Kotia Andhra Poll / କୋଟିଆ ବିବାଦ; ଆନ୍ଧ୍ର ନିର୍ବାଚନ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆଇନଜୀବୀ
·55 mins ago·3 min read

Key Points
କୋଟିଆ ସହ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ଜୋରଜବରଦସ୍ତ ପଞ୍ଚାୟତ ନିର୍ବାଚନ । ଆନ୍ଧ୍ରର ଦାଦାଗିରି ନେଇ ସ୍ଵର ଉଠାଇଲେ ଓଡ଼ିଆ ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର।
ଭୁବନେଶ୍ୱର/କୋରାପୁଟ: ଓଡ଼ିଶାର କିଛି ଆଦିବାସୀ ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନକୁ ନେଇ ପୁଣି ତେଜିଲା ବିବାଦ । ଆସନ୍ତା ନଭେମ୍ବର ୫ ତାରିଖରେ କୋଟିଆ, ମାଲକାନଗିରିର ଚିତ୍ରକୋଣ୍ଡା ସୀମାନ୍ତ ଏବଂ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ଅଞ୍ଚଳରେ ଆନ୍ଧ୍ର ପକ୍ଷରୁ ନିର୍ବାଚନୀ ପ୍ରକ୍ରିୟା ଚଳାଇବାକୁ ନେଇ ଆପତ୍ତି ଉଠାଇଛନ୍ତି ଓଡ଼ିଆ ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର।
ଏନେଇ ସେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କୁ ଏକ ଜରୁରୀ ପତ୍ର ଲେଖିଛନ୍ତି । ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଅକ୍ଟୋବର ୨୭ ତାରିଖରେ ହୋଇଥିବା ନିର୍ଦ୍ଦେଶର ଉଲ୍ଲେଖ କରି ଏହି ମାମଲାରେ ତୁରନ୍ତ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ସେ ଦାବି କରିଛନ୍ତି । ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନେ ନିର୍ବାଚନୀ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଚଳାଇଛନ୍ତି । ଏହାଦ୍ୱାରା ଓଡ଼ିଶାର ସାର୍ବଭୌମତ୍ୱ, ଆଦିବାସୀଙ୍କ ଅଧିକାର ଏବଂ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠୁଥିବା ସେ ନିଜ ପତ୍ରରେ ଦର୍ଶାଇଛନ୍ତି ।

- କୋଟିଆକୁ ନେଇ ଉଠିଲା ଖଣିଜ ସମ୍ପଦ ପ୍ରସଙ୍ଗ
- ଚିତ୍ରକୋଣ୍ଡା ଓ ଝୁମଡାଙ୍ଗରେ ଆନ୍ଧ୍ରର ହସ୍ତକ୍ଷେପ ଅଭିଯୋଗ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ରାଇପାହାଡ଼ରେ ଦ୍ୱୈତ ଭୋଟର ପରିଚୟକୁ ନେଇ ଚିନ୍ତା
- ଗଜପତିର ଗଙ୍ଗାବାଡ଼ରେ ୬ଟି ଗାଁକୁ ନେଇ ଉଦ୍ବେଗ
- କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ୫ ଦଫା ଦାବି
୧. କୋଟିଆର ବିବାଦୀୟ ୨୧ଟି ଗ୍ରାମ ସମେତ ମାଲକାନଗିରିର ଝୁମଡାଙ୍ଗ ଏବଂ ଗଜପତିର ସୀମାନ୍ତ ଗ୍ରାମ ଗଙ୍ଗାବାଡ଼ରେ ନଭେମ୍ବର ୫ ତାରିଖରେ ହେବାକୁ ଥିବା ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଓ ପ୍ରଚାର କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ ।
୨. କୋରାପୁଟ, ମାଲକାନଗିରି ଓ ଗଜପତିର ସମ୍ବେଦନଶୀଳ ସୀମାନ୍ତ ଗ୍ରାମଗୁଡ଼ିକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ଆବଶ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଉ ।
୩. ଏହି ସୀମାନ୍ତ ଅଞ୍ଚଳଗୁଡ଼ିକରେ ଡାକଘର, ପ୍ରଶାସନିକ କାର୍ଯ୍ୟାଳୟ ଓ ଯୋଗାଯୋଗ ବ୍ୟବସ୍ଥାକୁ ପୁନଃସ୍ଥାପନ କରାଯାଉ।
୪. ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ତ୍ରିପାକ୍ଷିକ ଆଲୋଚନା କରାଯାଉ ।
୫. ରାଷ୍ଟ୍ରପତିଙ୍କ ସଚିବାଳୟର ନିର୍ଦ୍ଦେଶ ଅନୁଯାୟୀ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆବେଦନକାରୀଙ୍କୁ ସିଧାସଳଖ ଅବଗତ କରାଯାଉ।
ପଢନ୍ତୁ ଏହି ଖବର: କୋଟିଆ ସୀମା ବିବାଦ: ଆଇନଜୀବୀଙ୍କ ଆବେଦନ ଉପରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ମାଗିଲା ରାଷ୍ଟ୍ରପତିଙ୍କ ସଚିବାଳୟ
ଓଡ଼ିଆ ଆଇନଜୀବୀ ଅରୁପ କୁମାର ପାତ୍ରଙ୍କ ଦ୍ଵାରା ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ସ୍ଥାୟୀ ସମାଧାନ ଓ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ଦାବି କରି ଏହି ଆବେଦନ ଦାଖଲ କରାଯାଇଛି । ଏବେ ନଭେମ୍ବର ୫ ତାରିଖର ନିର୍ବାଚନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।