତ୍ରା, ପ୍ରତିବାଦ, ସର୍ବସାଧାରଣ ସଭା, କୌଣସି ବିତରଣ, ପେଣ୍ଟିଂ ଆଦିକୁ ସରକାରୀ ଓ ସର୍ବସାଧାରଣ କୋଠାରେ ବାରଣ କରାଯାଇଛି । BNSSର ୧୬୩ ଧାରା ଲାଗୁ ସହ ଏହାର ଦାୟିତ୍ଵ ଉପଜିଲ୍ଲାପାଳ କୋରାପୁଟଙ୍କୁ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଚଳିବନି ଆନ୍ଧ୍ରର ଦାଦାଗିରି; ମିଳିବନି ଭୋଟ୍; ନିର୍ବାଚନ ଦିନ ନେତା ଅଧିକାରୀ କୋଟିଆ ଜଗିବେ 

କଟକଣା ଲାଗୁ ସମୟରେ ସରକାରୀ ଗାଡ଼ିକୁ ରୋକାଯିବ ନାହିଁ । କିନ୍ତୁ ସର୍ବସାଧାରଣ ବିତରଣ ଉଦ୍ଦେଶ୍ୟରେ ନିଆ ଯାଉଥିବା ପିଡିଏସ୍ ସାମଗ୍ରୀ ଏବଂ ଅନ୍ୟ ସାମଗ୍ରୀ ଗାଡ଼ିକୁ ପ୍ରବେଶ ବାରଣ କରାଯାଇଛି । ଏଥିପାଇଁ କୋରାପୁଟ ପୋଲିସ ପକ୍ଷରୁ ବ୍ୟାରିକେଡ୍ କରାଯିବା ସହ ଆବଶ୍ୟକ ପୋଲିସ ମୁତୟନ କରାଯିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏସବୁ ଉପରେ ନାହିଁ କଟକଣା

ତେବେ କୋଟିଆ ବାସୀ ପୂର୍ବଭଳି ସ୍ଵାଭାବିକ ଚଳପ୍ରଚଳ କରିପାରିବେ । ପୂର୍ବ ଭଳି ଜୀବିକା ନିର୍ବାହ ପାଇଁ କର୍ମକ୍ଷେତ୍ର, ଚାଷ ଜମି ସହ ଶିକ୍ଷାନୁଷ୍ଠାନକୁ ଯାଇପାରିବେ । ବ୍ୟବସାୟ ପ୍ରତିଷ୍ଠାନ ଖୋଲାଯାଇ ପାରିବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିକାଲ୍ ସେବା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ।

୫ ଦିନ ପାଇଁ ୧୬୩ ଧାରା

କୋରାପୁଟ ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ୩ ତାରିଖ ମଙ୍ଗଳବାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ କୋଟିଆରେ ୧୬୩ ଧାରା ବଳବତ୍ତର ରହିବ । କଟକଣା ଲଗା ଯାଇଥିବା ୫ ଦିନ ସମୟରେ କେହି ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ।

କୋଟିଆଗ୍ରାମପୁଞ୍ଜରେ ୧୬୩ ଧାରା ଲଗାଯିବା ପରେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଏଥିସହ ସ୍ଥାନେ ସ୍ଥାନେ ବ୍ୟାରିକେଡ୍ ଲଗାଯାଇଛି । କୋଟିଆରେ କୋରାପୁଟ ଉପ ଜିଲ୍ଲାପାଳ ଫାବି ରସିଦ ଉପସ୍ଥିତ ଅଛନ୍ତି ।

ପ୍ରତିବାଦ ପରେ ଫେରିଗଲା ରାସନ ଆଣିଥିବା ଆନ୍ଧ୍ର ଟ୍ରକ

ଆନ୍ଧ୍ରପ୍ରଦେଶର ପ୍ରଶାସନିକ ହସ୍ତକ୍ଷେପ ଓ ପଞ୍ଚାୟତ ନିର୍ବାଚନ ଉଦ୍ୟମକୁ ରୋକିବା ପାଇଁ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି ଓଡ଼ିଶା ପୋଲିସ ଓ ଜିଲ୍ଲା ପ୍ରଶାସନା । ଆନ୍ଧ୍ର ପ୍ରଦେଶର ରାସନ ଗାଡ଼ି ସୋମବାର ସନ୍ଧ୍ୟାରେ ସୀମାନ୍ତ ଅଞ୍ଚଳର ଅନୁପ୍ରବେଶ ଉଦ୍ୟମ କରିଥିଲା । ବାଣ୍ଟିବା ପାଇଁ ଅଣାଯାଇଥିବା ସରକାରୀ ଚାଉଳକୁ ଓଡ଼ିଶା ସୀମାରେ ଅଟକାଇ ଫେରାଇ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: କୋଟିଆ ବିବାଦ; ଆନ୍ଧ୍ର ନିର୍ବାଚନ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆଇନଜୀବୀ 

ଆନ୍ଧ୍ରପ୍ରଦେଶର ସାଲୁର MLC ପଏଣ୍ଟରୁ ଗଞ୍ଜାଇଭଦ୍ର ଗ୍ରାମକୁ ଯୋଗାଣ ହୋଇଥିଲା । ଯାହା ନେରେଡିୱାଲସା ରାସନ ଦୋକାନକୁ ନିଆଯାଉଥିବା ବେଳେ ନେରେଡିୱାଲସା ଚେକପୋଷ୍ଟ ନିକଟରେ ଅଟକାଇଥିଲା କୋଟିଆ ଥାନା ପୋଲିସ ଓ ପଟାଙ୍ଗି ବ୍ଲକ ପ୍ରଶାସନ ।

ଯାହାକୁ ନେଇ ଉଭୟ ପକ୍ଷର ପୋଲିସ ଓ ରାଜସ୍ୱ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା । କୋରାପୁଟ ପୋଲିସ ଓ ପ୍ରଶାସନର ପଦକ୍ଷେପକୁ ସମର୍ଥନ ଜଣାଇଥିଲେ ସ୍ଥାନୀୟ ଲୋକେ । ଓଡ଼ିଶା ପୋଲିସ ନିଜ ଆଭିମୁଖ୍ୟରେ ଅଟଳ ରହିବାରୁ ଶେଷରେ ଧ୍ର ପକ୍ଷରୁ ଆସିଥିବା ରାସନ ଗାଡ଼ି ଫେରିଯାଇଥିଲା ।