Videos
|
Odisha

Historic Baliyatra Cuttack / କଟକ ଐତିହାସିକ ବାଲିଯାତ୍ରାର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କଟକ ଐତିହାସିକ ବାଲିଯାତ୍ରାର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Droupadi Murmu's Odisha Visit

Key Points

ଚଳିତ ବର୍ଷ ବାଲିଯାତ୍ରାକୁ ପ୍ରଥମ ଥର ପାଇଁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକର ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
କଟକ: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । କଟକର ଐତିହାସିକ ବାଲିଯାତ୍ରାର କରିବେ ଉଦ୍‌ଘାଟନ । ଚଳିତ ବର୍ଷ ବାଲିଯାତ୍ରାକୁ ପ୍ରଥମ ଥର ପାଇଁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକର ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଷ୍ଟ୍ରପତିଙ୍କ ଆଗମନକୁ ନେଇ କଟକବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ବଢ଼ିଛି । ଚଳିତ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ କଟକର ଐତିହାସିକ ବାଲିଯାତ୍ରା ।

ଚଳିତବର୍ଷା ମହାନଦୀ ପଠାର ଉପର ଓ ତଳ ପଡ଼ିଆରେ ଆୟୋଜିତ ହେବ ବାଲିଯାତ୍ରା । ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଏଥର ରାଷ୍ଟ୍ରପତିଙ୍କ ଉପସ୍ଥିତି ବାଲିଯାତ୍ରାର ଗୌରବମୟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏଥିସହ ପଢ଼ନ୍ତୁ: ନାତି ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ଆଖି ବୁଜିଲେ ଅଜା, ଆଈ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ବଦଳିଥିଲା ଗସ୍ତ ସୂଚୀ

ପୂର୍ବରୁ ନଭେମ୍ବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବାର ଥିଲା । ତେବେ, ପରବର୍ତ୍ତୀ ସମୟରେ ନଭେମ୍ବର ୪ ଓ ୫ ତାରିଖକୁ କାର୍ଯ୍ୟକ୍ରମ ପରିବର୍ତ୍ତନ ହୋଇଥିଲା । ଏହାପରେ ପୁଣି ଥରେ ନଭେମ୍ବର ୩, ୪ ଓ ୫ ତାରିଖ ତିନିଦିନିଆ ଗସ୍ତ ନେଇ ସୂଚନା ମିଳିଥିଲା । ପରବର୍ତ୍ତୀ ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇଥିଲା ।

ଇତିହାସରେ ବାଲିଯାତ୍ରା

କାର୍ତ୍ତିକ ପୂର୍ଣ୍ଣିମାରୁ ପ୍ରତିବର୍ଷ ଆରମ୍ଭ ହୁଏ ଐତିହାସିକ କଟକ ବାଲିଯାତ୍ରା । କଟକ ବାଲିଯାତ୍ରା ହେଉଛି ଓଡ଼ିଶାର ସର୍ବବୃହତ ତଥା ଦକ୍ଷିଣପୂର୍ବ ଏସିଆର ବୃହତ ବାଣିଜ୍ୟ ମେଳା ।

ହଜାର ହଜାର ବର୍ଷର ପରମ୍ପରାକୁ ଉଜ୍ଜୀବିତ ରଖି କଟକର ମହାନଦୀ ପଠାରେ ଆୟୋଜିତ ହୁଏ ବାଲିଯାତ୍ରା । ଯାହାକି ଓଡ଼ିଶା ସହ ବାଲିର ସମ୍ପର୍କକୁ ପ୍ରତିଫଳିତ କରେ । ଦକ୍ଷିଣ-ଏସିଆର ଦେଶ ସହ ଓଡ଼଼ିଶାର ସୁଦୀର୍ଘ ସମ୍ପର୍କକୁ ମନେ ପକାଏ । ବାଲିଯାତ୍ରା ଆମକୁ ସେହି ନୌବାଣିଜ୍ୟ ଇତିହାସକୁ ଫେରାଇ ନିଏ । ବାଲିଯାତ୍ରା ମାଧ୍ୟମରେ ସୁଦୃଢ଼ ହୁଏ ସଂସ୍କୃତି, ପୁନର୍ଜୀବିତ ହୁଏ ପରମ୍ପରା, ଲୋକକଳାକୁ ମିଳେ ଆଦର, ଐତିହ୍ୟକୁ ମିଳେ ପରିଚୟ । ବାଲିଯାତ୍ରା କରେ କଳିଙ୍ଗର ଶୋଭା ବର୍ଦ୍ଧନ, ପର୍ଯ୍ୟଟନକୁ ଦିଏ ପ୍ରୋତ୍ସାହନ ।